UP ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ମାମଲା: ଜେଲ ହସ୍ପିଟାଲରୁ ଜିଲ୍ଲା ହସ୍ପିଟାଲକୁ ଗଲେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର

Published By : Prameya-News7 Bureau | October 24, 2021 IST

ଲକ୍ଷ୍ମୀପୁର ଖେରୀ ୨୪।୧୦:  ତିକୁନିଆରେ ବିକ୍ଷୋଭକାରୀ ଚାଷୀଙ୍କ ଉପରେ ଦ୍ରୁତ ବେଗରେ ଆସି ଗାଡ଼ି ଚଢ଼ାଇ ଦେବା ମାମଲାରେ ଗିରଫ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ପୁଅ ଆଶିଷ ମିଶ୍ର ଗୁରୁତର ଅସୁସ୍ଥ ହୋଇପଡିଥିବା କୁହାଯାଉଛି। ଏଣୁ ତାଙ୍କୁ ପ୍ରଥମେ ଜେଲ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଥିବା ବେଳେ ରବିବାର ଜିଲ୍ଲା ହସ୍ପିଟାଲ ରେଫର କରାଯାଇଛି। ଏବେ ଆଶିଷ ଜିଲ୍ଲା ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି।

କୁହାଯାଉଛି ପ୍ରଥମରୁ ଡାୟବେଟିଜ୍‌ ଥିବା ଆଶିଷ ମିଶ୍ର ଏବେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ବିଚାରବନ୍ଦୀ ଥିବା କାଳରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଜେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ହେବାରୁ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଛି। ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ଆଶିଷ ମିଶ୍ରଙ୍କୁ ଏତଲାରେ ମୁଖ୍ୟ ଅଭିଯୁକ୍ତ ଦର୍ଶା ଯାଇଛି। ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ସ୍ଥାନୀୟ କୋର୍ଟରେ ହାଜର କରିଥିବା ବେଳେ ଗତ ଗୁରୁବାର ସେମାନଙ୍କୁ ୩ ଦିନିଆ ପୋଲିସ ରିମାଣ୍ଡରେ ପଠା ଯାଇଥିଲା।

{"id":532479,"sizeSlug":"full","linkDestination":"none"}

ତେବେ ମାମଲାରେ ପୋଲିସ ଆଶିଷଙ୍କୁ ପଚରା ଉଚରା କରିବା ପୂର୍ବରୁ ସେ ଅସୁସ୍ଥ ହୋଇପଡିଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଣୁ ରିମାଣ୍ଡରେ ଆସିଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏବେ ପୋଲିସ ପଚରା ଉଚରା କରୁଛି। ଅକ୍ଟୋବର ୩ ତାରିଖ ଦିନ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀ ଲକ୍ଷ୍ମୀପୁର ଖେରିରେ ବିକାଶ କାର୍ଯ୍ୟକ୍ରମ ଲାଗି ଶିଳାନ୍ୟାସ କରିବାର ଥିଲା। ତେବେ ଜିଲ୍ଲାର ଚାଷୀମାନେ ସେଦିନ ମିଳିତ କୃଷକ ମୋର୍ଚ୍ଚା ଆହ୍ୱାନରେ କେନ୍ଦ୍ରମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ଆହ୍ୱାନ ଦେଇଥିଲେ।

ସେହି ଅନୁସାରେ ଚାଷୀମାନେ ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ସ୍ଥଳରେ ବିକ୍ଷୋଭ କରି ଫେରୁଥିବା ବେଳେ ପଛରୁ ଆସୁଥିବା ବିଜେପି ନେତା ଓ କର୍ମୀଙ୍କ ଦ୍ରୁତଗାମୀ ଗାଡ଼ି ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା। ତେବେ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଜଣେ ବାହନ ଚାଳକ, ୨ ଜଣ ବିଜେପି କର୍ମୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହେବା ଦେଶରେ ଚହଳ ପକାଇଥିଲା।

{"id":532482,"sizeSlug":"full","linkDestination":"none"}

କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ଚାଷୀ ପୋଲିସରେ ଏତଲା ଦେଇଥିବା ବେଳେ ପୋଲିସ ତାଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ରୁଜୁ କରିଛି। ମାମଲାରେ ପୋଲିସ ତାଙ୍କୁ ପଚରା ଉଚରା ଲାଗି ହାଜର ହେବା ନିମନ୍ତେ ନୋଟିସ୍‌ କରିଥିବା ବେଳେ ସେ ହାଜର ନ ହେବାରୁ ତାଙ୍କ ଘର ଆଗରେ ଲଟକା ଟଙ୍ଗାଇଥିଲା। ଏଥିରେ ମାମଲାକୁ ନିଜ ଆଡୁ ବିଚାରକୁ ନେଇଥିବା ସୁପ୍ରିମ କୋର୍ଟ ହତ୍ୟା ଅପରାଧୀଙ୍କୁ ଉତ୍ତରପ୍ରଦେଶ ପୋଲିସ ପଚରା ଉଚରା ଲାଗି ନୋଟିସ୍‌ ପଠାଏକି ବୋଲି ପ୍ରଶ୍ନ କରିବାରୁ ଆଶିଷଙ୍କୁ ଗିରଫ କରାଯାଇଛି। ମାମଲାରେ ବିଭିନ୍ନ ବିରୋଧୀ ଦଳ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଆସୁଛନ୍ତି। ତେବେ ପ୍ରସଙ୍ଗରେ କେନ୍ଦ୍ର ସରକାର ନିରବତା ଅବଲମ୍ବନ କରୁଥିବା ବେଳେ କୋର୍ପୋଟରୁ ଲିସ ରିମାଣ୍ଡରେ ଆସିଥିବା କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀଙ୍କ ପୁଅ ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.