Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||

ମଧ୍ୟପ୍ରଦେଶ ଓ ରାଜସ୍ଥାନ ଅଂକ ଛିଡିଲା , ଭାଗ ଛିଣ୍ଡୁନି ଛତିଶଗଡର

14/12/2018 at 5:33 PM

ଭୁବନେଶ୍ବର ୧୪|୧୨: ଶେଷରେ ଛିଣ୍ଡିଲା ରାଜସ୍ଥାନ ଅଙ୍କ । ଅଶୋକ ଗେହଲଟ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏବଂ ସଚିନ ପାଇଲଟ ହେବେ ଉପମୁଖ୍ୟମନ୍ତ୍ରୀ। ସେପଟେ ମଧ୍ୟପ୍ରଦେଶରେ କମଲନାଥ ୧୭ ତାରିଖରେ ଶପଥ ନେବେ। ଏବେ ବାକି ରହିଲା ଛତିଶଗଡ଼ ପାଳି।

ଅଶୋକଙ୍କ ଶିବିରରେ ଖୁସି। କିଏ ବାଣ ଫୁଟାଉଛି ଆଉ କିଏ ଘୁମର ଘୁମର ନାଚୁଛି।  ଏଠି ବି କଣ୍ଢେଇ ବି ନାଚୁଛି।  କାରଣ ଅଶୋକ ସେନା ଖୁସି। ୩ ଦିନର ଟଣା ଓଟରା କସରତ ପରେସଚିନ ପାଇଲଟ ଦାବିରୁ ଓହରିଲେ ଏବଂ ଉପ ପାଇଲଟ ମାନେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହେଲେ। ଶେଷରେ ଅଶୋକ ଓ ସଚିନ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଆସି ଘୋଷଣା କଲେ। ଏପଟେ ସଚିନ ପାଇଲଟଙ୍କ ମୁହଁ ଶୁଖିଯାଇଥିଲା ସେପଟେ ଅଶୋକ ଗେହଲଟଙ୍କ ସମର୍ଥକ ବାଣ ଫୁଟାଉଥିଲେ। ….

ସେପଟେ ସେମିତି ବୁଝାମଣା କରିବାକୁ ବାଧ୍ୟ ହୋଇଛନ୍ତି ମାଧବ ନନ୍ଦନ, ଜ୍ୟୋତିରାଦିତ୍ୟ ସିନ୍ଧିଆ। କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ହାଇକମାଣ୍ଡ ନିଷ୍ପତ୍ତି ନେଲେ। ଆଉ ୧୭ରେ ହେବ ଶପଥ ଉତ୍ସବ। କାଲି ରାତିରେ କଂଗ୍ରେସ ଏହା ଘୋଷଣା କରିଛି।

ଦୁଇ ରାଜ୍ୟରେ ୟଙ୍ଗ ବ୍ରିଗେଡ଼ ସାକ୍ରିଫାଇସ କରିଛନ୍ତି।କିନ୍ତୁ ଛତିଶଗଡ଼ରେ ତିନିକୁ ତିନିହେଁ ବୟସ୍କ। କେହି ଦବିବାକୁ ରାଜି ନୁହନ୍ତି। ଟିଏସ ସିଂହଦେଓ,ତାମ୍ରଧ୍ବଜ ସାହୁ ଏବଂ ଭୁପେଶ ବାଘେଲଙ୍କ ମଧ୍ୟରେ କନଫ୍ୟୁଜ ଅଛି।

ଯେନତେନ ପ୍ରକାରରେ କଂଗ୍ରେସ ନିଜ ନେତାଙ୍କୁ ବୁଝାଇ ତ ଦେଇଛି କିନ୍ତୁ ସରକାର କେମିତି ଚାଲିବ ତାହା ହିଁ ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବ।

   Related Posts