Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||

ଗଙ୍ଗାରେ ଵିସର୍ଜିତ ହେଲା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି : ପାଟଣାରେ ହେବ ଶ୍ରାଦ୍ଧ

18/06/2020 at 3:34 PM

ପାଟଣା ୧୮/୦୬ : ବଲିଉଡ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି ଗୁରୁବାର ଦିନ ଗଙ୍ଗାରେ ଵିସର୍ଜିତ କରାଯାଇଛି | ଗୁରୁବାର ଅପରାହ୍ନରେ ପାଟଣା ଗଙ୍ଗା ଘାଟରେ ସୁଶାନ୍ତ ସିଂହଙ୍କ ଅସ୍ଥି ନେଇ ତାଙ୍କ ପରିବାର ସଦସ୍ୟ ଏକ ଡଙ୍ଗାରେ ଯାଇ ଅସ୍ଥି ବିସର୍ଜନ କରିଛନ୍ତି | ସୁଶାନ୍ତ ସିଂହଙ୍କ ଅସ୍ଥି ଦିଘା ଘାଟରେ ବିସର୍ଜନ କରାଯାଇଛି ଯେଉଁଠାରେ ତାଙ୍କ ମାଙ୍କ ର ମଧ୍ୟ ଅସ୍ଥି ବିସର୍ଜନ କରାଯାଇଥିଲା |

ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ପାଟଣାରେ ମୁମ୍ବାଇରେ ପହଞ୍ଚିଥିଲେ ତାଙ୍କ ପିତା | ପିତା କେ.କେ.ସିଂହ ପୁଅକୁ ମୁଖାଗ୍ନି ଦେଇଥିଲେ | ବୁଧବାର ଦିନ ପିତାଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ପାଟଣା ଫେରି ଆସିଥିଲେ | ସୁଶାନ୍ତ ସିଂହଙ୍କ ଅସ୍ଥି ବିସର୍ଜନ ତାଙ୍କ ଭଉଣୀ ପ୍ରିୟଙ୍କା ସିଂହ ଓ ରାଣୀ ସିଂହ କରିଛନ୍ତି | ଅସ୍ଥି ବିସର୍ଜନ ସମୟରେ ଡଙ୍ଗାରେ ସୁଶାନ୍ତ ସିଂହଙ୍କ ପିତା ଏବଂ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ |

ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଥି ବିସର୍ଜନ କଥା ଶୁଣି ତାଙ୍କ ପ୍ରଶଂସକ ଗଙ୍ଗା ଘାଟ ଆଡକୁ ଯିବା ଆରମ୍ଭ କରିଥିଲେ | କିନ୍ତୁ ପୋଲିସ ଅଟକାଇ ଦେଇଥିଲା | ଗଙ୍ଗା ଘାଟରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରିଥିଲା ଯେପରିକି ତାଙ୍କ ପରିବାରକୁ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡେ | ସୁଶାନ୍ତ ସିଂହଙ୍କ ପରିବାର ସହିତ ଜଡିତ କିଛି ଲୋକେ କହିଛନ୍ତି ଯେ ତାଙ୍କ ଶ୍ରାଦ୍ଧକର୍ମ ପାଟଣାରେ ହେବ |

   Related Posts