ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡ ସହ ଲକ୍ଷେ ଟଙ୍କା ଜୋରିମାନା

Published By : Prameya-News7 Bureau | April 30, 2019 IST

ସୁରଟ ୩୦/୪ : ଗୁଜରାଟ ସୁରଟ ସ୍ଥିତ ଆଶ୍ରମରେ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଆଜି କୋର୍ଟ ଆଜୀବନ କାରାଦଣ୍ଡ ସହ ଲକ୍ଷେ ଟଙ୍କା ଜୋରିମାନା ଶୁଣାଇଛନ୍ତି | ଦୁଷ୍କର୍ମ ମାମଲା ୧୧ ବର୍ଷ ପୁରୁଣା | ଶୁକ୍ରବାର ଦିନ କୋର୍ଟରେ ଏହି ମାମଲାର ଶୁଣାଣି ଥିଲା | କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ନାରାୟଣ ସାଇକୁ ଦୋଷୀ ସାବ୍ୟସ୍ତ କରିଥିଲେ | କିନ୍ତୁ କୌଣସି ସଜା ସୁନାଇନଥିଲେ |

{"id":109138}

ଆଜି କୋର୍ଟ ନାରାୟଣ ସାଇକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି | ୨୦୧୩ ମସିହାରୁ ଲାଜପୋର ଜେଲରେ ବନ୍ଦୀ ଥିବା ୪୭ ବର୍ଷ ବୟସ୍କ ସାଇ, ଦୁଇ ମହିଳା ଏବଂ ତାଙ୍କ ୪ଜଣ ସହଯୋଗୀଙ୍କୁ ବିଭିନ୍ନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା | ଭାରତୀୟ ଦଣ୍ଡ ବିଧାନ ଆଇନ ୩୭୬, ୩୭୭,୩୨୩, ୫୦୬-୨ ଏବଂ ୧୨୦ (ବି) ଧାରାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା |

{"id":109140,"width":584,"height":364}


ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ନାରାୟଣ ସାଇ ବିରୋଧରେ ୧୧୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିଲା | ୨୦୧୩ ମସିହାରେ ରାଜସ୍ତାନରେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ ମାମଲାରେ ଆଶାରାମ ଗିରଫ ହେବାପରେ ସୁରଟର ଦୁଇ ଭଉଣୀ ଆଶାରାମ ଏବଂ ତାଙ୍କ ପୁଅ ନାରାୟଣ ସାଇ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିଥିଲେ | ଏହି ମାମଲାରେ ସାଇକୁ ଜେଲ ହୋଇଥିଲା | କିନ୍ତୁ ପରେ ତାଙ୍କୁ ଜାମିନ ମିଳିଥିଲା |

{"id":109144}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.