ଯୋଗ ଦିବସରେ ଜେଲରେ ଆଶାରାମର ଯୋଗ

Published By : Prameya-News7 Bureau | June 22, 2019 IST

ଯୋଧପୁର ୨୨/୬ : ଯୋଧପୁର ସେଣ୍ଟ୍ରାଲ ଜେଲରେ ଶୁକ୍ରବାର ଦିନ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସମସ୍ତ ବନ୍ଦୀମାନେ ଆସନ ପକାଇ ଯୋଗ କରିଥିଲେ । ବନ୍ଦୀମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଥିଲେ ଆଶାରାମ । ଆଶାରାମ ଆଜୀବନ କାରାଦଣ୍ଡ ଭୋଗୁଛି । ଗତବର୍ଷ ଏପ୍ରିଲ ମାସରେ ଆଶାରାମକୁ ନାବାଳିକା ସହ ଯୌନ ଉତ୍ପୀଡ଼ନ ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ । ଜେଲରେ ଥିବା ପରେ ପ୍ରଥମଥର ଆଶାରାମ ଦେଖା ଦେଇଛି । ଜେଲରେ ସମସ୍ତ ବନ୍ଦୀମାନଙ୍କ ପାଇଁ ବିଶେଷ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବନ୍ଦୀମାନେ ଧାଡି ଧାଡି ହୋଇ ଯୋଗ କରିଥିଲେ । ବନ୍ଦୀମାନଙ୍କ ମଧ୍ୟରୁ ସବୁଠାରୁ ଆଗରେ ଥିଲେ ଆଶାରାମ ।

{"id":125965,"width":588,"height":354}

ଆଶାରାମ ସମ୍ପୂର୍ଣ ସୁସ୍ଥ ଥିବା ଦେଖାଦେଇଛି । ସେ ସବୁଦିନ ଜେଲରେ ଯୋଗ କରୁଥିବା କହିଛି । ଜେଲରୁ କୋର୍ଟକୁ ନେବା ସମୟରେ ସେ ଅନେକଥର ଯୋଗର ମହତ୍ୱ କହିସାରିଛି । ଆଶାରାମ ଗତବର୍ଷ ଏପ୍ରିଲ ୨୫ ତାରିଖରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ । ଜେଲରୁ କୋର୍ଟକୁ ନେବା ଆଣିବା ସମୟରେ ବହୁ ସଂଖ୍ୟକ ସମର୍ଥକ ଆଶାରାମକୁ ଶ୍ସକ୍ଷତା କରିବାକୁ ଆସୁଥିଲେ ।

{"id":125966}

ଆଶାରାମର ଆଶ୍ରମରେ ପଢୁଥିବେ ଜଣେ ଛାତ୍ରୀ ଅଭିଯୋଗ କରିଥିଲେ ଯେ, ୨୦୧୩ ମସିହା ଅଗଷ୍ଟ ୧୫ ତାରିଖରେ ଯୋଧପୁର ନିକଟ ମାନୈ ଗାଁରେ ଆଶାରାମ ତାଙ୍କ ସହ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ଅଭିଯୋଗ କ୍ରମେ ଆଶାରାମକୁ ଗିରଫ କରାଯାଇ ଇନ୍ଦୋରରୁ ଯୋଧପୁର ନିଆଯାଇଥିଲା । ଏହାପରେ ସେ ଲଗାତାର ଯୋଧପୁର ଜେଲରେ ବନ୍ଦୀ ହୋଇ ରହିଲା । ଜେଲ ଥିବାବେଳେ ସେ ଜାମିନ ପାଇଁ ଅନେକ ଥର ବିଭିନ୍ନ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୌଣସି କୋର୍ଟ ତାକୁ ଜାମିନ ଦେଇନଥିଲେ । ସଯା ମିଳିବା ପରେ ଚଳିତବର୍ଷ ଆରମ୍ଭରେ ଆଶାରାମ ପେରୋଲ ହାସିଲ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଏହି ଆବେଦନକୁ ମଧ୍ୟ ଜେଲ ପେରୋଲ କମିଟି ଖାରଜ କରିଦେଇଥିଲେ ।

{"id":125967}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.