ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ : ୩୦ ତାରିଖରେ ସଜା ଘୋଷଣା

Published By : Prameya-News7 Bureau | April 26, 2019 IST

ଦିଲ୍ଲୀ ୨୬/୪ : ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ସୁରଟ ସେସନ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି | ଏପ୍ରିଲ ୩୦ ତାରିଖରେ ନାରାୟଣ ସାଇଙ୍କ ସଜା ଘୋଷଣା ହେବ | ସୁରଟରେ ରହୁଥିବା ୨ ଭଉଣୀ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ | ପୋଲିସ ପୀଡିତା ଭଉଣୀଙ୍କ ବୟାନ ଏବଂ ମିଳିଥିବା ପ୍ରମାଣ ଆଧାରରେ ନାରାୟଣ ସାଇ ଏବଂ ଆଶାରାମଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା | ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା | ଗତ ୧୧ ବର୍ଷ ପୂର୍ବରୁ ଆଶାରାମ ଏବଂ ନାରାୟଣ ସାଇ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା |

{"id":107512}


ଅଭିଯୋଗକାରୀ ୨ ଭଉଣୀଙ୍କ ମଧ୍ୟରୁ ସାନ ଭଉଣୀ ନାରାୟଣ ସାଇ ବିରୋଧରେ ଦୃଢ ପ୍ରମାଣ ଦେଇଥିଲେ ଏବଂ ସମସ୍ତ ଲୋକେସନକୁ ଚିହ୍ନିଥିଲେ | ବଡ ଭଉଣୀ ଆଶାରାମ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ | ଆଶାରାମ ବିରୋଧରେ ଗାନ୍ଧୀନଗର କୋର୍ଟରେ ମାମଲା ଚାଲୁଥିଲା | ନାରାୟଣ ସାଇ ବିରୋଧରେ କୋର୍ଟରେ ଏବେ ପର୍ଯ୍ୟନ୍ତ ୫୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇସାରିଛି | ଏମାନଙ୍କ ମଧ୍ୟରୁ ଅନେକ ସାକ୍ଷ୍ୟ ଗୁରୁତ୍ୱପୂର୍ଣ ଥିଲେ | ନାରାୟଣ ସାଇ ଝିଅମାନଙ୍କୁ ଦୁଷ୍କର୍ମ ଶିକାର କରିଥିବା ଏମାନେ ଦେଖିଥିଲେ | ଆଉ କିଛି ଲୋକ ଅଭିଯୁକ୍ତଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ | କିନ୍ତୁ ପରେ ସେମାନେ କୋର୍ଟରେ ସାକ୍ଷୀ ହୋଇ ବୟାନ ଦେଇଥିଲେ |

{"id":107513,"width":576,"height":323}


ସୂଚନାଯୋଗ୍ୟ ଯେ, ନାରାୟଣ ସାଇ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ ହେବାପରେ ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା | ପୋଲିସଠୁ ରକ୍ଷା ପାଇବା ପାଇଁ ସେ ବାରମ୍ବାର ନିଜ ଜାଗା ବଦଳାଉଥିଲା | ତତ୍କାଳୀନ ସୁରଟ ପୋଲିସ କମିଶନର ରାକେଶ ଅସ୍ଥାନା ନାରାୟଣ ସାଇକୁ ଗିରଫ କରିବା ପାଇଁ ୫୮ଟି ଟିମ ଗଠନ କରିଥିଲେ |

{"id":107514}


ନାରାୟଣ ସାଇ ବିରୋଧରେ ମାମଲା ରୁଜ୍ଜୁ ହେବାର ପାଖାପାଖି ୨ ମାସ ପରେ ଅର୍ଥାତ ୨୦୧୩ ମସିହା ଡିସେମ୍ବର ମାସରେ ନାରାୟଣ ସାଇକୁ ହରିୟାଣା ଦିଲ୍ଲୀ ସୀମା ନିକଟରୁ ଗିରଫ କରାଯାଇଥିଲା | ଗିରଫ ବେଳେ ନାରାୟଣ ପଂଜାବୀ ଭେଷରେ ଥିଲା | ନାରାୟଣ ସାଇ ନିଜକୁ ଶ୍ରୀକୃଷ୍ଣଙ୍କ ରୂପ ବୋଲି କହୁଥିଲା | ଗିରଫ ହେବାପରେ ତାର ଅନେକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ମହିଳାମାନଙ୍କ ମଧ୍ୟରେ ରହି ବଇଁଶୀ ବାଜୁଥିଲା |

{"id":107515}


ଗିରଫ ହେବାପରେ ନାରାୟଣ ସାଇ ଜେଲରେ ଥିଲା | ଜେଲରେ ଥିବାବେଳେ ପୋଲିସ କର୍ମଚାରୀଙ୍କୁ ୧୩ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ମଧ୍ୟ ହୋଇଥିଲା | କିନ୍ତୁ ଏହି ମାମଲାରେ ନାରାୟଣକୁ ଜାମିନ ମିଳିଯାଇଥିଲା | କିନ୍ତୁ ଦୁଷ୍କର୍ମ ମାମଲାରେ କୋର୍ଟରେ ଶୁଣାଣି ଚାଲିଛି | ଆସନ୍ତା ୩୦ ତାରିଖରେ କୋର୍ଟ ସଜା ଶୁଣାଇବେ |

{"id":107516}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.