Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ସାମାନ୍ୟ କଥାକୁ ନେଇ ଆଶା କର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଜାତିଆଣ ଆକ୍ଷେପ କଲେ ମହିଳା ସୁରକ୍ଷା କର୍ମୀ !

18/11/2019 at 6:04 PM

ଆନନ୍ଦପୁର ୧୮|୧୧: ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଜଣେ ଆଶାକର୍ମୀଙ୍କୁ ଡିଉଟିରେ ଥିବା ଜଣେ ମହିଳା ସୁରକ୍ଷାକର୍ମୀ ଅଶ୍ଳୀଳ  ଭାଷାରେ ଗାଳିଗୁଲଜ କରିବାସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ଏ ନେଇ ସଂପୃକ୍ତ ଆଶାକର୍ମୀ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ପରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ସୁପରିଟେଣ୍ଡେଣ୍ଟ କହିଛନ୍ତି ।

       ଅଭିଯୋଗ ଅନୁଯାୟୀ,  ୭ଦିନ ତଳେ ଆଶାକର୍ମୀ ନେଇ ଆସିଥିବା ରୋଗୀଙ୍କୁ ଗତକାଲି ଡିସଚାର୍ଜ କରିବାକୁ ଆସିଥିଲେ । ଏହିସମୟରେ ଆଶାକର୍ମୀଙ୍କୁ ଖାଇବା ଦେବାକୁ ରୋଗୀଙ୍କ ସମ୍ପକୀୟଙ୍କୁ କେହିଜଣେ ବାରଣ କରିଥିଲେ । ଏ ସମ୍ପର୍କରେ ବୁଝିବାକୁ ସଂପୃକ୍ତ ଆଶାକର୍ମୀ ଚେଷ୍ଟା କରିଥିଲେ । ମାତ୍ର ଏଥିରେ ରାଗିଯାଇ ମହିଳା ସୁରକ୍ଷାକର୍ମୀ ଆଶାକର୍ମୀଙ୍କୁ ସର୍ବସମ୍ମୁଖରେ ବିଭିନ୍ନ ପ୍ରକାରର ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ ।

 ଏହି ଘଟଣାକୁ ନେଇ ଆଜି ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଆଶାକର୍ମୀ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଏ ସମ୍ପର୍କରେ ମହିଳା ସୁରକ୍ଷା କର୍ମୀଙ୍କ ସହ  ଯୋଗାଯୋଗ ହୋଇପାରିନଥିବାରୁ  ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

   Related Posts