କୋଭିଡ ଟିକାକରଣ କରିବାକୁ ଡାକି ଯୁବକଙ୍କ ନସବନ୍ଦୀ କରିଦେଲେ ଆଶାକର୍ମୀ, ଜାଣନ୍ତୁ କେଉଁଠି?

Published By : Prameya-News7 Bureau | July 14, 2021 IST

ଏଟା ୧୪।୭: ଉତ୍ତରପ୍ରଦେଶ ଏଟା ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ଜନୈକ ଅବିବାହିତ ଯୁବକଙ୍କୁ କରୋନା ଟିକାକରଣ ଲାଗି ହସ୍ପିଟାଲକୁ ଡକାଇ ଆଶା କର୍ମୀ ବନ୍ଧ୍ୟାକରଣ କରିଥିବାର ଅଭିଯୋଗ ହୋଇଛି। ଯୁବକଙ୍କ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ସ୍ୱାସ୍ଥ୍ୟ ବିଭାଗ ମାମଲାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ପରେ ଅଧିକାରୀ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ।

ଘଟଣାରୁ ପ୍ରକାଶ ଯେ ଏଟା ଜିଲ୍ଲା ଅଭାଗଡ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଧ୍ରୁବ କୁମାର ନାମକ ଜନୈକ ୪୦ ବର୍ଷ ବୟଷ୍କ ଯୁବକଙ୍କୁ ଆଶା କର୍ମୀ ତାଙ୍କ ଘରକୁ ଯାଇ ହସ୍ପିଟାଲରେ କରୋନା ଟିକାକରଣ କରାଇ ଆସିବାକୁ କହିଥିଲେ। ସେହି ଅନୁସାରେ ଧ୍ରୁବ କୁମାର ଜିଲ୍ଲା ମହିଳା ହସ୍ପିଟାଲକୁ ଟିକାକରଣ କରିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ବନ୍ଧ୍ୟାକରଣ (ନସବନ୍ଦୀ) କରିଦିଆଯାଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଧ୍ରୁବକୁମାରଙ୍କ ଭାଇ ଅଶୋକ ଏ ନେଇ ଅଭାଗଡ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ମାମଲାର ତଦନ୍ତ ଦାବି କରିଛନ୍ତି।

{"id":480651,"width":836,"height":565,"sizeSlug":"large","linkDestination":"none"}

ଅଭିଯୋଗ ଆଧାରରେ ଆଭାଗଡ଼ ଥାନା ଆଇଆଇସି ମାମଲା ନେଇ ଏଟା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ)ଙ୍କୁ ସୂଚିତ କରିଥିଲେ। ଏ ନେଇ ସିଏମଓ ଏକ ୩ ସଦସୀୟ ତଦନ୍ତକାରୀ ଦଳ ଗଠନ କରିବା ସହ ମାମଲାର ତଦନ୍ତ କରାଇଛନ୍ତି। ଏଥିରେ ଆଶାକର୍ମୀ  ନିଲମଙ୍କର କୌଣସି ଦୋଷ ନଥିବା ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ କମିଟି ଜାଣିବାକୁ ପାଇଛି। ଧ୍ରୁବଙ୍କ ଭାଇ ଓ ଭାଉଜଙ୍କ ଜାଣତରେ ଓ ଅନୁମତିରେ ଧ୍ରୁବ କୁମାରଙ୍କ ନସବନ୍ଦୀ ହୋଇଥିବା କୁହାଯାଇଛି।

ଯା଼ଞ୍ଚ ଟିମ୍‌ ଧ୍ରୁବକୁମାରଙ୍କୁ ଭେଟିବା ଲାଗି ତାଙ୍କ ଗାଁକୁ ମଧ୍ୟ ଯାଇଥିଲେ। ହେଲେ ପରିବାର ଲୋକେ ତାଙ୍କୁ ଲୁଚାଇ ଦେଇଥିଲେ। ଅର୍ଥ ଲୋଭରେ ପରିବାର ଧ୍ରୁବଙ୍କ ନସବନ୍ଦୀ କରାଇଥିବାର ଜଣାପଡିଛି। ସ୍ୱାସ୍ଥ୍ୟ ବିଭାଗଙ୍କ ଅନୁସାରେ ନସବନ୍ଦୀ ଲାଗି ପ୍ରଥମେ ବ୍ୟକ୍ତିଙ୍କ କାଉନସେଲିଂ କରାଯାଇଥାଏ। ଏଥିରେ ସେ ରାଜି ହେଲେ ଯାଇ କରାଯାଇଥାଏ। ଧ୍ରୁବ ଜଣେ ଜାମିବା ଶୁଣିବା ଲୋକ ଏଥିରେ ତାଙ୍କୁ ଟିକା ଦେବାକୁ ଡାକି କିଏ ନସବନ୍ଦୀ କାହିଁକି କରାଇବ ସିଏମଓ ପୋଲିସକୁ ରିପୋର୍ଟ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.