ଗର୍ଭବତୀଙ୍କୁ ମେଡିକାଲ୍ ନେବାକୁ କହି ଘରୁ ବାହାରିଥିଲେ ଆଶାକର୍ମୀ ; ମୋବାଇଲ୍ ସୁଇଚ୍ ଅଫ୍, ମିଳୁନି ପତ୍ତା

Published By : Prameya-News7 Bureau | July 12, 2021 IST

ମାଲକାନଗିରି ୧୨।୭: ମାଲକାନଗିରି ଜିଲ୍ଲାରେ ଜଣେ ଆଶାକର୍ମୀ ନିଖୋଜ ହୋଇଥିବା ତାଙ୍କ ସ୍ବାମୀ ପଡିଆ ଥାନାରେ ଏତଲା ଦେଇଛନ୍ତି । ଆଶାକର୍ମୀ ଜଣଙ୍କ ହେଉଛନ୍ତି କତାଗୁଡା ଗ୍ରାମର ଜଗଦିଶ ବାୟାଙ୍କ ପତ୍ନୀ ସ୍ବପ୍ନା ବାୟା । ତାଙ୍କ ବର୍ଷ ୨୫ ବର୍ଷ । ଆଶାକର୍ମୀଙ୍କ ସ୍ବାମୀଙ୍କ ଅଭିଯୋଗ ଅନୁଯାୟୀ ଗତ ୩ ତାରିଖ ଅପରାହ୍ନରେ ପଡିଆ ମେଡିକାଲରୁ ଜଣେ ଗର୍ଭବତୀଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ନେବାର ଅଛି କହି ଆଶାକର୍ମୀ ଘରୁ ବାହାରିଥିଲେ ।

ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ତାଙ୍କ ସ୍ବାମୀ ବନ୍ଧୁବାନ୍ଧବ ଓ ସାଙ୍ଗ ସାଥୀଙ୍କ ଘରେ ଗତ ୩ ଦିନ ଧରି ଖୋଜା ଖୋଜି କରିଥିଲେ । ତାଙ୍କର କିଛି ପତ୍ତା ନ ମିଳିବାରୁ ଓ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ପଡିଆ ଥାନାରେ ତାଙ୍କ ପତ୍ନୀ ନିଖୋଜ ହୋଇଯିବା ସମ୍ପର୍କରେ ଏତଲା ଦେଇଛନ୍ତି । ପଡିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି।

ଆଶାକର୍ମୀଙ୍କୁ କିଏ ଅପହରଣ କରି ନେଇଥିବା ତାଙ୍କ ପରିବାର ଲୋକ ସନ୍ଦେହ କରୁଛନ୍ତି । ଏହି ଘଟଣାକୁ ଗୁରୁତ୍ବର ସହ ତଦନ୍ତ କରାଯାଉଛି ବୋଲି ପଡ଼ିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶାକ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.