ଆଶାକର୍ମୀଙ୍କୁ ଅଶ୍ଳୀଳ ଇଂଗିତ ପ୍ରଦର୍ଶନ କରିବା ସହ ଅନୈତିକ ସଂପର୍କ ପାଇଁ ଚାପ ପକାଉଥିଲେ ଏହି ରସିକିଆ ସରକାରୀ ଡାକ୍ତର, ମାମଲା ପହଞ୍ଚିଲା ଥାନାରେ

Published By : Prameya-News7 Bureau | July 26, 2019 IST

ଭବାନୀପାଟଣା ୨୬।୭ : ଡାକ୍ତର ନୁହନ୍ତି ଯେ ଜଣେ ରସିକ ନାଗର । ସରକାରୀ ଡାକ୍ତର ବାବୁଙ୍କ ଟାର୍ଗେଟରେ ଆଶା କର୍ମୀ । ରସିକ ଡାକ୍ତରଙ୍କ ବିରୋଧରେ ପୂର୍ବରୁ ଏଭଳି ସାଂଘାତିକ ଅଭିଯୋଗ ମଧ୍ୟ ହୋଇଥିଲା । ଏଣୁ ଲିଖିତ କ୍ଷମା ମାଗିଥିଲେ ଏହି ଡାକ୍ତର ଓ ପନିଶମେଣ୍ଟରେ କଳାହାଣ୍ଡି ଜିଲ୍ଲାର କେ ଗାଁ ଥାନା ଅନ୍ତର୍ଗତ ବୋର୍ଡାକୁ ବଦଳି ହୋଇ ଆସିଥିଲେ।

ହଲେ ବଦଳିନି ଡାକ୍ତର ବାବୁଙ୍କ ପ୍ରକୃତି । ହସ୍ପିଟାଲ ଭିତରେ ଆଶା କର୍ମୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା, ଫୋନରେ ଅନୈତିକ ସମ୍ପର୍କ ସ୍ଥାପନ ନିମନ୍ତେ ଚାପ ପକାଇବା ଭଳି ଘୃଣ୍ୟ କାର୍ଯ୍ୟ ଏବେ ବି ଚଳାଇଛନ୍ତି। ଅପରପକ୍ଷରେ ଲୋକ ଲଜ୍ୟା ପାଇଁ ଆଶା କର୍ମୀ ମୁହଁ ବନ୍ଦ କରି ରହୁଥିଲେ। ହେଲେ ଯେତେବେଳେ ପାଣି ମୁଣ୍ଡ ଉପରକୁ ଚଢିଲା ସେତେବେଳେ ମୁହଁ ଖୋଲିବାକୁ ବାଧ୍ୟ ହେଲେ ଆଶାକର୍ମୀ। ଏବେ ମାମଲା ପହଞ୍ଚିଛି ଥାନାରେ ।

{"id":137567}

ଏଭଳି ଅଭିଯୋଗ ଆସିଛି କଳାହାଂଡି ଜିଲ୍ଲା ବୋର୍ଡା  ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କ ବିରୋଧରେ । ବାବୁ ସରକାରୀ ଏମବିବିଏସ୍ ଡାକ୍ତର ।  ହଲେ ତାଙ୍କ  ଚାଲିଚଳନ, ଆଚାର, ବ୍ୟବହାର  ସବୁ ଲଫଙ୍ଗାଙ୍କ ଭଳି । ଡାକ୍ତର ବାବୁଙ୍କ ରସିକ ଗୁଣ ଯୋଗୁଁ  ଏବେ ଆଶା କର୍ମୀମାନେ ତ୍ରାହୀ ତ୍ରାହୀ ଡାକୁଛନ୍ତି ।

ଏବେ ଡାକ୍ତରଖାନାକୁ ବି ସୁରକ୍ଷିତ ମଣୁ ନାହାନ୍ତି ଆଶା କର୍ମୀ।  ବାବୁଙ୍କ କିଛି କଳାକାରନାମାର ତଥ୍ୟ ନ୍ୟୁଜ ସଭେନର ହସ୍ତଗତ ହୋଇଛି । ବୋର୍ଡ। ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟ କରୁଥିବା  ଜୈନେକ ବିବହିତା ଆଶା କର୍ମୀଙ୍କୁ ଡାକ୍ତର ବାବୁ ମୋବାଇଲ ଫୋନରେ ଅନୈତିକ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ରେକର୍ଡ ହୋଇ ରହିଛି ।ଆଶାକର୍ମୀ ଏହା ନ ମାନିବାରୁ ଏବେ ସଂପୃକ୍ତ ଆଶାକର୍ମୀଙ୍କୁ ହଇରାଣ କରୁଛନ୍ତି ଏହି ଡାକ୍ତର। 

{"id":137568}

ତେବେ ବାବୁଙ୍କ କଳାକାରନାମା କେବଳ ଏତେକିରେ ସୀମିତ ନାହିଁ। ଗତ ମାସରେ  ହସ୍ପିଟାଲ ପରିସରରେ ଆନ୍ୟ ଜଣେ ଆଶା କର୍ମୀଙ୍କୁ ଟଣା ଓଟରା କରିଥିଲେ ଡାକ୍ତର ବାବୁ ।  ଲୋକ ଲଜ୍ଜା ଭୟରେ ଆଶା କର୍ମୀ ପାଟି ବନ୍ଦ ରଖିଥିଲେ।  ହଲେ ଡାକ୍ତରଙ୍କ ଏଭଳି ବ୍ୟବହାରର ପ୍ରମାଣ ସଂଗ୍ରହ କରିବା ପରେ ଆଶାକର୍ମୀ ଏବେ ଥାନାରେ ଲିଖିତ ଏତଲା ଦେଇଛନ୍ତି।

କେଗାଁ ଥାନାରେ ଆଶା କର୍ମୀ ଲିଖିତ ଏତଲା ସମେତ ପ୍ରମାଣ ଭାବେ ଡାକ୍ତରବାବୁଙ୍କ ମୋବାଇଲର କଲର ରେକର୍ଡିଂ ପୋଲିସକୁ ଦେଇଛନ୍ତି। ତେବେ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଡାକ୍ତର ବାବୁ। କହିଛନ୍ତି ଅଧସ୍ଥନ କର୍ମଚାରୀଙ୍କ ସହ ପାଟିତୁଣ୍ଡକୁ ନେଇ ସେମାନେ  ମିଥ୍ୟା ଅଭିଯୋଗ କରୁଛନ୍ତି।

{"id":137569}

 ଏ ନେଇ କେଗାଁ ଥାନାରେ ଆପୋଷ ବୁଝାମଣା ହୋଇଥିବା ନ୍ୟୁଜ୍ ସେଭେନକୁ କହିଛନ୍ତି ଡାକ୍ତର। ଅନ୍ୟପକ୍ଷରେ ଅଭିଯୋଗକାରୀଙ୍କ ଉପରେ ଏତଲା ପ୍ରତ୍ୟାହାର କରିବା ଲାଗି ଡାକ୍ତର ଚାପ ପକାଉଥିବା ଅଭିଯୋଗ ହୋଇଛି। ତେବେ ଡାକ୍ତରଙ୍କ ଚାପ ସତ୍ବେ ନ୍ୟାୟ ପାଇଁ ଲଢିବେ ବୋଲି  କହିଛନ୍ତି ଆଶାକର୍ମୀ।

ଗତ  ୨୦୧୭ ମସିହା ନଭେମ୍ବର୨  ତାରିଖ ଦିନ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସୂତି ଗୃହରେ ଡାକ୍ତର ବାବୁ ଜଣେ ଆଶା କର୍ମୀଙ୍କୁ ଆଶାଳୀନ ବ୍ୟବହାର କରିବା ସହ ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ। ଯାହାକୁ  ନେଇ ସ୍ବାସ୍ଥ୍ୟ କେନ୍ଦ୍ରରେ ତୁମୁଳ କାଣ୍ଡ ହୋଇଥିଲା। ଆଶାକର୍ମୀଙ୍କ ପରିବାର ଲୋକେ ସେତେବେଳେ ଡାକ୍ତରବାବୁଙ୍କୁ ଭଲ ରକମ ପାନେ ଦେଇଥିଲେ। ଏଣୁ ବାବୁ ନିଜେ ହାତ କାଟି ଏଭଳି ଆଉ କେବେ ନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ବାବୁ ବୋର୍ଡାକୁ ସ୍ଥାନାନ୍ତର ହୋଇଥିଲେ।

{"id":137570}

ହଲେ ବାବୁଙ୍କ ପିରକୃତି ସୁଧୁରିବ ବା କେମିତି? ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ଡାକ୍ତର ଆଶା କର୍ମୀଙ୍କ ଇଜ୍ଜତ ସହ ଖେଳ ଖେଳିବାକୁ ଉଦ୍ୟମ କରିବା। ଯଦି ହସ୍ପିଟାଲରେ ଅଧସ୍ଥନ ମହିଳା କର୍ମଚାରୀଙ୍କ ପ୍ରତି ଡାକ୍ତରଙ୍କ ବ୍ୟବାହର ଏପରି ତେବେ ମହିଳା ରୋଗୀଙ୍କ ପ୍ରତି କିପରି ବ୍ୟବହାର କରୁଥିବେ ତାହା କେବଳ ଅନୁମାନ କରାଯାଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.