ଡାକ୍ତରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଆଶା କର୍ମୀ, ପ୍ରସବ ପରେ ଦସ୍ତଖତ ପାଇଁ ମାଗିଲେ ଲାଞ୍ଚ

Published By : Prameya-News7 Bureau | October 12, 2019 IST

ବୌଦ୍ଧ ୧୨|୧୦: ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କେଳେଙ୍କାରୀ ଚରମସୀମାରେ ପହଞ୍ଚିଲାଣି । ଆଜି ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ । ଅଭିଯୋଗକାରୀ ହେଉଛନ୍ତି ଜଣେ ଆଶା କର୍ମୀ ।

ତାଙ୍କ ଅଭିଯୋଗ ଅନୁସାରେ ଗତକାଲି ବୌଦ୍ଧ ଜିଲ୍ଲା ତଳଗାଁର ଜଣେ ଆଶା କର୍ମୀ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ପାଇଁ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଶିଶୁ ଜନ୍ମ ହେବା ପରେ ସଂପୃକ୍ତ ଡାକ୍ତରଙ୍କୁ ଦସ୍ତଖତ ପାଇଁ ଆଶା କର୍ମୀ କହିଥିଲେ । ହେଲେ ଦସ୍ତଖତ ପାଇଁ ଡାକ୍ତର ତାଙ୍କଠାରୁ ୬ଶହ ଟଙ୍କା ଦାବି କରିଥିଲେ ।

ପୂର୍ବରୁ ମଧ୍ୟ ପ୍ରତ୍ୟେକ ପ୍ରସବ କରାଇବା ପରେ ଆଶା କର୍ମୀଙ୍କ ଜରିଆରେ ପ୍ରିୟଜନଙ୍କଠାରୁ ଟଙ୍କା ମଗାଯାଉଥିବାର ଅଭିଯୋଗ ମଧ୍ୟ କରିଛନ୍ତି ଆଶା କର୍ମୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.