Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଛୋଟ ପରଦାର ଏହି ଅଭିନେତ୍ରୀ ବଲିଉଡରେ କରିବେ ଡେବ୍ୟୁ

18/08/2019 at 9:50 AM

ମୁମ୍ବାଇ୧୮|୮: ଛୋଟ ପରଦାରେ ପ୍ରସାରିତ ହେଉଥିବା ‘ପବିତ୍ର ରିସ୍ତା’ ଧାରାବାହିକର ଫେମ୍‌ ଆଶା ନେଗୀ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ବଲିଉଡରେ ମଧ୍ୟ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଛୋଟ ପରଦାରୁ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି। ଗତବର୍ଷ ଟେଲିଭିଜନ ଇଣ୍ଡଷ୍ଟ୍ରିର କେତେକ କଳାକାର ବଲିଉଡରେ ଡେବ୍ୟୁ କରିଥିଲେ।
ଏବେ ଏହି ତାଲିକାରେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ଯୋଡି ଯାଇଛି।ଆଶା ନେଗୀ ସିରିଏଲ ଇଣ୍ଡଷ୍ଟ୍ରିରୁ ଅନେକ ସଫଳତା ଦାସଲ କରିଛନ୍ତି। ଏତାଙ୍କ ଅଭିନୟ ଦ୍ବାରା ସେ ବେଶ ଲୋକପ୍ରିୟତା ଲାଭ କରିଛନ୍ତି। ପବିତ୍ର ରିସ୍ତା ଧାରାବାହିକରେ ଋତ୍ବିକ୍‌ ଧନଯାନୀ ଓ ଆଶା ନେଗୀଙ୍କୁ ଦର୍ଶକଙ୍କର ବହୁତ ଭଲ ପାଇବା ମିଲିଥିଲା। ଦୁହେଁ ସିରିଏଲରେ କପଲ ଭାବେ ଅଭିନୟ କରୁଥିଲେ।
ଉଭୟଙ୍କର ଏହି ସିରିଏଲ ହିଟ୍‌ ହେବା ପରେ ସେମାନେ ଏକ ଫେମସ ଯୋଡି ଭାବେ ଫେମସ ଥିଲେ। ଦେଖୁ ଦେଖୁ ଏହି ଫେମସ କପଲ ଆଶା ଓ ଋତ୍ବିକ୍‌ ରିୟଲ ଲାଇଫରେ ମଧ୍ୟ ଉଭୟଙ୍କୁ ଡେଟ୍‌ କରିବାକୁ ଲାଗିଲେ।ଉଭୟଙ୍କ ଲଭଷ୍ଟୋରୀ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ।
ତେବେ ଛୋଟ ପରଦାର ଅଭିନେତ୍ରୀ ଆଶା ଏବେ ବଡ ପରଦାରେ ପାଦ ଦେବେ। ଅନୁରାଗ ବାସୁଙ୍କ ଫିଲ୍ମ ମେଟ୍ରୋ ୨ରେ ଆଶା ନଜର ଆସିବେ। ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ମେଟ୍ରୋର ସିକ୍ବେଲ ନିର୍ମାଣ କରିବାକୁ ଯାଉଛନ୍ତି ଅନୁରାଗ।
ଏହି ସିକ୍ବେଲ ଫିଲ୍ମରେ ଆଶା ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବେ। ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ନଜର ଆସିବେ ଆଶା। ଅଭିଷେକ ଓ ଆଶାଙ୍କ ବ୍ୟତୀତ ଏଥିରେ ରାଜକୁମାର ରାଓ ମଧ୍ୟ ଅଭିନୟ କରିବେ। ରିପୋର୍ଟ ଅନୁସାରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି।

   Related Posts