Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଘରେ ପଶି ଆଶାକର୍ମୀ ଓ ତାଙ୍କ ବାପାଙ୍କୁ ଆକ୍ରମଣ, ଘଟଣାରେ ୨ ଅଟକ

12/07/2020 at 2:26 PM

ସାଲେପୁର ୧୨।୦୭: ଅଭିଯୋଗ କରିବାରୁ ଆଶା କର୍ମୀଙ୍କୁ ଆକ୍ରମଣ । ସାଲେପୁର ସୋମପୁରର ଆଶାକର୍ମୀ ଆଖତରି ବେଗମଙ୍କ ଘରେ ପଶି ୨ ଜଣ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆଖତରିଙ୍କ ବାପା ଲିଆକତ ବିରୋଧ କରିବାକୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଆକ୍ରମଣ ଯୋଗୁଁ ଘଟଣାସ୍ଥଳରେ  ଆଶା କର୍ମୀ ଜଣକ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ପରିବାରଲୋକେ ତାଙ୍କୁ କିଶନ ନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଥିଲେ । ଘଟଣାରେ ପୋଲିସ ୨ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ।

ଆଶା କର୍ମୀ ଆଖତରି ବେଗମ୍ ଗତ ୧୯ ତାରିଖ ଦିନ ଗାଁ ବୁଲି ସର୍ଭେ କରିବା ପାଇଁ ଯାଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ଏହାର ସୁଯୋଗ ନେଇ ତାଙ୍କ ଘରେ ପଶି ପର୍ସ,ଏଟିଏମ, ସୁନା ଗହଣା ନଗଦ ୪ ହଜାର ୫ଶହ ଟଙ୍କା ଚୋରି କରିଥିଲେ ।  ଏଟିଏମର ପିନ କୋଡ ମଧ୍ୟ ନେଇ ଗଡମା ବଜାର ଏଟିଏମରୁ ୨ ହଜାର ୭୦୦ ଟଙ୍କା ଉଠାଇ ନେଇଥିଲେ । ଏ ନେଇ ଆଖତରି ବେଗମ କିଶନ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜକୁ ଆଧାର କରି ଦୁଇ ଜଣ ଯୁବକଙ୍କୁ ଥାନାକୁ ଆଣିବା ସହ ପରେ ସେମାନଙ୍କୁ ଛାଡିଥିଲେ । କିନ୍ତୁ ଅଭିଯୁକ୍ତ ଦୁଇ ଜଣ ଏହାର ଫାଇଦା ନେଇ ଆଶା କର୍ମୀ ଆଖତରି ବେଗମ୍ ଘରେ ପହଁଚି ଆକ୍ରମଣ କରିଥିଲେ ।

   Related Posts