କରୋନା ଯୋଦ୍ଧାଙ୍କ ପରିବାରକୁ ସହାୟତା, ଆଶା କର୍ମୀ ଓ ଅଙ୍ଗନଓ୍ୱାଡି ଦିଦିଙ୍କ ଆତ୍ମୀୟଙ୍କୁ ମିଳିବ ଭତ୍ତା

Published By : Prameya-News7 Bureau | July 17, 2020 IST

ଭୁବନେଶ୍ୱର, ୧୭।୦୭:  କରୋନା ଭାଇରସ ମୁକାବିଲାରେ ଅଙ୍ଗନଓ୍ୱାଡି କର୍ମୀ, ଆଶା କର୍ମୀମାନେ ସମ୍ମୁଖ ଯୋଦ୍ଧା ଭାବେ ଦାୟିତ୍ୱ ନିର୍ବାହନ କରୁଛନ୍ତି । ଏହି ମହାମାରୀ ବିରୋଧରେ ଲଢିବା ସହ ସାଧାରଣ ଲୋକଙ୍କୁ ସୁରକ୍ଷା ମଧ୍ୟ ଦେଉଛନ୍ତି । ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି ।

ଏବେ କରୋନା ଭାଇରସରେ ପ୍ରାଣ ହରାଇଲେ ଆଶା କିମ୍ବା ଅଙ୍ଗନଓ୍ୱାଡି କର୍ମୀଙ୍କ ପରିବାରକୁ ୬୦ ବର୍ଷ ଯାଏଁ ଭତ୍ତା ମିଳିବ । ମୃତ ଅଙ୍ଗନଓ୍ୱାଡି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ । ସେହିପରି ଆଶାକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା ମିଳିବ । ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.