ଅମାନିଆଙ୍କୁ ସାବାଡ୍‌ କଲେ ଦିଦି: ହାତରେ ଠେଙ୍ଗା ଧରି ବାଟରେ ଛିଡା ହେଲେ ଆଶାକର୍ମୀ ଏବଂ ଅଙ୍ଗନଓ୍ବାଡି କର୍ମୀ

Published By : Prameya-News7 Bureau | July 24, 2020 IST

ଭଦ୍ରକ୨୪/୭: ଅମାନିଆଙ୍କୁ ପେଟେଣ୍ଟ ମେଡ଼ିସିନ । ମାସ୍କ ନ ପିନ୍ଧିବା ଲୋକଙ୍କୁ ଠେଙ୍ଗା ଦେଖାଇଲେ ଆଶା ଓ ଅଙ୍ଗନବାଡି କର୍ମୀ। ସାବଧାନ ହୋଇଯାଆନ୍ତୁ, ଅମାନିଆ ହୁଅନ୍ତୁନି । ମାସ୍କ ମୁହଁରେ ନ ବାନ୍ଧି ବୁଲନ୍ତୁନି । ରାସ୍ତାରେ ବାଡ଼ି ଧରି ଜଗିଛନ୍ତି ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ । ରାସ୍ତାରେ ଠେଙ୍ଗା ଦେଖାଇ ଅଟକାଉଛନ୍ତି ଲୋକଙ୍କୁ । ସମସ୍ତ ଙ୍କୁ ନୁହେଁ , ସେହି ମାନଙ୍କୁ ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି  । ଭଦ୍ରକ ଜିଲ୍ଲା ଗୁଆମାଳର । ଆଶା କର୍ମୀ  ସବିତା ବେଜ ଓ ଅଙ୍ଗନବାଡି କର୍ମୀ ସଂଯୁକ୍ତା ପାଣିଗ୍ରାହୀ ଠେଙ୍ଗା ଧରି ଠିଆ ହୋଇଛନ୍ତି । ଯେଉଁମାନେ ମାସ୍କ ନପିନ୍ଧି ଆସୁଛନ୍ତି ସେମାନଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରୁଛନ୍ତି । ନହେଲେ ଠେଙ୍ଗା ମଧ୍ୟ ଦେଖାଉଛନ୍ତି । ଏମିତି ଦୃଶ୍ୟ ଦେଖି ଲୋକେ ତାଜୁବ ହୋଇଗଲେଣି । ଏମାନଙ୍କୁ ଦେଖିବା ପୂର୍ବରୁ ଗାଡି ରଖି ମାସ୍କ ପିନ୍ଧି ଦେଉଛନ୍ତି । ସବୁ ପ୍ରକାର ପ୍ରୟାସ ପରେ ଏବେ ଅମାନିଆ ଙ୍କୁ ଏବେ ପେଟେଣ୍ଟ ମେଡ଼ିସିନ ଭଳି କାମଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.