ନିର୍ଭୟା ପ୍ରସଙ୍ଗ - ଝିଅକୁ ନ୍ୟାୟ ଦେବା ପାଇଁ ଏ ସଂଘର୍ଷ ୭ ବର୍ଷ ବିତିଗଲାଣି , ଆଶା ଆଶଙ୍କାରେ ଆଶାଦେବୀ

Published By : Prameya-News7 Bureau | February 02, 2020 IST

ନୂଆଦିଲ୍ଲୀ – ୦୨।୦୨  ଆଜି ଦିଲ୍ଲୀ ହାଇକୋର୍ଟରେ ନିର୍ଭୟା ମାମଲାର ଶୁଣାଣି ହୋଇଛି । ତାରିଖ ପରେ ତାରିଖ ଦୀର୍ଘ ୭ ବର୍ଷ ଧରି ଗଡ଼ିଚାଲିଥିଲା । ଆଉ ଶେଷରେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ପରେ, ଦୁଇ ଦୁଇ ଥର ଫାଶୀ ତାରିଖ ସ୍ଥିର ହୋଇସାରିଥିଲେ ମଧ୍ୟ ଦୋଷୀ ବର୍ତ୍ତି ଯାଉଛନ୍ତି, ତାକୁ ନେଇ ବ୍ୟଥୀତ ହେଉଛନ୍ତି ନିର୍ଭୟାଙ୍କ ବାପା ମାଆ । ଦ୍ବିତୀୟ ଥର ପାଇଁ ଫାଶୀ ତାରିଖ ଘୁଞ୍ଚିବା ପରେ ସ୍ଥଗିତାଦେଶକୁ ବିରୋଧ କରି କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ ହାଇକୋର୍ଟରେ ଆବେଦନ କରିଛନ୍ତି, ଯାହାର ଶୁଣାଣି ହୋଇଛି ଆଜି ।…

{"id":219276,"sizeSlug":"large"}

ଆଶା ଆଶଙ୍କା ଭିତରେ ସବୁଦିନ ଆଶାଦେବୀ । ଝିଅକୁ ନ୍ୟାୟ ଦେବା ପାଇଁ ଏ ସଂଘର୍ଷ ୭ ବର୍ଷ ବିତିଗଲାଣି। ମନ ଭିତରେ ତିଳେତିଳେ ଅନୁଭବ କରୁଛନ୍ତି ଝିଅ ପାଇଥିବା ଯନ୍ତ୍ରଣା । ତେଣେ ଦୋଷୀକୁ ଦଣ୍ଡ ଦେବା ଲାଗି ନ୍ୟାୟର ପ୍ରକ୍ରିୟା ଲମ୍ବିଲମ୍ବି ଚାଲିଛି । ବାରମ୍ବାର କୋର୍ଟକୁ ଆସୁଛନ୍ତି ପରିଚୟ ପତ୍ର ଦେଖାଇ ଭିତରକୁ ଯାଉଛନ୍ତି, ଆଉ ଗଲାବେଳେ ଆଖିରୁ ଦୁଇଟୋପା ଲୁହ ଝରାଇ ଫେରୁଛନ୍ତି । ୭ ବର୍ଷ ଧରି ଏମିତି ହାଜିରା ପକାଉଛନ୍ତି ଆଶା ଦେବୀ  ଆଉ ତାଙ୍କ ସ୍ବାମୀ । ଦୋଷୀ ଦଣ୍ଡପାଉ, ଝିଅର ଆତ୍ମ ଶାନ୍ତି ପାଉ ଆଉ କେହି ଝିଅକୁ ହାତ ଦେବା ପୂର୍ବରୁ ଏଭଳି ପିଶାଚମାନଙ୍କ ପ୍ରାଣ ଥରିଉଠୁ ଏମିତି ଶିକ୍ଷା ଯାଉ ସେମାନଙ୍କ ନିକଟକୁ। କିନ୍ତୁ ତାରିଖ ପେ ତାରିଖ ଘୁଞ୍ଚି ଚାଲିଛି।

{"id":219275,"sizeSlug":"large"}

ପ୍ରଥମେ ଜାନୁଆରୀ ୨୨, ତାପରେ ଫେବ୍ରୁଆରି ୧ରେ ଫାଶୀ ପାଇଁ ତାରିଖ ପୁଣି ଘୁଞ୍ଚିଛି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ । ହେଲେ ଦୁଇ ଦୁଇ ଥର ଫାଶୀ ଟଳିବା ପରେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲେ କେନ୍ଦ୍ର ସରକାର ଆଉ ଦିଲ୍ଲୀ ପୋଲିସ। ଦୋଷୀମାନେ ଆଇନର ମଜାକ୍ ଉଡାଉଛନ୍ତି, ସେମାନଙ୍କୁ ତୁରନ୍ତ ଫାଶୀ ଦେବାକୁ କୋର୍ଟରେ ଆବେଦନ କରିଥିଲେ, ଯାହାର ଶୁଣାଣି ହୋଇଥିଲା ରବିବାର । ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା ସରକାରଙ୍କ ପକ୍ଷ ରଖି କହିଥିଲେ, କି ଜାଣିଶୁଣି ଦୋଷୀଙ୍କ ପକ୍ଷରୁ ବିଳମ୍ବ କରାଯାଉଛି, ଆଇନର ଦୁରୁପଯୋଗ ହେଉଛି । 

{"id":219273,"sizeSlug":"large"}

ଏବେ ଆସନ୍ତୁ ଜାଣିବା ବର୍ତ୍ତମାନ ୪ ଦୋଷୀଙ୍କର ସ୍ଥିତି କଣ । ବର୍ତ୍ତମାନ ସୁଦ୍ଧା କେବଳ ମୁକେଶ ସିଂହ ଏବଂ ବିନୟ ଶର୍ମାର ଦୁଇ ବିକଳ୍ପ କ୍ୟୁରେଟିଭ ପିଟିସନ ଏବଂ କ୍ଷମା ଆବେଦନ ଖାରଜ ହୋଇସାରିଛି । ଅକ୍ଷୟ ସିଂହର କ୍ୟୁରେଟିଭ ପିଟିସନ ଖାରଜ ହୋଇଥିବା ବେଳେ କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ବିଚାରାଧିନ ରହିଛି ।

{"id":219274,"sizeSlug":"large"}

ସେହିପରି ପବନ ଗୁପ୍ତା ଏପର୍ଯ୍ୟନ୍ତ କ୍ୟୁରେଟିଭ ପିଟିସନ ଦାଖଲ କରିନାହିଁ କି ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିନାହିଁ । ତେଣୁ ଏମାନେ ଫାଶୀ ଖୁଣ୍ଟରେ ଝୁଲିବାରେ ଆହୁରି ବିଳମ୍ବ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.