୮୮ ବର୍ଷ ବୟସରେ ହ୍ରିତିକ ରୋଶନଙ୍କ ସିଗ୍ନେଚର୍ ଷ୍ଟେପ୍ କଲେ ଆଶା ଭୋସଲେ, ଡ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ ୦୪/୧୨ : ଆଶା ଭୋସଲେଙ୍କୁ 'ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର୨'ରେ ସ୍ପେସାଲ୍ ଗେଷ୍ଟ ଭାବରେ ଦେଖିବାକୁ ମିଳିବ। ଏହି ଆଗାମୀ ଏପିସୋଡର କିଛି ଝଲକ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓଗୁଡିକ ମଧ୍ୟରୁ ଗୋଟିଏ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ୮୮ ବର୍ଷ ବୟସରେ ଆଶା ଭୋସଲେ ଦମଦାର ଡ୍ୟାନ୍ସ କରୁଥିବା ଦେଖାଯାଇଛି।

wp:html
/wp:html

ଏହି ଭାଇରାଲ୍ ଭିଡିଓରେ ଆଶା ଭୋସଲେ ସମସ୍ତ ଜଜଙ୍କ ସହ ବସି କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି । ଏହି ସମୟରେ ସେ ତାଙ୍କର ଫେଭରେଟ ଡ୍ୟାନ୍ସରଙ୍କ ନାମ କହିଛନ୍ତି। ଏହା ପରେ ଏପରି କିଛି ଘଟିଛି ଯାହାକୁ କେହି କଳ୍ପନା ମଧ୍ୟ କରିନଥିଲେ। ସେ ତାଙ୍କ ସ୍ଥାନରେ ଠିଆ ହୋଇ ହ୍ରିତିକ ରୋଶନଙ୍କ ସିଗ୍ନେଚର୍ ଷ୍ଟେପ୍ କରିବା ଆରମ୍ଭ କରିଛନ୍ତି । ଏହା ଦେଖି ସମସ୍ତ ଜଜ୍ ଏବଂ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.