Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଆତ୍ମସମ୍ମାନ ଥିଲେ କଂଗ୍ରେସ ଛାଡି ଦିଅ’,ଗୁଲାମନବୀଙ୍କୁ ଓଓ୍ୱେସୀଙ୍କ ପରାମର୍ଶ

30/08/2020 at 11:03 AM

ନୂଆଦିଲ୍ଲୀ,୩୦|୦୮ :  କଂଗ୍ରେସ ଦଳରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ଏଆଇଏମଆଇଏମ  ଅଧ୍ୟକ୍ଷ ଅସଦୁଦ୍ଦୀନ ଓଓ୍ୱେସୀ ପ୍ରତିକ୍ରିୟା ରଖିଛନ୍ତି । ସେ ଏକ ଅନଲାଇନ୍ ରାଲିକୁ ସମ୍ବୋଧିତ କରି ରାଜ୍ୟସଭାରେ ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦଙ୍କ ଉପରେ ବର୍ଷିଛନ୍ତି । ଏହାସହ କଂଗ୍ରେସ ଛାଡିବା ପାଇଁ ସେ ଗୁଲାମନବୀଙ୍କୁ କହିଛନ୍ତି ।

ଓଓ୍ୱେସୀ କହିଛନ୍ତି ଯେ, ଗୁଲାମନବୀଙ୍କର ଯଦି ଆତ୍ମସମ୍ମାନ ଥାଏ ତେବେ ସେ ତୁରନ୍ତ ଦଳ ଛାଡନ୍ତୁ । ପୂର୍ବରୁ ଗୁଲାମନବୀ ଏଆଇଏମଆଇଏମକୁ ବିଜେପିର ବି ଟିମ୍ କହିଥିଲେ । ଏବେ ତାଙ୍କ ଦଳର ନେତା ତାଙ୍କୁ  ବିଜେପିର କାଠକଣ୍ଢେଇ କହୁଛନ୍ତି । କଂଗ୍ରେସର ବୈଠକରେ ଗୁଲାମନବୀଙ୍କୁ ପଚରାଯାଇଥିଲା ଯେ, ଜମ୍ମୁ-କାଶ୍ମୀରର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନଜରବନ୍ଦୀ କରି ରଖାଯାଇଛି । ଆପଣଙ୍କୁ କାହିଁକି ନୁହେଁ । ଏହାସହ ସେ ଗୁଲାମନବୀଙ୍କୁ କଂଗ୍ରେସ ଛାଡିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ସିଡବ୍ଲ୍ୟୁସି ବୈଠକ ପୂର୍ବରୁ କଂଗ୍ରେସର ଅନେକ ବରିଷ୍ଠ ନେତା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ । ଏହାସହ ଦଳରେ ଆମୂଳଚୂଳ ପରିବର୍ତ୍ତନ ସହ ସଂସ୍କାର ପାଇଁ ନିର୍ବାଚନ ଜରୁରୀ ବୋଲି ମଧ୍ୟ କହିଥିଲେ । ଏହାପରେ କଂଗ୍ରେସରେ ବିଦ୍ରୋହ ସୃଷ୍ଟି ହୋଇଥିଲା ।

   Related Posts