Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଅସରପା ଭାଙ୍ଗିଦେଲା ସଂସାର : ସ୍ତ୍ରୀଙ୍କ ଡର ପାଇଁ ବଦଳାଇଲେ ୧୮ ଘର, ମିଳିଲାନି ମୁକ୍ତି, ଏବେ ଛାଡପତ୍ର ଚାହୁଁଛନ୍ତି ସ୍ୱାମୀ

18/04/2021 at 1:25 PM

ଭୋପାଳ ୧୮/୦୪: ଅସରପା ପାଇଁ ବଦଳାଇଲେ ଘର । ତଥାପି ମିଳିଲାନି ମୁକ୍ତି । ଶେଷରେ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଯୋଜନା କରୁଛନ୍ତି ସ୍ୱାମୀ । ଏପରି ଏକ ଅଜବ ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ।  ଅସରପା ଭୟରେ ୧୮ ଥର ଘର ବଦଳାଇଲେ ମଧ୍ୟ ଦମ୍ପତିଙ୍କ ସମ୍ପର୍କ ଓ ବୈବାହିକ ଜୀବନ ଉପରେ ପ୍ରଭାବ ପକାଇଛି ।

ସୂଚନାନୁସାରେ, ଭୋପାଳରେ ଜଣେ ଦମ୍ପତି ବିବାହର ୩ ବର୍ଷ ମଧ୍ୟରେ ୧୮ ଥର ଘର ବଦଳାଇଛନ୍ତି । ଏହାର କାରଣ ଅସରପା ପ୍ରତି ପତ୍ନୀଙ୍କ ଭୟ । ମହିଳାଙ୍କ ସ୍ୱାମୀ ଜଣେ ସଫ୍ଟୱେର ଇଞ୍ଜିନିୟର । ପତ୍ନୀଙ୍କର ଏହି ଫୋବିୟା ପାଇଁ ଅନ୍ୟମାନଙ୍କ ଆଗରେ ସେ ବାରମ୍ବାର ଲଜ୍ଜିତ ହେଉଛନ୍ତି । ସେଥିପାଇଁ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରୁଛନ୍ତି ।

୨୦୧୭ରେ ବିବାହ ପରେ ପରେ ଅସରପା ପ୍ରତି ପତ୍ନୀଙ୍କ ଭୟ ବିଷୟରେ ସେ ଜାଣିପାରିଲେ । ପତ୍ନୀ ଦିନେ ରୋଷେଇ ଘରେ ଅସରପା ଦେଖି ଏତେ ଜୋର୍‌ରେ ଚିତ୍କାର କଲେ ଯେ ଘରର ସମସ୍ତେ ଭୟଭୀତ ହୋଇଗଲେ । ଏହା ପରେ ସେ ଆଉ ରୋଷେଇ ଘରକୁ ଗଲେ ନାହିଁ ଏବଂ ସେ ଘର ଛାଡ଼ି ନୂଆ ଘର ନେବାକୁ ବାରମ୍ବାର କହିଲେ । ପତ୍ନୀଙ୍କ ଅସରପା ଫୋବିୟା ପାଇଁ ୨୦୧୮ ମସିହାରେ ଦମ୍ପତି ପ୍ରଥମେ ଘର ବଦଳାଇଲେ । ତାହା ଆରମ୍ଭ ମାତ୍ର ଥିଲା । ନୂଆ ଘରେ ମଧ୍ୟ ସମାନ ଘଟଣା ଘଟିଲା ।

ଏହିଭଳି ଭାବେ ଦମ୍ପତି ଏପର୍ଯ୍ୟନ୍ତ ୧୮ ଥର ଘର ବଦଳାଇ ସାରିଲେଣି । ବ୍ୟକ୍ତି ଜଣକ ପତ୍ନୀଙ୍କୁ ଅନେକ ଥର ମନସ୍ତତ୍ତ୍ୱବିତ୍‌ଙ୍କ ନିକଟକୁ ନେଇଛନ୍ତି । କିନ୍ତୁ ଡାକ୍ତର ଦେଇଥିବା ଔଷଧ ତାଙ୍କ ପତ୍ନୀ ଖାଇଲେ ନାହିଁ । ଅନ୍ୟପକ୍ଷେ, ସେ ଅଭିଯୋଗ କଲେ ଯେ ସ୍ୱାମୀ ତାଙ୍କ ସମସ୍ୟା ବୁଝୁନାହାନ୍ତି । ସେ ତାଙ୍କୁ ମାନସିକ ଅସୁସ୍ଥ ଘୋଷଣା କରିବାକୁ ଚାହୁଁଛନ୍ତି । ବୈବାହିକ ସମ୍ପର୍କ ବଜାୟ ରଖିବାରେ ସାହାଯ୍ୟ କରୁଥିବା ଏକ ସଂସ୍ଥାକୁ ମଧ୍ୟ ପତିପତ୍ନୀ ଯାଇଥିଲେ । କିନ୍ତୁ ଏହା ଦ୍ୱାରା ସେମାନଙ୍କର କୌଣସି ଲାଭ ହେଲା ନାହିଁ । ବ୍ୟକ୍ତିଙ୍କ କହିବା ଅନୁସାରେ, ତାଙ୍କ ପତ୍ନୀ ଯେତେବେଳେ ଅସରପା ଦେଖନ୍ତି³ ଖୁବ୍‌ ଜୋର୍‌ରେ ଚିତ୍କାର କରନ୍ତି ଏବଂ ରାସ୍ତାକୁ ଘରର ଜିନିଷପତ୍ର ଫିଙ୍ଗିବା ଆରମ୍ଭ କରିଦିଅନ୍ତି । ତାଙ୍କର ଏଭଳି କାର୍ଯ୍ୟକଳାପରେ ବିରକ୍ତ ହୋଇ ବ୍ୟକ୍ତି ଜଣକ ତାଙ୍କଠାରୁ ଛାଡ଼ପତ୍ର ଚାହିଁଛନ୍ତି ।

   Related Posts