ଡେଥ୍ ଓ୍ବାରେଣ୍ଟ ନିଷ୍ପତ୍ତି ପୁଣି ଘୁଞ୍ଚିଲା : ୪ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ୧୧ରେ ଶୁଣାଣି

Published By : Prameya-News7 Bureau | February 07, 2020 IST

ନୂଆଦିଲ୍ଲୀ ୦୭।୦୨: ସୁପ୍ରିମକୋର୍ଟରେ ଆଜି ନିର୍ଭୟା ମାମଲା । ଆସନ୍ତା ୧୧ତାରିଖକୁ ଘୁଞ୍ଚିଲା ସୁପ୍ରିମକୋର୍ଟର ଶୁଣାଣି । ନିର୍ଭୟା ଦୋଷୀମାନଙ୍କ ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଏବଂ ସେମାନଙ୍କୁ ଏକାସଙ୍ଗରେ ଫାଶୀ ଦେବା ମାମଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିଲା ଆବେଦନ । ଶୁଣାଣି ସରିଥିବା ଦୋଷୀଙ୍କୁ ଫାଶୀ ଦେବାକୁ ଅପିଲ୍ କରିଥିଲେ କେନ୍ଦ୍ର ସରକାର ।

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରିବା ପାଇଁ ଦାବି କରିଥିଲା କେନ୍ଦ୍ର । ଏକକାଳୀନ ୪ଦୋଷୀଙ୍କୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତେବେ ଏହି ମାମଲାର ଶୁଣାଣି ଆସନ୍ତା ୧୧ତାରିଖ ଅପରାହ୍ନ ୨ଟାରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୁପ୍ରିମକୋର୍ଟ ସମସ୍ତ ଦୋଷୀଙ୍କୁ ନୋଟିସ ଜାରି କରଛନ୍ତି । ଦୋଷୀମାନେ ନିଜ ନିଜର ଆଇନଗତ ବିକଳ୍ପ ତୁରନ୍ତ ସାରିବାକୁ ନୋଟିସ୍ ଜାରି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

ଦୁଇଦିନ ତଳେ ନିର୍ଭୟା ଦୋଷୀଙ୍କୁ ଅଲଗା-ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ରର ଆବେଦନକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ବୁଧବାର ଦିନ କେନ୍ଦ୍ରର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଥିଲେ । କୋର୍ଟ ଏକା ସାଙ୍ଗରେ ଫାଶୀ ଦେବାକୁ ମନା କରିଦେଇଥିଲେ । ଏବଂ ଦୋଷୀମାନଙ୍କୁ ସାତ ଦିନ ମଧ୍ୟରେ  ନିଜ ନିଜର ଆଇନଗତ ବିକଳ୍ପ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦି ଦୋଷୀମାନେ ବାକି ଥିବା ବିକଳ୍ପ କାମ ସାରୁନାହାନ୍ତି ।  ତେବେ ପ୍ରଶାସନ ନିଜ ଅନୁସାରେ ପଦକ୍ଷେପ ନେବ ବୋଲି ହାଇକୋର୍ଟ କହିଥିଲେ । ଏହାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.