Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଚିରାଫଟା ଲୁଗା ପିନ୍ଧି ଅଟୋରେ ଯାଉଥିଲେ ୨ ମହିଳା, ସେମାନଙ୍କଠୁ ମିଳିଲା ୧ କେଜି ୬୬୭ ଗ୍ରାମ ହୀରା, ତଦନ୍ତ ଜାରି

26/06/2019 at 7:28 PM

ଆସାମ:  ଦେଖିବାକୁ ସାଧାରଣ ଗାଉଁଲି, ସେମିତି  ବେଶଭୂଷା କି ପରିପାଟି ବି ନାହିଁ । ହେଲେ ସେମାନଙ୍କଠୁ ମିଳିଲା ୧କେଜି ୬୬୭ ଗ୍ରାମ ହୀରା। ଯାହାର ଆନୁମାନିକ ଅନ୍ତର୍ଜାତୀୟ ବଜାର ମୂଲ୍ୟ ହାରାହାରି ୧୦ କୋଟି ଟଙ୍କା। ମହିଳାମାନଙ୍କୁ ଧରି ନେଇଥିବା ଆସାମ ରାଇଫଲସ ଜବାନମାନେ ଯେତେବେଳେ ଜାଣିଲେ ସେମାନେ ହୀରା ତସ୍କରଙ୍କୁ କାବୁ କରିଛନ୍ତି ସେତେବେଳେ ସେମାନେ ନିଜ ଆଖିକୁ ବି ବିଶ୍ୱାସ କରିପାରିଲେନି। ଏଭଳି ଘଟଣା ଘଟିଛି ଆସାମର ହୈଲାକାଣ୍ଡି ସହରରୁ ୯ କିଲୋମିଟର ଦୂର ମୋନାଚେରାରେ।

ଏକ ଅଟୋରିକ୍ସାର ସନ୍ଦିଗ୍ଧ ଗତିବିଧିକୁ ଦେଖି ଆସାମ ରାଇଫଲସ ଜବାନମାନେ ତାକୁ ଅଟକାଇଥିଲେ। ସେତେବେଳେ ଅଟୋରେ ୨ ଜଣ ଗାଉଁଲି ମହିଳା ବସିଥିବା ଓ ସେମାନଙ୍କ ଗଣ୍ଠିଲି ଥିବା ଜବାନମାନେ ଦେଖିଥିଲେ। ତେବେ ସନ୍ଦେହ ହେବାରୁ ଜବାନ ଗଣ୍ଠିଲି ଯାଞ୍ଚ କରିବା ବେଳେ ସେଥରେ ଖଣ୍ଡେ ହୀରା ଭଳି ଦେଖାଯାଉଥିବା ପଥର ଦେଖିଥିଲେ। ଏଣୁ ଗଣ୍ଠିଲିର ସମ୍ପୂର୍ଣ୍ଣ ତଲାସୀ ନେବା ବେଳେ ସେହିଭଳି ଆଉ କିଛି ପଥର ମିଳିଥିଲା।

ଏଣୁ ସେମାନଙ୍କୁ ଗଣ୍ଠିଲି ସହ ଚୌକିକୁ ନେଇଯାଇଥିଲେ। ସେଠାରେ ଯାଞ୍ଚ ବେଳେ ତାହା ହୀରା ବୋଲି ଜଣାପ଼ଡିଛି। ଆସାମ ରାଇଫଲସ ମହିଳା ଦ୍ୱୟଙ୍କୁ ଗିରଫ କରିଛି। ସେମାନେ ହେଲେ ମୋନିଆ ସଙ୍ଗମା ଓ ମିନାତି ସଙ୍ଗମା। ସେମାନେ ଏତେ ମୂଲ୍ୟବାନ ସାମଗ୍ରୀ ପାଇଲେ କେଉଁଠୁ ଓ କେଉଠାକୁ ନେଉଥିଲେ ସେ ନେଇ ଏବେ ପଚରା ଉଚରା କରାଯାଉଛି।  ସେମାନେ ମୁହଁ ଖୋଲିଲେ ଆସାମ ଅଗମ୍ୟ ଅଞ୍ଚଳରେ ଚାଲିଥିବା ଅବୈଧ ତସ୍କରୀର ପର୍ଦ୍ଦାଫାସ ହେବ ବୋଲି ଆଶା କରାଯାଉଛି।

   Related Posts