ସରକାର ଆରମ୍ଭ କରିବେ ‘ଅରୁନ୍ଧତୀ ସ୍ୱର୍ଣ୍ଣ ଯୋଜନା’, ବିବାହ କଲେ କନ୍ୟାକୁ ମିଳିବ ୧୦ ଗ୍ରାମ ସୁନା, ଜାଣନ୍ତୁ କେଉଁଠି

Published By : Prameya-News7 Bureau | November 21, 2019 IST

ଗୌହାଟୀ : ରାଜ୍ୟରେ ବିବାହ ପଞ୍ଜିକରଣକୁ ଉତ୍ସାହିତ କରିବା ତଥା  ଚାଇଲ୍ଡ ମ୍ୟାରେଜ ପ୍ରଥାର ବିଲୋପ ଲାଗି ଆସାମ ସରକାର ଖୁବ୍ ଶୀଘ୍ର  ରାଜ୍ୟରେ ‘ଅରୁନ୍ଧତୀ ସ୍ୱର୍ଣ୍ଣ ଯୋଜନା’  ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ଝିଅଙ୍କୁ ସରକାର ବିବାହ କଲେ ୧୦ ଗ୍ରାମ ଓଜନର ସ୍ୱର୍ଣ୍ଣଳଙ୍କାର ଉପହାର ଦେବେ। ତେବେ ଏଥିଲାଗି ନବ ବିବାହିତ ଦମ୍ପତ୍ତିଙ୍କୁ ସେମାନଙ୍କ ବିବାହ ପଞ୍ଜିକରଣ କରିବାକୁ ପଡିବ।

{"id":187706,"width":577,"height":432,"sizeSlug":"large"}

ସରକାରଙ୍କ ନିୟମ ଅନୁସାରେ ପ୍ରାପ୍ତ ବୟସ୍କା ଯୁବତୀ ଯିଏ ଅନୁନ୍ୟ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବେ ଓ ନିଜର ବିବାହକୁ ପଞ୍ଜିକୃତ କରାଇବେ କେବଳ ତାଙ୍କୁ ହିଁ ସରକାରଙ୍କର ଏହି ଯୋଜନାର ଲାଭ ମିଳିପାରିବ । ତେବେ ସରକାରଙ୍କ ସର୍ତ୍ତରେ ଥିବା ଶିକ୍ଷାଗତ ଯୋଗ୍ୟତା ରାଜ୍ୟର ଚା ବଗିଚାରେ  କାମ କରୁଥିବା ଯୁବତୀଙ୍କ ଲାଗି ପ୍ରଜୁଜ୍ୟ ହେବ ନାହିଁ। ସେହିପରି ଯେଉଁ ଯୁବତୀଙ୍କ ପରିବାରର ବାର୍ଷିକ ଆୟ ୫ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କୁ ଅରୁନ୍ଧତୀ ଯୋଜନାର ଲାଭ ମିଳିବ ନାହିଁ ବୋଲି ଜଣାପଡିଛି।

{"id":187707,"width":578,"height":477,"sizeSlug":"large"}

ଅନ୍ୟପକ୍ଷରେ ବିବାହରେ ସ୍ୱର୍ଣ୍ଣଳଙ୍କାର ପ୍ରଦାନ କରାଯିବ ନାହିଁ। ସେ ବାବଦ ଅର୍ଥ ବିବାହିତା ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦିଆଯିବ। ସେହି ଅର୍ଥରେ ବିବାହିତା ମହିଳା ନିଜ ପସନ୍ଦର ଅଳଙ୍କାର କ୍ରୟ କରି ଏହାର କ୍ରୟ ରସିଦ ସରକାରଙ୍କୁ ପ୍ରଦାନ କରିବେ। ଏହି ବାବଦ ଅର୍ଥ ପ୍ରତ୍ୟେକ ବଜେଟରେ ସଂଶୋଧିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.