Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭ୍ୟାକସିନର ଦୁଇଟି ଡୋଜ ନେଇଥିବା ସରକାରୀ କର୍ମଚାରୀଙ୍କୁ କାଲିଠୁ ଯିବାକୁ ହେବ ଅଫିସ, ଆଦେଶ ଜାରି କଲେ ସରକାର

13/06/2021 at 8:08 PM

ଗୁଆହାଟୀ ୧୩/୦୬ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଧୀରେ ଧୀରେ ବିଭିନ୍ନ ସ୍ଥାନରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସାମ ସରକାର କରୋନା ଟିକାର ଦୁଇଟି ଡୋଜ ନେଇସାରିଥିବା ସରକାରୀ କର୍ମଚାରୀଙ୍କୁ ସୋମବାର ଠାରୁ କାର୍ଯ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଏବେ ମଧ୍ୟ ଆଂଶିକ ଲକଡାଉନ ଜାରି ରହିଛି । ସାଧାରଣ ପ୍ରଶାସନ ବିଭାଗ କମିଶନର ତଥା ସଚିବ ଏମ୍ ମଣିଭାନନଙ୍କ ଦ୍ୱାରା ଜାରି ଆଦେଶରେ କୁହାଯାଇଛି ଯେ ସରକାରୀ କାର୍ଯ୍ୟାଳୟରେ ସୁଚାରୁ ରୂପେ କାର୍ଯ୍ୟ କରିବାକୁ ଏହିଭଳି ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି ଯେ, ସମସ୍ତ ସରକାରୀ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ କରିବା ପାଇଁ ଆସାମ ସରକାର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଯେଉଁମାନେ କରୋନା ଟିକା ନେଇସାରିଛନ୍ତି ସେମାନେ ଜୁନ୍ ୧୪ରୁ ନିୟମିତ ଭାବରେ କାର୍ଯ୍ୟାଳୟରେ ଯୋଗଦେବେ। ଆଦେଶରେ କୁହାଯାଇଛି ଯେ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ସରକାରଙ୍କ ଦ୍ୱାରା ଜାରି କରୋନା ନିୟମ ପାଳନ କରିବାକୁ ହେବ ।

ସୂଚନାଯୋଗ୍ୟ ଯେ ଆସାମ ସରକାର ଲକଡାଉନ ଅବଧି ଜୁନ ୧୫ ତାରିଖକୁ ବଢ଼ାଇ ଦେଇଥିଲେ । ଅପରାହ୍ନ ଗୋଟାଏରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ ହୋଇଥାଏ ଓ ଲୋକଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଥାଏ । ସମସ୍ତ ଦୋକାନ ଓ ବାଣିଜ୍ୟିକ ସଂସ୍ଥା ମଧ୍ୟ ୧୨ଟା ପରେ ବନ୍ଦ କରିବାକୁ ଆଦେଶ ଦିଆଯାଇଛି । ଆନ୍ତଃ ଜିଲ୍ଲା ପରିବହନ ଓ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଗମନାଗମନ ଉପରେ ମଧ୍ୟ ପ୍ରତିବନ୍ଧକ ରହିଛି ।

   Related Posts