Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ବନ୍ୟାରେ ଭାସିଲା ଆସାମ, ୨.୯ଲକ୍ଷ ଲୋକେ ପ୍ରଭାବିତ, ବିଭିନ୍ନ ସ୍ଥାନରେ ୩ ମୃତ

29/05/2020 at 7:32 PM

ଗୌହାଟୀ ୨୯।୯:  ସାରା ଦେଶ କୋରନା ଭାଇରସ୍ ମହାମାରୀର ମୁକାବିଲା କରୁଥିବା ବେଳେ ଆସାମ ଉପରେ ଦୋହରା ମାଡ ପଡିଛି। ଗୋଟିପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବଢି ଚାଲିଥିବା ବେଳେ ଅନ୍ୟପଟେ ଭୀଷଣ ବନ୍ୟା ରାଜ୍ୟର ୯ଟି ଜିଲ୍ଲାକୁ ପ୍ରଭାବିତ କରିଛି। ଫଳରେ ୩୦୦ ଗ୍ରାମର ୨ଲକ୍ଷ ୯୦ ହଜାର ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଛି।  

ଦେଶକୁ ମୌସୁମୀ ଆଗମନ ଲାଗି ଆହୁରି ଅନେକ ସମୟ ବାକି। ତେବେ ଅଦିନିଆ ବର୍ଷା ଆସାମରେ ବନ୍ୟାକୁ ଡାକିଆଣିଛି। ସାଧାରଣତଃ ବର୍ଷା ଦିନ ବ୍ରହ୍ମପୁତ୍ର ନଦୀ ତଟବର୍ତ୍ତି ଅଞ୍ଚଳର ଲୋକଙ୍କନଜର ଚକ୍ରେଶ୍ୱର ମନ୍ଦିରର ଲକ୍ଷ୍ମୀ-ବିଷ୍ମୁଙ୍କ ଅନନ୍ତ ଶୟନ ମୂର୍ତ୍ତି ଉପରେ ଥାଏ।  ହେଲେ ଭୀଷଣ ଗ୍ରୀଷ୍ମରେ ବର୍ଷା ହେଉଥିବା ବେଳେ ଏହି ମୂର୍ତ୍ତି ଉପରେ ଏବେ ବନ୍ୟାପାଣି ପ୍ରବାହିତ ହେଉଥିବା ଦେଖାଯାଉଛି। ବନ୍ୟାରେ ଭାସି ଯାଇ ଲକ୍ଷିପୁର ଓ ବଲିଜାନା ଅଞ୍ଚଳରୁ ଜଣେ ଲେଖାଏଁ ଲୋକ ପ୍ରାଣ ହରାଇଥିବା ବେଳେ ଗୋଆଲପାରାରେ ଜଣକର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ୩କୁ ପହଞ୍ଚିଛି।

ବନ୍ୟାରେ ୯ଟି ଜିଲ୍ଲାର ୩୦୦ ଗ୍ରାମ ପ୍ରଭାବିତ ହୋଇଛି। ଏଣୁ ଜଳମଗ୍ନ ଗ୍ରାମଗୁଡିକରୁ ଲୋକଙ୍କୁ ବାହାର କରି ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ବେଳେ କରୋନା ସଂକ୍ରମଣ ଏବେ ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। କରୋନା କାଳରେ ବନ୍ୟାଯୋଗୁ  ସାମାଜିକ ଦୂରତା କାର୍ଯ୍ୟକ୍ଷମ କରାଯାଇ ପାରୁନଥିବାରୁ ରାଜ୍ୟରେ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲଗିଛି।    

   Related Posts