Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଏକ୍‌ଜିଟ୍‌ ପୋଲ୍‌-୨୦୨୧: ଆସାମରେ ପୁଣି ବିଜେପି ସରକାର

29/04/2021 at 10:07 PM

ଭୁବନେଶ୍ବର ୨୯/୪: ଆସାମରେ ପୁଣି ଫୁଟିବ ପଦ୍ମ। ବିଜେପି ପୁଣି ସରକାରକୁ ଫେରିବା ନେଇ ଏକଜିଟ୍‌ ପୋଲ୍‌ର ଇସାରା। ଏଥର କଂଗ୍ରେସ ବିଜେପିକୁ କଡ଼ା ଟକ୍କର ଦେଇଥିବା ବେଳେ ସରକାର ଗଠନ କରିବାରେ ଅସଫଳ ହେବ ବୋଲି ସର୍ଭେ କହୁଛି । ରାଜ୍ୟରେ ମୋଟ ୧୨୬ ସିଟ୍  ଥିବା ବେଳେ ମ୍ୟାଜିକ୍‌ ନମ୍ବର ୭୧ ରହିଛି। ପ୍ରାୟ ସମସ୍ତ ସଂସ୍ଥାର ଏକଜିଟ୍‌ ପୋଲ୍‌ରେ ବିଜେପିକୁ ବହୁମତ ମିଳୁଥିବା ଦେଖିବାକୁ ମିଳିଛି।

ରାଜ୍ୟର ୧୨୬ଟି ଆସନ ପାଇଁ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ୬ ତାରିଖ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୪୭ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୩୯ଟି ଓ ତୃତୀୟ ପର୍ଯ୍ୟାୟରେ ୪୦ ସିଟ୍ ପାଇଁ ନିର୍ବାଚନ ହୋଇଥିଲା। ତେବେ ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଆସିଥିବା ଏକଜିଟ୍‌ ପୋଲ୍‌ ସର୍ଭେ ବିଜେପି ସପକ୍ଷରେ ଯାଇଛି।

ଏମିତି ରହିଛି ଏକଜିଟ୍‌ ପୋଲ୍‌ ସର୍ଭେ

ଇଣ୍ଡିଆଟୁଡେ- ଆକ୍ସିସ୍‌ ମାଇ ଇଣ୍ଡିଆ

ବିଜେପି: ୭୫-୮୫

କଂଗ୍ରେସ:୪୦-୫୦

ଅନ୍ୟ: ୧-୪

ସ ଭୋଟର

ବିଜେପି: ୫୮-୭୧

କଂଗ୍ରେସ: ୫୩-୬୬

ଅନ୍ୟ: ୦-୫

ଟୁଡେଜ୍‌ ଚାଣକ୍ୟ

ବିଜେପି: ୬୧-୭୯

କଂଗ୍ରେସ:୪୭-୬୫

ଅନ୍ୟ: ୦-୩

ସିଏମଏକ୍ସ

ବିଜେପି: ୭୪-୮୪

କଂଗ୍ରେସ: ୪୦-୫୦

 ଅନ୍ୟ: ୧-୩

ଜନ କି ବାତ୍‌

ବିଜେପି: ୬୮-୭୮

କଂଗ୍ରେସ: ୪୮-୫୮

 ଅନ୍ୟ: ୦-୦

   Related Posts