Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅସହାୟଙ୍କ ମୃତଦେହ ସତ୍କାର କଲା କାଳିଆ ସେବା ଫାଉଣ୍ଡେସନ, କର୍କଟ ରୋଗରେ ପୀଡିତ ଆଖିବୁଜିଥିଲେ ତୃପ୍ତିମୟୀ

20/10/2021 at 10:30 AM

ପଟ୍ଟାମୁଣ୍ଡାଇ ୨୦/୧୦: ଅସହାୟ କର୍କଟ ରୋଗରେ ଶିକାର ହୋଇ ଆଖି ବୁଝିବା ପରେ ମୃତଦେହ ସତ୍କାର କଲେ କାଳିଆ ସେବା ଫାଉଣ୍ଡେସନ । ସୂଚନା ମୁତାବକ ରାଜନଗର ବ୍ଲକ ବଲଭଦ୍ରପୁର ଗାଁର ସରୋଜ ବେହେରାଙ୍କ ଝିଅ ତୃପ୍ତିମୟୀ । ବୟସ ମାତ୍ର ୮ । ଗତ ଅଗଷ୍ଟ ମାସ ରେ ସେ କ୍ୟାନ୍ସର ଶିକାର ବୋଲ ଜାଣିବା ପରେ ତାଙ୍କୁ କଟକ scb ହସ୍ପିଟାଲରେ ରେ ଭର୍ତ୍ତି କରାଯାଇଥିଲା ।

ଆଉ ବାପାଙ୍କୁ ଅସହାୟତା କାରଣରୁ ଅଗଷ୍ଟ ୧୨ତାରିଖରୁ ଏଯାବତ ରାଜନଗରର କାଳିଆ ସେବା ଫାଉଣ୍ଡେସନ ତରଫରୁ ତୃପ୍ତିମୟୀଙ୍କୁ ରକ୍ତ ଦେବା ସହିତ ସାହାଯ୍ୟର ହାତ ବଢାଇଥିଲା । ତେବେ ଗତକାଲି ତୃପ୍ତିମୟୀ ଚିକିତ୍ସାଧୀନ ଅଵସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ଆଜି ଫାଉଣ୍ଡେସନ ତରଫରୁ ତୃପ୍ତିମୟୀଙ୍କ ମର ଶରୀର କୁ ଅନ୍ତିମ ସଂସ୍କାର କରାଯାଇଛି । ଏଭଳି ଏକ ମହତ କାର୍ଯ୍ୟ ପାଇଁ ସମବେଦନା ସହ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା

   Related Posts