Monday, August 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅସଉଦ୍ଦୀନ ଔବୈସି କହିଲେ ଅମିତ ଶାହ କେବଳ ଜଣେ ଗୃହମନ୍ତ୍ରୀ, ଭଗବାନ ନୁହନ୍ତି…

ନୂଆଦିଲ୍ଲୀ୧୫|୭:  ସୋମବାର ଏନଆଇଏ ବିଲକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଓ ଏଆଇଏମଆଇ ଅଧ୍ୟକ୍ଷ ଅସଉଦ୍ଦୀନ ଔବୈସିଙ୍କ ମଧ୍ୟରେ ବେଶ କିଛି ସମୟ ବାକ୍ ଯୁଦ୍ଧ ସସଂଦରେ ଦେଖିବାକୁ ମିଳିଥିଲା। ଏତିକିରେ କଥା ସରି ନଥିଲା ସସଂଦ ବାହାରେ ମଧ୍ୟ ଔବୈସି ମୋଦି ସରକାରକୁ ଟାର୍ଗେଟ କରିଥିଲେ। ମୋଦି ସରକାରକୁ ଟାର୍ଗେଟକରି ଔବୈସି କହିଥିଲେ, ଭାଜପା ପ୍ରସ୍ତାବକୁ ଯେଉଁ ନେତା ସମର୍ଥ କରୁନାହାନ୍ତି ସେମାନଙ୍କୁ ବିଜେପି ଦେଶଦ୍ରୋହୀର ଆଖ୍ୟା ଦେଉଛି।

ଭାଜପା ନେତା ନେସନାଲ ଓ ଆଣ୍ଟିନେସନାଲ ଦୋକାନ ଖୋଲିଛନ୍ତି । ସଂସଦରେ ଔବୈସିଙ୍କୁ ଅମିତ ଶାହା ଆଙ୍ଗୁଳି ଉଠାଇ ଧମକ ଦେଇଥିବା ନେଇ ଔବୈସି କହିଛନ୍ତି, ଶାହା ମନେରଖିବା ଉଚିତ ସେ ଜଣେ କେବଳ ଗୃହମନ୍ତ୍ରୀ , ଭଗବାନ ନୁହନ୍ତି। ତାଙ୍କୁ ପ୍ରଥମେ ନିୟମ ଜାଣିବା ଉଚିତ। ଏହିପରି ବିଜେପି ନେତାଙ୍କ ଉପରେ ଔବୈସି ଗର୍ଜନ କରିଥିଲେ ।

ସସଂଦରେ ଏନଆଇଏ ସଂଶୋଧନ ବିଲ ପାସ ହେବା ପରେ ଔବୈସି ଏହିଭଳି ପ୍ରତିକ୍ରିୟା ଦେଇଥିଲେ। ଏହି ବିଲକୁ ନେଇ ପୂର୍ବରୁ ଅମିତ ଶାହା ଓ ଅସଉଦ୍ଦୀନ ଔବୈସିଙ୍କ ମଧ୍ୟରେ କଳି  ସସଂଦରେ ଦେଖିବାକୁ ମିଳିଥିଲା। ଗୃହମନ୍ତ୍ରୀ ଅମିତ ଶାହା ବିରୋଧୀଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ କହିଥିଲେ, ଦେଶଦ୍ରୋହୀଙ୍କୁ ଶେଷ କରିବା ନିମନ୍ତେ ଏହି ନିୟମ ଲାଗୁ କରାଯିବ।

 ଏନଆଇଏ ନିୟମକୁ ଦୁରୁପଯୋଗ କରିବା ଆମର ଉଦ୍ଦେଶ୍ୟ ନୁହେଁ। କିଏ, କେଉଁ ଧର୍ମର ଏହି ନିୟମରେ ଦେଖାଯିବ ନାହିଁ ବୋଲି ଅମିତ ଶାହ କହିଥିଲେ। ଶାହାଙ୍କ ଏହି ପ୍ରଶ୍ନ ପରେ ଔବୈସି କହିଥିଲେ ଆପଣ ଗୃହମନ୍ତ୍ରୀ ସେଥିପାଇଁ ଏହିଭଳି ଭୟଭୀତ ଦେଖାଉଛନ୍ତି। ଔବୈସିଙ୍କ ପ୍ରଶ୍ନବାଣରେ ଶାହା କହିଥିଲେ,ମୁଁ ଭୟଭୀତ କରୁ ନାହିଁ, ଯଦି ତମେ ଭୟଭୀତ ହେଉଥିବା ସେଥିପାଇଁ କିଛି କରାଯାଇ ପାରିବ ନାହିଁ। ଏହିଭଳି ଭାବେ ସଂସଦ ଭିତରେ ଓ ସସଂଦ ବାହାରେ ଗୃହମନ୍ତ୍ରୀ ଅମିତ ଶାହା ଓ ଏଆଇଏମଆଇ ଅଧ୍ୟକ୍ଷ ଅସଉଦ୍ଦୀନ ଔବୈସିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା।

354 Views

   ସମ୍ବନ୍ଧିତ ଖବର