Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ମୋଦୀଙ୍କୁ ଅବୈସୀଙ୍କ ତାତ୍ସଲ୍ୟ, କହିଲେ- ପ୍ରଧାନମନ୍ତ୍ରୀଙ୍କୁ ଚାଇନା ଉପରେ କହିବାର ଥିଲା, କହିଗଲେ ଚଣା ଉପରେ

30/06/2020 at 8:57 PM

ନୂଆଦିଲ୍ଲୀ ୩୦।୦୬: ଅଲ ଇଣ୍ଡିଆ ମଜଲିସ୍-ଏ-ଇତ୍ତେଦାହୁଲ ମୁସଲିମିନ୍‌ର ମୁଖ୍ୟ ଅସଦୁଦ୍ଦିନ ଅବୈସୀ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ଶାଣିତ ସ୍ଵରରେ ହମଲା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆଜି ରାଷ୍ଟ୍ର ନାମରେ କରିଥିବା ସମ୍ବୋଧନରେ କରାଯାଇଥିବା ଘୋଷଣା ଉପରେ ଟିପ୍ପଣୀ କରି ଅସଦୁଦ୍ଦିନ ତାତ୍ସଲ୍ୟ କରିଛନ୍ତି। ସେ କହିଛନ୍ତି ଆଜି ପ୍ରଧାନମନ୍ତ୍ରୀଙ୍କୁ ଚୀନ୍‌ ଉପରେ କହିବାର ଥିଲା, କିନ୍ତୁ ଚଣା ଉପରେ କହିଲେ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ରାଷ୍ଟ୍ର ନାମରେ ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଧାରରେ ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ଯୋଗାଇ ଦେବା ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର କିଛି ସମୟ ପରେ ଅବୈସୀ ନିଜର ଚିର ପରିଚିତ ଶୈଳୀରେ ଟ୍ଵିଟ୍‌ କରି ଲେଖିଛନ୍ତି ଯେ, ଆଜି ଚାଇନା ଉପରେ କହିବାର ଥିଲା, କହିଗଲେ ଚଣା ଉପରେ।  ଘୋଷଣା ଜରୁରୀ ଥିଲା, କାରଣ ବିନା ପ୍ରସ୍ତୁତିରେ ଲକ୍‌ଡାଉନ୍‌ ଲାଗୁ ହେବା ପରେ ଲୋକଙ୍କ ହାତରୁ ରୋଜଗାର ଚାଲିଗଲା। ଅବୈସୀ ଏତିକିରେ ଅଟକିନଥିଲେ। ସେ ଟ୍ଵିଟ୍‌ରେ ଧାର୍ମିକରେ କାର୍ଡ ମଧ୍ୟ ଖେଳିଦେଲେ।

ଅବୈସୀ ଲେଖିଛନ୍ତି, ଭାଷଣରେ ଗୋଟିଏ ଜିନିଷ ନୋଟିସ୍  କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ମାସରେ ହେବାକୁ ଥିବା ଅନେକ ଉତ୍ସବ ବିଷୟରେ ଉଲ୍ଲେଖ କଲେ ମାତ୍ର ବକରିଦ୍‌କୁ ମନେ ପକାଇଲେ ନାହିଁ ?  ତଥାପି ଆପଣଙ୍କୁ ଇଦ୍‌ ମୁବାରକ।

ଅନ୍ୟପକ୍ଷେ କାର୍ତ୍ତି ଚିଦାମ୍ବରମ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ସବ ବିଷୟରେ କରିଥିବା ଟିପ୍ପଣ ଉପରେ ଟାର୍ଗେଟ୍ କରିଥିଲେ। ସେ ଟ୍ଵିଟ୍ କରି କହିଛନ୍ତି ଯେ, ବିଜେପି ପାଇଁ ହିନ୍ଦୀ ଓ  ହିନ୍ଦୁ ସବୁ କିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ପରେ ସାମାଜିକ ଗଣମାଧ୍ୟମରେ ଉତ୍ସବ  ଟ୍ରେଣ୍ଡ ହେବାରେ ଲାଗିଥିଲା। ଦକ୍ଷିଣ ଭାରତର କିଛି ଲୋକ ଉତ୍ତର ଭାରତୀୟ ଉତ୍ସବ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାଷଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ କାର୍ତ୍ତି ଚିଦାମ୍ବରମ ବିଜେପିକୁ କାଠଗଡାରେ ଛିଡା କରାଇଛନ୍ତି।

   Related Posts