'ମୋଦି ରାମ ମନ୍ଦିର ଭୂମିପୂଜନକୁ ଯିବା ସମ୍ବିଧାନ ଶପଥର ଉଲଙ୍ଘନ' - ଅସଦୁଦ୍ଦିନ ଓୱେସୀ

Published By : Prameya-News7 Bureau | July 28, 2020 IST

ନୂଆଦିଲ୍ଲୀ ୨୮/୦୭ : ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତ୍ଵେହାଦୁଲ ମୁସଲମାନ (ଏଆଇଏମ୍‌ଆଇଏମ୍‌) ମୁଖ୍ୟ ଅସଦୁଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାମ ମନ୍ଦିର ଭୂମିପୂଜନକୁ ଯିବାକୁ ସମ୍ବିଧାନ ଶପଥର ଉଲଙ୍ଘନ ବୋଲି କହିଛନ୍ତି | ଏହାସହ ସେ ବାବ୍ରି ମସଜିଦ ଵିଧ୍ଵଂସକୁ ମଧ୍ୟ ମନେ ପକାଇଛନ୍ତି | ଓୱେସୀ ଟ୍ୱିଟ କରି କହିଛନ୍ତି ଯେ, 'ପ୍ରଧାନମନ୍ତ୍ରୀ ଭୂମିପୂଜନରେ ସାମିଲ ହେବ ତାଙ୍କର ସାମ୍ବିଧାନିକ ପଦର ଶପଥ ଉଲଙ୍ଘନ ହୋଇପାରେ | ଧର୍ମ ନିରପେକ୍ଷତା ଆମ ସମ୍ବିଧାନର ମୂଳ ଢାଞ୍ଚାର ଅଂଶ |'

wp:core-embed/twitter {"url":"https://twitter.com/asadowaisi/status/1288017200087879681","type":"rich","providerNameSlug":"twitter","className":""}
https://twitter.com/asadowaisi/status/1288017200087879681
/wp:core-embed/twitter

ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ କହିଛନ୍ତି ଯେ, 'ଆମେ କେବେ ବି ଭୁଲି ପାରିବୁନି ଯେ ୪୦୦ ବର୍ଷରୁ ଅଧିକ ସମୟ ଧରି ବାବ୍ରି ମସଜିଦ ଅଯୋଧ୍ୟାରେ ଥିଲା ଏବଂ ୧୯୯୨ ମସିହାରେ ଅପରାଧୀ ଏହାକୁ ଧ୍ବଂସ କରିଦେଇଥିଲେ |'

ଆସନ୍ତା ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ କରିବେ | ଏହାକୁ ନେଇ ଓୱେସୀ ପ୍ରଶ୍ନ କରିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.