Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭୋଟ ତାରିଖକୁ ସ୍ବାଗତ କଲେ ଓବେଶୀ କହିଲେ ରମଜାନରେ ହିଁ ସବୁ ମହିଳା ଭୋଟ ଦେବାକୁ ଯିବା ସୁବିଧା

11/03/2019 at 4:37 PM

ଦିଲ୍ଲୀ ୧୧/୩ : ରମଜାନ ମାସରେ ନିର୍ବାଚନ ତାରିଖ ଘୋଷଣା ନେଇ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି ମୁସଲମାନ ନେତା | ଏନେଇ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଶୁକ୍ରବାର ଏବଂ ପର୍ବ ଥିବା ଦିନରେ ଭୋଟ ଗ୍ରହଣ ନାହିଁ |


ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ପୁଣିଥରେ ସରକାର ଗଢିବା ବୋଲି ଦାବି କରୁଥିବାବେଳେ ବିରୋଧୀ ପ୍ରତ୍ୟେକ କଥାରେ ଆପତ୍ତି ଦର୍ଶାଉଛନ୍ତି | ବିରୋଧୀଙ୍କ ପାଖରେ ମୋଦି ହଟାଓ ଏଜେଣ୍ଡା ଅଛି ସତ କିନ୍ତୁ ମୋଦି ହଟାଇବା ପାଇଁ କୌଣସି ପ୍ରସଙ୍ଗ ନାହିଁ | ସେଥିପାଇଁ ନିର୍ବାଚନ ତାରିଖ ନେଇ ଆପତ୍ତି ଦର୍ଶାଇଛନ୍ତି ବିରୋଧୀ ବୋଲି ବିଜେପି କହୁଛି |


ପଶ୍ଚିମବଙ୍ଗର ନଗର ବିକାଶମନ୍ତ୍ରୀ ଫିରହାଦ ହାକିମ କହିଛନ୍ତି ଯେ, ରାଜ୍ୟରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ | ରମଜାନ ମାସରେ ୭ଟି ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ |


ଉତ୍ତର ପ୍ରଦେଶର ଇଦଗାହ ଇମାମ ମୈାଲାନା କହିଛନ୍ତି ଯେ, ରମଜାନ ଏବଂ ରୋଜାକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ଚୟନ କରିବ ଉଚିତ ଥିଲା |


ଅପରପକ୍ଷରେ ତେଲେଙ୍ଗାନା ସାଂସଦ ଏବଂ AIMIM ମୁଖ୍ୟ ଅସଦୁଦ୍ଦିନ ଓଵେଶୀ ନିର୍ବାଚନ ଆୟୋଗ ଦ୍ୱାରା ଘୋଷିତ ହୋଇଥିବା ନିର୍ବାଚନ ତାରିଖକୁ ସ୍ୱାଗତ ଜଣାଇଛନ୍ତି | ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ବିବାଦ କରିବା ଅନୁଚିତ | କ’ଣ ରମଜାନ ମାସରେ ମୁସଲମାନ କାମ କରୁନାହାନ୍ତି ? ପରିଶ୍ରମ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଓଵେଶୀ | ରମଜାନ ମାସରେ ଦିନବେଳେ ଯେହେତୁ ଘରେ ରୋଷେଇ କରିବାକୁ ପଡିନଥାଏ ମହିଳାମାନେ ମଧ୍ୟ ଭୋଟ ଦେବା ପାଇଁ ଯାଇପାରିବେ ବୋଲି କହିଛନ୍ତି ଓଵେଶୀ |

   Related Posts