ସର୍ଜିକାଲ ଷ୍ଟ୍ରାଇକ ପରେ ଅସଦୁଦ୍ଦିନ ଓୱେସୀ କଣ କହିଲେ ଜାଣନ୍ତୁ

Published By : Prameya-News7 Bureau | February 26, 2019 IST

wp:heading {"level":5}
ନୂଆଦିଲ୍ଲୀ୨୬|୨: ପୁଲୱାମା ଆତଙ୍କୀ ହମଲା ପରେ ଭାରତୀୟ ବାୟୁ ସେନା ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି। ଭାରତୀୟ ବାୟୁସେନାର ବିମାନ LoC ପାର କରି ଆତଙ୍କୀ ଠିକଣାକୁ ନଷ୍ଟ କରିବା ପରେ ଦେଶର ନେତା ମାନେ ବାୟୁସେନାଙ୍କୁ ସଲାମ କରିଛନ୍ତି। ତେବେ ଏହି କାର୍ଯ୍ୟ ପାଇଁ ଅସଦୁଦ୍ଦିନ ଓୱେସୀ ମଧ୍ୟ ସେନାର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ଏହିଭଳି ଏକ ହମଲା କରିବା ଆବଶ୍ୟକତା ଥିଲା। ଏଭଳି ଏକ ଅପରେସନକୁ ସେ କେବେଠୁ ଅପେକ୍ଷା କରିଥିଲେ ବୋଲି କହିଛନ୍ତି। ସେ ଆଶା କରୁଛନ୍ତି ଯେ ଏବେ ଭାରତ ସରକାର ମସୁଦ ଅଜହର ଓ ହାଫିଜ ସଇଦଙ୍କୁ ମଧ୍ୟ ଖୁବ୍‌ ଶୀଘ୍ର ଟାର୍ଗେଟ କରିବେ।  
/wp:heading {"id":88938,"width":593,"height":395}
wp:heading {"level":5}
ଆଜି ଭୋର ୩:୩୦ଟାରେ ଭାରତୀୟ ବାୟୁସେନାର ବିମାନ ଜୈସ-ଏ-ମହମ୍ମଦଙ୍କ ଆଡ୍ଡାକୁ ନଷ୍ଟ କରିବାରେ ସଫଳ ହୋଇଛି। ସୂଚନାଯୋଗ୍ୟ ଯେ ହମଲାରେ ଅନେକ ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଛି। ଏହି ଏୟାରଷ୍ଟ୍ରାଇକ୍‌ରେ ବାଲାକୋଟ, ଚକୋଟି ଓ ମୁଜଫରାବାଦ ଆତଙ୍କୀ ଆଡା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ବୈଦେଶିକ ସଚିବ ବିଜୟ ଗୋଖଲେ ସମ୍ବାଦିକ ସମ୍ମିଳନୀ କରି ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ସୂଚନା ଦେଇଥିଲେ।
/wp:heading {"id":88939,"width":595,"height":333}
wp:heading {"level":5}
ଏହି ଏୟାର ଷ୍ଟ୍ରାଇକ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଜନସଭାରେ କହିଛନ୍ତି ଯେ ଭାରତ ଝୁକିବ ନାହିଁ।  ରାଲି ଆରମ୍ଭରୁ ମୋଦି ସେନାକୁ ଧନ୍ୟବାଦ ଜଣାଇ ସଲାମ କରିଥିଲେ। ଏହି ଆକ୍ରମଣପରେ ସମଗ୍ର ଦେଶରେ ଉତ୍ସାହ ଦେଖାଦେଇଛି ଓ ସମସ୍ତେ ଖୁସି ଦେଖାଯାଉଛନ୍ତି ବୋଲି ମୋଦି କହିଛନ୍ତି। ଭାରତୀୟ ସେନାଙ୍କୁ ଶୁଭକାମନା ଜଣାଇବାର ଏହି ସୁବର୍ଣ୍ଣ ସୁଯୋଗ ହାତଛଡା କରିବା ଅନୁଚିତ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ମଞ୍ଚରେ ଲୋକଙ୍କୁ ସଂବୋଧିତ କରୁଥିଲେ ତା ପଛରେ ପୁଲୱାମା ଆତଙ୍କୀ ହମଲାର ଶହୀଦ ହୋଇଥିବା ୪୦ଜଣ ସିଆରପିଏଫ ଜବାନଙ୍କ ଫଟୋ ଲାଗିଥିଲା। ଦେଶରୁ ଅଧିକ ତାଙ୍କ ପାଇଁ କିଛି ନୁହଁ, ସମଗ୍ର ଦେଶ ସୁରକ୍ଷିତ ରହିବ ବୋଲି କଥା ଦେଇଛନ୍ତି ନରେନ୍ଦ୍ର ମୋଦି।  ଏହା ସହ ଦେଶର ସମସ୍ତ ସେନାଙ୍କୁ ପ୍ରଣାମ ଜଣାଇଥିଲେ ମୋଦି।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.