ଅସଦୁଦ୍ଦୀନ ଓୱେସୀଙ୍କ ଆଶଙ୍କା, ଶ୍ରୀକୃଷ୍ଣ ଜନ୍ମଭୂମିରେ ମଧ୍ୟ ହିଂସାତ୍ମକ ଅଭିଯାନ ଆରମ୍ଭ କରିବ RSS

Published By : Prameya-News7 Bureau | October 18, 2020 IST

ମଥୁରା ୧୮/୧୦ : ଉତ୍ତର ପ୍ରଦେଶ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପରିସରରେ ଥିବା ଶାହୀ ଇଦଗାହ ମସଜିଦକୁ ହଟାଇ ସମ୍ବନ୍ଧିତ ଜମିକୁ ପୁଣି ଶ୍ରୀକୃଷ୍ଣ ଜନ୍ମସ୍ଥାନ ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ଅନୁରୋଧ ଆବେଦନର ଶୁଣାଣି ପାଇଁ ଶୁକ୍ରବାର ଦିନ ମଞ୍ଜୁରୀ ଦିଆଯାଇଛି। ଏହାକୁ ନେଇ ଅଲ୍ ଇଣ୍ଡିଆ ମଜଲିସ୍ ଏ ଇତ୍ତେହାଦୁଲ ମୁଖ୍ୟ ଅସଦୁଦ୍ଦୀନ ଓୱେସୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ଟାର୍ଗେଟ୍ କରିଛନ୍ତି।

ଅସଦୁଦ୍ଦୀନ ଓୱେସୀ ବିବାଦିତ ବୟାନ ଦେଇ ଟ୍ୱିଟ କରି କହିଛନ୍ତି, 'ଯାହାକୁ ଭୟ ଥିଲା ତାହା ହିଁ ହେଲା। ବାବ୍ରି ମସଜିଦ ସହ ଜଡିତ ନିଷ୍ପତ୍ତି ଯୋଗୁଁ ସଙ୍ଘ ପରିବାର ଲୋକଙ୍କ ଇରାଦା ଆହୁରି ମଜବୁତ ହୋଇଯାଇଛି। ମନେରଖନ୍ତୁ, ଯଦି ଆପଣ ଓ ଆମେମାନେ ଏବେ ବି ଗଭୀର ନିଦ୍ରାରେ ଶୋଇ ରହିବା ତାହେଲେ କିଛି ବର୍ଷ ପରେ ସଂଘ ଏହା ଉପରେ ମଧ୍ୟ ହିଂସାତ୍ମକ ଅଭିଯାନ ଆରମ୍ଭ କରିବ ଏବଂ କଂଗ୍ରେସ ମଧ୍ୟ ଏହି ଅଭିଯାନର ଏକ ଅତୁଟ ଅଂଶ ହେବ।' ସଂଘ ପରିବାର ଠାରୁ ସତର୍କ ରହିବାକୁ ସେ ଲୋକଙ୍କୁ କହିଛନ୍ତି।

wp:core-embed/twitter {"url":"https://twitter.com/asadowaisi/status/1317346369258942465","type":"rich","providerNameSlug":"twitter","className":""}
https://twitter.com/asadowaisi/status/1317346369258942465
/wp:core-embed/twitter

ଓୱେସୀ ଆଗକୁ କହିଛନ୍ତି ଯେ, ପୂଜା ସ୍ଥାନ ଅଧିନିୟମ ୧୯୯୧, ପୂଜା ସ୍ଥାନ ବଦଳାଇବାକୁ ମନାକରେ | ଗୃହ ମନ୍ତ୍ରାଳୟକୁ ଏହି ଅଧିନିୟମର ପ୍ରଶାସନିକ ଅଧିକାର ଦିଆଯାଇଛି। ଏହାର ଫଇସଲା କୋର୍ଟରେ କଣ ହେବ ? ଶାହୀ ଇଦଗାହ ଟ୍ରଷ୍ଟ ଓ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂଘ ୧୯୬୮ ଅକ୍ଟୋବରରେ ଏହି ବିବାଦର ସମାଧାନ କରିଥିଲା। ତେବେ ଏହାକୁ ପୁଣି ପୁନର୍ଜୀବିତ କାହିଁକି କରାଯାଉଛି ବୋଇ ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଲକ୍ଷ୍ନୌର ଓକିଲ ରଞ୍ଜନା ଅଗ୍ନିହୋତ୍ରୀ ଓ ଅନ୍ୟ ୬ଜଣ ସୋମବାର ଦିନ ଜିଲ୍ଲା ନ୍ୟାୟାଧୀଶ ସାଧନା ଠାକୁରଙ୍କ ଅଦାଲତରେ ଏହି ଆବେଦନ ସୁପ୍ରୀମକୋର୍ଟ ଓକିଲ ହରିଶଙ୍କର ଜୈନ ଓ ବିଷ୍ଣୁ ଜୈନଙ୍କ ମାଧ୍ୟମରେ ଦାଖଲ କରିଥିଲେ। ଏହା ଉପରେ ଶୁଣାଣି କରିବା ପରେ ଫଇସଲା ସୁରକ୍ଷିତ ରଖାଯାଇଥିଲା।

ଓକିଲ କହିଛନ୍ତି ଯେ, ଯେତେବେଳେ ଆମେ ସେପ୍ଟେମ୍ବର ୨୫ ତାରିଖରେ ଏ ସମ୍ବନ୍ଧରେ ମଥୁରା ନ୍ୟାୟାଳୟରେ ଆବେଦନ  ଦାଖଲ କରିଥିଲୁ ସେତେବେଳେ ପ୍ରଭାରୀ ନ୍ୟାୟାଧୀଶ ସେପ୍ଟେମ୍ବର ୩୦ ତାରିଖରେ ତର୍କ ସହ ଏହି ଆବେଦନକୁ ଖାରଜ କରିଦେଇଥିଲେ। ସେ କହିଛନ୍ତି ଯେ ଏହା ବିରୁଦ୍ଧରେ ଆବେଦନକାରୀ ଅପିଲ କରିଥିଲେ ଯେଉଁଥିରେ ଫଇସଲା ଶୁଣାଇ ଜିଲ୍ଲା ନ୍ୟାୟାଧୀଶ ସେମାନଙ୍କ ଆବେଦନ ମଞ୍ଜୁର କରିଥିଲେ ଏବଂ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୮ ତାରିଖରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.