Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ମୁସଲିମ୍‌ଙ୍କ ଉପରେ ଭାଗବତଙ୍କ ଟିପ୍ପଣୀରେ ଚିହିଁକି ଉଠିଲେ ଅଓ୍ଵେସି, କହିଲେ- ‘ଆମକୁ ଆଉ ବୁଝାଅ ନାହିଁ ଆମେ କେତେ ଖୁସିରେ ଅଛୁ’

10/10/2020 at 8:57 PM

ହାଇଦ୍ରାବାଦ ୧୦।୧୦: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଅଓ୍ଵେସି ସଂଘ ପ୍ରମୁଖ ମୋହନ ଭାଗବତଙ୍କ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ମୋହନ ଭାଗବତ ମହାରାଷ୍ଟ୍ରରେ ପ୍ରକାଶିତ ଏକ ପତ୍ରିକାରେ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଦୁନିଆରେ ସବୁଠୁ ଅଧିକ ସନ୍ତୁଷ୍ଟ ଭାରତୀୟ ମୁସଲମାନ।

ଅଓ୍ଵେସି ଭାଗବତଙ୍କ ଏହି ଟିପ୍ପଣୀ ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମୋହନ ଭାଗବତ ଆମକୁ ଆଉ ବୁଝାଅ ନାହିଁ ଯେ, ଆମେ କେତେ ଖୁସି ଅଛୁ। ଭାଗବତଙ୍କ ବିଚାରଧାରା ମୁସଲମାନଙ୍କୁ ଦ୍ଵିତୀୟ ଶ୍ରେଣୀ ନାଗରିକ କରିବାକୁ ଚାହୁଁଛି। ଅଓ୍ଵେସି ଟ୍ଵିଟ୍ କରି ପ୍ରଶ୍ନ କରିଛନ୍ତି ଯେ, ଖୁସିର ମାପଦଣ୍ଡ କଣ ? ଭାଗବତ ନାମକ ବ୍ୟକ୍ତି ସର୍ବଦା ଆମକୁ ଏହା ଜଣାଇ ଆସୁଛନ୍ତି ଯେ, ଆମେ ବହୁସଂଖ୍ୟକ ପ୍ରତି କେତେ କୃତଜ୍ଞ ହେବା ଉଚିତ୍ ? ସମ୍ବିଧାନ ଆଧାରରେ କଣ ଆମର ମର୍ଯ୍ୟାଦାକୁ ସମ୍ମାନ ଦିଆଯାଉଛି। ତେଣୁ ଆମକୁ ଏହା ଜଣାଇବାକୁ ଚେଷ୍ଟା କରନ୍ତୁ ନାହିଁ ଯେ, ଆମେ କେତେ ଖୁସିରେ ଅଛୁ। ଭାଗବତଙ୍କ ବିଚାରଧାରା ସର୍ବଦା ମୁସଲିମାନଙ୍କୁ ଦ୍ଵିତୀୟ ଶ୍ରେଣୀ ନାଗରିକ କରିବା ରହିଛି।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରୀୟ ସ୍ଵଂୟ ସହାୟକ ସଂଘର ପ୍ରମୁଖ ମୋହନ ଭାଗବତ କହିଥିଲେ ଦୁନିଆରେ ଭାରତର ମୁସଲିମ ସବୁଠୁ ଅଧିକ ଶାନ୍ତିରେ ଅଛନ୍ତି। ଭାରତରେ ସବୁ ଧର୍ମର ଲୋକ ଏକାଠି ଛିଡା ହୁଅନ୍ତି। ମୋଗଲ ଶାସକ ଆକବରଙ୍କ ବିରୋଧରେ ଯୁଦ୍ଧ ସମୟରେ ମେଓ୍ଵାଡର ରାଜା ମହାରାଣା ପ୍ରତାପଙ୍କ ସେନାରେ ବଡ ସଂଖ୍ୟାରେ ମୁସଲିମ ସୈନିକ ସାମିଲ ଥିବା ଉଲ୍ଲେଖ କରି ଭାଗବତ କହିଛନ୍ତି ଭାରତ ଇତିହାସରେ ଯେବେ ବି ଦେଶର ସଂସ୍କୃତି ଉପରେ ଆକ୍ରମଣ ହୋଇଛି, ସେହି ସମୟରେ ସବୁ ଧର୍ମର ଲୋକ ଏକାଠି ହୋଇଛନ୍ତି।

   Related Posts