Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବର୍ଷା କାରଣରୁ ଫୁଲି ଉଠିଲା ନଦୀ, ଆସି ପାରିଲେନି ଗାଁ ଲୋକେ, ବିପଦପୂର୍ଣ୍ଣ ଭାବେ ନଦୀ ପାର ହୋଇ ଦିଦି ଦେଲେ ଟିକା

12/09/2021 at 6:50 PM

ବୈପାରିଗୁଡା, ୧୨/୦୯:  ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନଦୀ ପାର ହୋଇ ଗଲେ ତିନି ମହିଳା ସ୍ୱାସ୍ଥ୍ୟ କର୍ମଚାରୀ । ଏପରି ଏକ ଘଟଣାଟି ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ବାଲିଗଁ ପଂଚାୟତ ମୁଣ୍ଡାଗୁଡା ନଦୀ ଠାରେ । ମୁଣ୍ଡାଗୁଡା ଅଙ୍ଗନୱାଡି କେନ୍ଦ୍ରର ଏକ ଗାଁ ଅଟଲଗୁଡା ନଦୀର ଆରପଟେ ରହିଛି ଓ ମୁ୍ଣ୍ଡିଗୁଡା ଅଙ୍ଗନୱାଡିର ଦୁଇ ଗାଁ କାଙ୍ଗୁଗୁଡା ଓ ଝାଲିଆଗୁଡା ଏହି ଦୁଇ ଅଙ୍ଗନୱାଡିର ୩ଟି ଗାଁ ନଦୀର ଆରପାରିରେ ରହିଛି ।

ଏହି ୩ ଗାଁରେ  ୧୦୦ରୁ ଉର୍ଦ୍ଧ୍ୱ ପରିବାରର ୬୦୦ରୁ ଅଧିକ ଲୋକ ବସବାସ କରନ୍ତି । ପ୍ରତିଦିନ ଗ୍ରାମବାସୀ ଏହି ନଦୀ ପାର ହୋଇ ଯାତାୟତ କରନ୍ତି । ଅଙ୍ଗନୱାଡି ପିଲା, ଗର୍ଭବତୀ ମହିଳା ଓ ବୃଦ୍ଧା ସମସ୍ତେ ଏହି ନଦୀ ପାର ହୋଇ ସରକାରୀ ସେବା ସହ ଅନ୍ୟାନ୍ୟ କାମ ପାଇଁ ପ୍ରତିଦିନ ଜୀବନକୁ ବାଜି ଲଗାଇ ଆସନ୍ତି । ଖରା ଦିନେ ଆଣ୍ଠୁଏ ପାଣିରେ ଯିବା ଆସିବା କରନ୍ତି । କିନ୍ତୁ ବର୍ଷା ଦିନେ ଏହି ତିନି ଗାଁ ସମ୍ପୁର୍ଣ୍ଣ ଭାବେ ବିଛିନ୍ନ ହୋଇ ଯାଏ । ବେକେ ପର୍ଯ୍ୟନ୍ତ ପାଣି ପ୍ରଭାବିତ ହୋଇଥାଏ । ତେଣୁ ଲୋକେ ଅତି ଆବଶ୍ୟକ ସ୍ଥଳେ ପଁହରି ନଦୀ ପାର ହୋଇଥାନ୍ତି ।

ଗତକାଲି କୋରାନା ଟିକା ନେବା ପାଇଁ ଅଙ୍ଗନୱାଡି କେନ୍ଦ୍ରରେ ଦୁଇ ଅଙ୍ଗନୱାଡି ଦିଦି ସୁଧାମଣି ମାଣ୍ଡି, ପାର୍ବତି ହରିଜନ,ଓ ସହିଳା ସ୍ୱାସ୍ଥ୍ୟ କର୍ମୀ ସୁଲଚନା ନାୟକ ଏହି ତିନି ଗାଁ ଲୋକଙ୍କୁ ଟିକା ଦେବା ପାଇଁ କହିଥିଲେ । କିନ୍ତୁ ନଦୀରେ ପାଣିର ପ୍ରଖରସ୍ରତ ଥିବାରୁ ଟିକା ନେବା ପାଇଁ କେହି ଆସିନଥିଲେ । ତେଣୁ ଗାଁ ଲୋକଙ୍କୁ ଟିକା ଦେବା ପାଇଁ ଦୁଇ ଅଙ୍ଗନୱାଡି ଦିଦି ଓ ମହିଳାସ୍ୱାସ୍ଥ୍ୟକର୍ମୀ ନିଜେ ସେ ଗାଁକୁ ଯାଇ ଲୋକଙ୍କୁ ଟିକା ଦେଇ ଆସିବେ ବୋଲି ସ୍ଥିର କରିଥିଲେ । ପାଣିର ପ୍ରଖର ସ୍ରତ, କିନ୍ତୁ ସେବା ମନଭାବକୁ ଭାଙ୍ଗିପାରିନଥିଲା । ଏହି ତିନି ମହିଳା କର୍ମଚାରୀ ନଦୀ ପାର ହେବକୁ ନଦୀ ପାଖକୁ ଯାଇଥିଲେ ।ସେଠାରେ ତାଙ୍କୁ ଗାଁର କିଛି ପୁରୁଷ ହାତ ଧରି ନଦୀ ପାର କରିବାରେ ସାହାର୍ଯ୍ୟ କରିଥିଲେ । ନଦୀ ପାର ହୋଇ ଯାଈ ତିନି ଗାଁର ଲୋକଙ୍କୁ କରୋନା ଟିକା ଦେଇ ଏହି ମହିଳା କର୍ମଚାରି ମାନେ ଫେରିଥିଲେ ।

   Related Posts