ଦିନେ ଏମାନେ ଥିଲେ କଂଗ୍ରେସର ଟାଣୁଆ ନେତା; ଆଜି ବିଜେପିର ମୁଖ୍ୟମନ୍ତ୍ରୀ, ଏମିତି ବଦଳିଗଲା ରାଜନୀତିର ର...

Published By : Prameya-News7 Bureau | May 15, 2022 IST

ନୂଆଦିଲ୍ଲୀ: ଗତକାଲି ବିପ୍ଳବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମାଣିକ ଶାହ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତ୍ରିପୁରାରେ ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ବିଜେପି ତାର ଫର୍ମୁଲା ପକାଇଛି। ତେବେ ବିଜେପି କେବଳ ତ୍ରିପୁରାରେ ଏପରି କରିନାହିଁ। ପୂର୍ବରୁ ଗୁଜୁରାଟ, କର୍ଣ୍ଣାଟକ ଓ ଉତ୍ତରାଖଣ୍ଡରେ ମଧ୍ୟ ଦଳ ଏହି ଫର୍ମୁଲା ଲାଗୁ କରିଥିଲା।

ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିବା ରାଜ୍ୟଗୁଡ଼ିକ ମଧ୍ୟରୁ କେବଳ ଉତ୍ତରାଖଣ୍ଡରେ ନିର୍ବାଚନ ହୋଇଛି। ଏଥିରେ ବିଜେପିକୁ ସଫଳତା ମିଳିଥିଲେ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପୁସ୍କର ସିଂହ ଧାମୀ କିନ୍ତୁ ହାରିଯାଇଥିଲେ। ତଥାପି ବି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଆଗକୁ ଗୁଜୁରାଟ, କର୍ଣ୍ଣାଟକ ଓ ତ୍ରିପୁରାରେ ନିର୍ବାଚନ ହେବାକୁ ଯାଉଛି। ଏହି ରାଜ୍ୟଗୁଡ଼ିକର ନିର୍ବାଚନ ସରିଲେ ବିଜେପିର ଏହି ଫର୍ମୁଲା ସତରେ କାମ ଦେଉଛି ନା ତାହା ଜଣାପଡ଼ିବ। ତେବେ ସବୁଠାରୁ ବଡ଼ କଥା ହେଲା ଉତ୍ତରପୂର୍ବ ରାଜ୍ୟଗୁଡ଼ିକରୁ ଯେଉଁ ବଡ଼ ଚେହେରାମାନେ କଂଗ୍ରେସ ଛାଡ଼ି ଆସି ବିଜେପିରେ ଯୋଗ ଦେଇଛନ୍ତି ଦଳ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର କରିଛି। ଫଳରେ ଏହି ନେତାମାନେ ରାଜ୍ୟରେ ବିଜେପିକୁ ଆହୁରି ମଜଭୁତ କରିଛନ୍ତି।

ଆସନ୍ତୁ ଜାଣିବା କେଉଁ କଂଗ୍ରେସ ନେତା ବିଜେପିକୁ ଆସି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Assam CM Himanta Biswa Sarma assures help to elderly woman on son's job  issue- The New Indian Express

ଆସାମର ହିମନ୍ତ ବିଶ୍ୱ ଶର୍ମା- ୨୦୨୧ରେ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟର ୧୫ ତମ ମୁଖ୍ୟମନ୍ତ୍ରୀ ହେଲେ। ସର୍ବାନନ୍ଦ ସୋନୋୱାଲ୍‌ଙ୍କ ସ୍ଥାନରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ସେ ବର୍ତ୍ତମାନ ବିଜେପିର ବଡ଼ ହିନ୍ଦୁବାଦୀ ନେତା।୨୦୧୫ ମସିହାରେ ହିମନ୍ତ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୬ ଓ ୨୦୧୯ରେ ବିଜେପି ପାଇଁ ଜୋର୍‌ଦାର ପ୍ରଚାର କରିଥିଲେ। ଯାହା ରାଜ୍ୟରେ ବିଜେପିକୁ ବିଜୟ ଦେବାରେ ସହାୟକ ହୋଇଥିଲେ। ସର୍ବାନନ୍ଦ ସୋନୋୱାଲ୍‌ଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ୨୦୨୧ ନିର୍ବାଚନରେ ଶର୍ମା ୧ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏହାପରେ ବିଜେପି ତାଙ୍କୁ ନର୍ଥଇଷ୍ଟ ଡେମୋକ୍ରାଟିକ ଆଲିଆନ୍ସ(NEDA) ସଂଯୋଜକ ନିଯୁକ୍ତ କରିଥିଲା।

{"width":836,"height":667}
Throwback pic of Manipur CM N Biren Singh as footballer goes viral -  EastMojo

ମଣିପୁରର ଏନ୍‌ ବିରେନ୍ ସିଂହ;- ୨୦୧୬ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଏନ୍ ବିରେନ ସିଂହ। ୨୦୧୭ରେ ନିର୍ବାଚନ ହେବାକୁ ଥିବା ବେଳେ ଗୋଟିଏ ବର୍ଷ ପୂର୍ବରୁ କଂଗ୍ରେସ ହାତ ଛାଡ଼ିଥିଲେ ବିରେନ ସିଂହ। ଦୀର୍ଘ ୧୫ ବର୍ଷ ପରେ ମଣିପୁରରେ ଅଣକଂଗ୍ରେସ ସରକାର ହେଲା। ବିରେନ୍ ସିଂହଙ୍କ ନେତୃତ୍ୱରେ ବିଜେପି ମଣିପୁରରେ ସରକାର ଗଢ଼ିଲା। ଆଉ ବିଜେପି ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କଲା।

Shoot And Score: N Biren Singh to Be Manipur CM Again, Swearing-in Event  Likely after Holi, Say Sources

ବିରେନ ସିଂହ ରାଜ୍ୟରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ବିରେନ ସିଂହ କଂଗ୍ରେସର ଇବୋବି ସିଂହଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ। ହେଲେ ପରେ ଇସ୍ତଫା ଦେଇ ବିଜେପିର ମଙ୍ଗ ଧରି ନିର୍ବାଚନ ଲଢ଼ିଥିଲେ ଓ ସଫଳ ବି ହୋଇଥିଲେ। ରାଜନୀତିକୁ ଆସିବା ପୂର୍ବରୁ ଏନ୍ ବିରେନ ସିଂହ ଜଣେ ଫୁଟବଲ୍ ଖେଳାଳି ଥିଲେ। ପରେ ସେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ। ସେନା ଛାଡ଼ିବା ପରେ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ କାମ କରିଥିଲେ। ରାଜନୀତିକୁ ଆସିବା ପରେ ସେ ଜଣେ ଦକ୍ଷ ରାଜନେତାର ପରିଚୟ ଦେଇଛନ୍ତି। ଲାଗତର ୫ ଥର ହେଲା ସେ ହିଙ୍ଗାଙ୍ଗରୁ ନିର୍ବାଚନ ଜିତି ଆସୁଛନ୍ତି।

nagaland - Report rider for Nagaland indigenous list - Telegraph India

ନାଗାଲାଣ୍ଡ ନେଇଫିୟୁ ରିଓ:- ନେଇଫିୟୁ ରିଓ ନାଗାଲଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଲଗାତର ୩ ଥର ନିର୍ବାଚନ ଜିତି ସରକାର ଗଠନ କରିଛନ୍ତି। ରିଓ ନାଗାଲଣ୍ଡରେ କଂଗ୍ରେସର ଜଣେ ବରିଷ୍ଠ ଓ ଟାଣୁଆ ନେତା ଥିଲେ। ହେଲେ ନାଗାଲଣ୍ଡର ସମସ୍ୟାକୁ ନେଇ ସେତେବେଳର ମୁଖ୍ୟମନ୍ତ୍ରୀ ଏସ୍‌ସି ଜମୀରଙ୍କ ସହିତ ମତାନ୍ତର ହେବାରୁ ସେ ୨୦୦୨ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହାପରେ ରିଓ ନାଗା ପିପୁଲ୍ସ ଫ୍ରଣ୍ଟ(ଏନ୍‌ପିଏଫ୍‌)ରେ ଯୋଗ ଦେଇଥିଲେ। ଏହି ଏନ୍‌ପିଏଫ୍‌ କିଛି ସ୍ଥାନୀୟ ଦଳ ଓ ବିଜେପି ସହିତ ମେଣ୍ଟରେ ଥିଲା। ରିଓଙ୍କ ନେତୃତ୍ୱରେ ଡେମୋକ୍ରାଟିକ ଆଲିଆନ୍ସ ନାଗାଲାଣ୍ଡ(ଡିଏଏନ) ଗଠନ କରାଯାଇଥିଲା।

ଏହି ମେଣ୍ଟ ୨୦୦୩ରେ ନିର୍ବାଚନ ଜିତିଥିଲା। ଦୀର୍ଘ ୧୦ ବର୍ଷ ପରେ କଂଗ୍ରେସ ନାଗାଲଣ୍ଡରେ କ୍ଷମତାବିଚ୍ୟୁତ ହୋଇଥିଲା ଓ ରିଓ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୦୮ରେ ବି ଡିଏଏନ) ସରକାର ଗଠନ କରିଥିଲା ଓ ରିଓ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୁଣି ୨୦୧୩ରେ ଏନ୍‌ପିଏଫ୍‌ ଜିତିବାରୁ ରିଓ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।

CM Neiphiu Rio Reveals Centre May Withdraw AFSPA From Nagaland

ଏହାପରେ ୨୦୧୮ରେ ଏନ୍‌ପିଏପ୍‌ ବିଜେପି ସହିତ ମେଣ୍ଟ ଭାଙ୍ଗିଦେବାରୁ ରିଓ ନ୍ୟାସ୍‌ନାଲ ଡେମେକ୍ରେଟିକ୍ସ ପ୍ରୋଗ୍ରେସିଭ୍ ପାର୍ଟିରେ ଯୋଗ ଦେଇଥିଲେ। ୨୦୧୮ ପୂର୍ବରୁ ରିଓ ବିଜେପି ସହିତ ମେଣ୍ଟ କରି ବିଜୟ ହାସଲ କରିଥିଲେ ଓ ବିଜେପିର ସମର୍ଥନରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୮୯ରେ ରାଜନୀତି ଜୀବନ ଆରମ୍ଭ କରିଥିବା ନେଇଫିୟୁ ରିଓ ଲଗାତର ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

{"width":839,"height":511}
Rajya Sabha MP Manik Saha elected as new chief minister of Tripura

ତ୍ରିପୁରା ମାଣିକ ସାହା:- ୨୦୧୬ରେ ମାଣିକ ଶାହ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ବିଜେପିରେ ଯୋଗ ଦେବାର ୪ ବର୍ଷ ପରେ ୨୦୨୦ରେ ମାଣିକ ସାହାଙ୍କୁ ରାଜ୍ୟ ବିଜେପି ସଭାପତି ନିଯୁକ୍ତ କରାଯାଇଥିଲା। ତା ସହିତ ସେ ତ୍ରିପୁରା କ୍ରିକେଟ ଆସୋସିଏସନ୍‌ର ସଭାପତି ମଧ୍ୟ ହୋଇଥିଲେ। ନିକଟରେ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା ବିଜେପି। ହେଲେ ଏବେ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇଛି। ପେଷାରେ ଜଣେ ଦାନ୍ତ ଡାକ୍ତର ଥିବା ମାଣିକ ସାହାଙ୍କ ଛବି ନିର୍ମଳ। ଏବଂ ବିଜେପିର କୌଣସି ବ୍ୟକ୍ତିଗତ ଗୋଷ୍ଠୀରେ ସେ ନାହାନ୍ତି। ଏଣୁ ରାଜ୍ୟ ଓ କେନ୍ଦ୍ରରେ ତାଙ୍କ ଛବି ନିର୍ମଳ ରହିଛି।  

  

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.