Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||

ଜାତୀୟ ରାଜଧାନୀରେ ବାୟୁପ୍ରଦୂଷଣ ଉତ୍କଟ, କେଜରୀୱାଲ ସରକାରଙ୍କ ଘୋଷଣା, ଶୁକ୍ରବାର ଦିଲ୍ଲୀରେ ବଣ୍ଟାଯିବ ୫୦ ଲକ୍ଷ ମାସ୍କ

31/10/2019 at 8:15 PM

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ଏବେ ବିପଦଜନକ ସ୍ଥିତିରେ ପହଞ୍ଚିଯାଇଛି। ଦିଲ୍ଲୀର ବାୟୁ ଗୁଣ ସୂଚକାଙ୍କ (କ୍ୟୁଆଇ)ଗତ ବୁଧବାର ମଧ୍ୟାହ୍ନରେ ଦ୍ରୁତ ପରିବର୍ତ୍ତିତ ହୋଇଥିଲା। ଯାହା ଆଉ ନିୟନ୍ତ୍ରଣକୁ ଆସିପାରୁନି। ଦୀପାବଳି ପରେ ବାୟୁର ବେଗ ହ୍ରାସ ଯୋଗୁ ସହରରେ ଏପରି ଅବସ୍ଥା ଉପୁଜିଥିବା ବେଳେ ଦିଲ୍ଲୀର ଆପ ସରକାର ସହରବାସୀଙ୍କୁ ମାସ୍କ ବାଣ୍ଟିବାକୁ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିବା ବେଳେ ରାଜଧାନୀରେ ଲୋକଙ୍କୁ ୫୦ ଲକ୍ଷ ମାସ୍କ ବାଣ୍ଟନ କରିବେ ବୋଲି ଘୋଷଣା କରିଛନ୍ତି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ରାଜଧାନୀରେ ମାସ୍କ ବଣ୍ଟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ସପ୍ତାହକ ମଧ୍ୟରେ ଘରେଘରେ ମାସ୍କ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ କ୍ୱାଲିଟି ମଧ୍ୟ  N-95 ଭଳି ହେବ ବୋଲି କହିଛନ୍ତି। ଯାହାକୁ ସହରର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ବଣ୍ଟନ କରାଯିବ ବୋଲି କେଜରିୱାଲ କହିଛନ୍ତି।

ଦିଲ୍ଲୀର ବାୟୁ ପର୍ଦୂଷଣ ଲାଗି କେଜରୀୱାଲ ପଡୋଶୀ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଦାୟି କରିଛନ୍ତି। ଫସଲ ଅମଳ ପରେ ଚାଷୀ ପାଳରେ ନିଆଁ ଲଗାଇ ଦେଉଥିବାରୁ ଦିଲ୍ଲୀର ବାୟୁମାନ ଏପରି ହ୍ରାସ ହୋଇଛି। ଏଣୁ ରାଜ୍ୟ ସରକାରମାନେ ଚାହିଁଲେ ବାୟୁ ପ୍ରଦୂଷଣ ରୋକାଯାଇପାରିବ। ଚାଷୀମାନଙ୍କୁ ଯଦି ସମୟରେ ସରକାରଙ୍କ ସହାୟତା ମିଳିଯିବ ତେବେ ସେମାନେ ସୁଖିଲା ପାଳ ଜାଳିବେନି। ଏହା ଦ୍ୱାରା ଦିଲ୍ଲୀର ବାୟୁ ପ୍ରଦୂଷଣ ହ୍ରାସ ହୋଇପାରିବ। ଲୋକଙ୍କୁ ବାଣ୍ଟିବା ଲାଗି ଦିଲ୍ଲୀ ସରକାର ୫୦ଲକ୍ଷ ମାସ୍କ କିଣିଛନ୍ତି। ସ୍କୁଲରେ ପ୍ରତି ଛାତ୍ରଛାତ୍ରୀଙ୍କୁ ଗୋଟିଏ ପ୍ୟାକେଟ୍ ମାସ୍କ ଦେବେ, ଯାହାକୁ ସେମାନେ ଘରକୁ ନେବା ସହ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଦେବେ।

   Related Posts