Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେପ୍ଟେମ୍ବର ପହିଲାରୁ ଚମକିବ ଏହି ୬ ରାଶିର ବ୍ୟକ୍ତିଙ୍କ ଭାଗ୍ୟ : ଦେଖନ୍ତୁ ଆପଣଙ୍କ ରାଶି ରହିଛି କି ଏଥିରେ

28/08/2019 at 3:41 PM

ମେଷ,କର୍କଟ ଏବଂ କନ୍ୟା ରାଶି : ସେପ୍ଟେମ୍ବର ୧ତାରିଖ ସକାଳ ହେବା କ୍ଷଣି ହଠାତ୍ ଆପଣଙ୍କ ଭାଗ୍ୟ ହୀରା,ମୋତି ଭଳି ଚମକିବ। ଆପଣଙ୍କ ଜୀବନରେ ଅନେକ ପ୍ରକାରର ବଡ଼ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ସବୁ ରାଶି ଥିବା ବ୍ୟକ୍ତି ସଫଳତା ଦିଗକୁ ଅଗ୍ରସର ହେବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଆପରଙ୍କ କ୍ରୋଧ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ଏଥିପାଇଁ ଆପଣଙ୍କୁ ନିଜ କ୍ରୋଧ ତ୍ୟାଗ କରି ଶାନ୍ତି ପଥ ଆଡ଼କୁ ଯିବାର ଆବଶ୍ୟକତା ରହିଛି। ଆପଣଙ୍କ ଜୀବନରେ ଅପାର ସଫଳତା ମିଳିବାର ଯୋଗ ରହିଛି। ଆପଣ ଯଦି ଦୁଃଖିରଙ୍କିଙ୍କ ସାହାଯ୍ୟ କରି​ବେ ତେବେ ଆପଣଙ୍କ ଜୀବନର ସମସ୍ତ ପ୍ରକାର ଦୁଃଖ ଦୁର୍ଦ୍ଦଶା ଦୂର ହୋଇଯିବ। ଆପଣ ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ। ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ସମସ୍ତ ଉଦ୍ୟମ ସଫଳ ହେବ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ଖୁସି ଖବର ମିଳିପାରେ। ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ।

କୁମ୍ଭ,ମକର ଏବଂ ମୀନ ରାଶି : ସେପ୍ଟେମ୍ବର ୧ତାରିଖ ସକାଳ ହେବା କ୍ଷଣି ହଠାତ୍ ଆପଣଙ୍କ ଭାଗ୍ୟ ହୀରା ମୋତି ଭଳି ଚମକିବ।  ଆପଣ ଅନ୍ୟକୁ ସାହାଯ୍ୟ କଲେ ଆପଣଙ୍କ ଜୀବନରେ ହଠାତ୍ ବଡ଼ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ। ଏହି ସବୁ ରାଶି ଥିବା ବ୍ୟକ୍ତିଙ୍କୁ ବ୍ୟବସାୟ କ୍ଷେତ୍ରରେ ହଠାତ୍ ଧନଲାଭ ହେବାର ଯୋଗ ରହିଛି। ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ସବୁଠୁ ଶୁଭ ରହିବ। ଆପଣଙ୍କ ଜୀବନର ସମସ୍ତ ପ୍ରକାର ଦୁଃଖ କଷ୍ଟ ଦୂର ହୋଇଯିବ। ସବୁବେଳେ କିଛି ନା କିଛି ନୂଆ କରିବାର ଅଭ୍ୟାସ ଆପଣଙ୍କୁ ସଫଳତା ଦିଗକୁ ନେଇ ଯିବ।  ପରିବାରରେ ମାଆ ବାପାଙ୍କ ସହଯୋଗ ଆପଣଙ୍କୁ ସବୁଠୁ ବେଶୀ ମିଳିବ। ବାରମ୍ବାର କରାଯାଇଥିବା ଉଦ୍ୟମ ଆପଣଙ୍କୁ ସଫଳ କରିବ। ଆପଣଙ୍କୁ ଜୀବନରେ ନୂଆ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ। ନିଜ ସ୍ବାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ। କାହା କଥାରେ ପଡ଼ି ହଠାତ୍ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଭାବି ଚିନ୍ତି କାର୍ଯ୍ୟ କରନ୍ତୁ।

   Related Posts