ଅମିତ ଶାହଙ୍କ ଦମଦାର ଭାଷଣ ପରେ ପାକିସ୍ତାନ ଉପରେ ଏମିତି କହି ବର୍ଷିଲେ କାଶ୍ମୀର ନେତା...

Published By : Prameya-News7 Bureau | September 01, 2019 IST

ଶ୍ରୀନଗର୧|୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ  ଏବେ କାଶ୍ମୀରର ସ୍ଥିତି ଧୀରେ ଧୀରେ ବିଗିଡିବାରେ ଲାଗିଛି। ଏହିଭଳି ଜନହିତକର ନିଷ୍ପତ୍ତିକୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ନ୍ୟସନାଲ କନଫରେନ୍ସ ନେତା ଉମର ଅବଦୁଲା, ଫାରୁକ୍ ଅବଦୁଲ୍ଲା ,ପିଡିପି ନେତ୍ରୀ ମେହବୁବା ମୁଫ୍‌ତି, ଓ  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭଳି ନେତାମାନେ କିନ୍ତୁ ବିରୋଧ କରୁଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗଡ ଗାନ୍ଧିନଗରରେ ସେ କାଶ୍ମୀର ପ୍ରସଙ୍ଗ ଉପରେ  ଦମଦାର ଭାଷଣ ଦେଇଥିଲେ। ସେ କହିଥିଲେ, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟେ ଝଟକାରେ କାଶ୍ମୀର ଭାରତର ଅବିଭାଜ୍ୟ ଅଂଶରେ ପରିଣତ ହେଲା। ଭାରତର କୋଟି କୋଟି ଲୋକଙ୍କ ପାଇଁ ନରେନ୍ଦ୍ର ମୋଦି ଏହିଭଳି ନିଷ୍ପତ୍ତି ନେଇଛନ୍ତି। ଅମିତ ଶାହାଙ୍କ ଭାଷଣ ପରେ କାଶ୍ମୀରର ନେତା ସଲମାନ ନିଆଜି ପାକିସ୍ତାନ ଉପରେ ବର୍ଷିଥିଲେ।

 କାଶ୍ମୀରର କଂଗ୍ରେସ ନେତା ସଲମାନ ନିଆଜି କହିଥିଲେ ଯେ, ସେମାନେ କାଶ୍ମୀରରେ ରହୁଛନ୍ତି, କାଶ୍ମୀରକୁ ରକ୍ଷା କରିବା ତାଙ୍କର କର୍ତ୍ତବ୍ୟ। କାଶ୍ମୀରର ମୁସମାଲମାନଙ୍କୁ ଯେଉଁମାନେ ହତ୍ୟାକାରୀ ସଜାଉଛନ୍ତି ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସମସ୍ତ କାଶ୍ମୀରବାସୀ ସମର୍ଥନ କରିବା ଉଚିତ୍ ବୋଲି ସେ କହିଥିଲେ।

ସଲମାନ ନିଆଜି ଆହୁରି ମଧ୍ୟ କହିଛନ୍ତି, କିଛିଦିନ ହେଲା କାଶ୍ମୀରରେ ରହୁଥିବା ଥିବା ୩ ଜଣ ନିର୍ଦୋଷ ମୁସଲମାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। କାଶ୍ମୀର ନେତାଙ୍କ ଭାଷଣରୁ ସ୍ପଷ୍ଟ ହେଉଥିଲା ଯେ, ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପାକିସ୍ତାନକୁ କାଶ୍ମୀରବାସୀଙ୍କୁ ସମର୍ଥନ କରୁନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.