Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କରୋନାଠୁ ବି ଭୟାନକ ପରିସ୍ଥିତି ! ସ୍କୁଲ ବନ୍ଦ ଯୋଗୁ ପାଠପଢା ଛାଡିଲେଣି ୩୦ ପ୍ରତିଶତ ପିଲା, ବଢୁଛି ଶିଶୁ ଶ୍ରମିକଙ୍କ ସଂଖ୍ୟା

22/07/2021 at 6:25 PM

ନୂଆଦିଲ୍ଲୀ ୨୨।୭: ଦେଶରେ ଏବେ କରୋନା ଦ୍ୱିତୀୟ ଲହର ପ୍ରକୋପ କରୁଛି। ଆଗାମୀ ୩ ମାସ ମଧ୍ୟରେ ତୃତୀୟ ଲହର ଆସିବାର ଆଶଙ୍କା କରାଯାଉଥିବା ବେଳେ କୋଭିଡ ଜନିତ କାରଣରୁ ଗତବର୍ଷରୁ ସରକାରୀ ଓ ଘରୋଇ ସ୍କୁଲସବୁ ବନ୍ଦ ରହିଛି। ଏଥି ଯୋଗୁ ଏବେ ଅନେକ ଛାତ୍ରଛାତ୍ରୀ ପାଠପଢା ଛାଡି ଦେଉଥିବା ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଅଲ ଇଣ୍ଡିଆ ପ୍ୟାରେଣ୍ଟସ୍ ଆସୋସିଏସନ (ଏଆଇପିଏ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଘରୋଇ ସ୍କୁଲମାନଙ୍କରେ ପଢୁଥିବା ପ୍ରାୟ ୧୫ ପ୍ରତିଶତ ଛାତ୍ରଛାତ୍ରୀ ପାଠପଢା ଛାଡିଥିବା ଜଣାପଡିଛି। 

ଏଥିରେ ସରକାରୀ ସ୍କୁଲମାନଙ୍କୁ ହିସାବକୁ ନିଆଗଲେ ଅନୁନ୍ୟ ୩୦ ପ୍ରତିଶତ ଛାତ୍ରଛାତ୍ରୀ ହୁଏତ ସ୍କୁଲରୁ ନାମ କଟାଇସାରିଲେଣି ଅଥବା ସ୍କୁଲରେ ପଢିବା ମନବୃତ୍ତିରେ ଆଉ ନାହାନ୍ତି ବୋଲି ଜଣାପଡିଛି। ଏଆଇପିଏ ଅଧ୍ୟକ୍ଷ ତଥା ଆଡଭୋକେଟ ଅଶୋକ ଅଗରୱାଲ ସ୍କୁଲରେ ବଢୁଥିବା ଡ୍ରପଆଉଟ୍ ପରେ ଏବେ ଶିଶୁ ଶ୍ରମିକ ସମସ୍ୟା ଉଗ୍ର ରୂପ ନେଇଥିବା କହିଛନ୍ତି।

କରୋନା ଯୋଗୁ ସହର ଛାଡି ଗାଁକୁ ଚାଲିଯାଇଥିବା ପିଲାମାନେ ଓ ସହରରେ ରହି ମଧ୍ୟ ସ୍କୁଲକୁ ଆସୁନଥିବା ପିଲା ଶିଶୁ ଶ୍ରମିକ ହୋଇ ସାରିଥିବା ଆଶଙ୍କା କରାଯାଉଛି। ତଥ୍ୟରୁ ଦେଶରେ ଶିଶୁ ଶ୍ରମିଙ୍କ ସଂଖ୍ୟା ଇତିମଧ୍ୟରେ ୨ ଗୁଣାରୁ ଅଧିକ ହୋଇଗଲାଣି। ଯାହା କରୋନାଠାରୁ ମଧ୍ୟ ଏବେ ଭୟାନକ ପରିସ୍ଥିତି ସୃଷ୍ଟି କରିବ ବୋଲି ପ୍ୟାରେଣ୍ଟ ଆସୋସିଏସନ ଅଧ୍ୟକ୍ଷ ହିଛନ୍ତି। ଏପରି ପିଲାଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ଏବେ ହୁଏତ ଆଉ ସମ୍ଭବ ବି ହୋଇ ନପାରେ।

ସେପଟେ ଘରୋଇ ସ୍କୁଲମାନଙ୍କରେ ପିଲାଙ୍କୁ ପଢାଉଥିବା ଲୋକଙ୍କ ଆଗରେ ଏବେ ସ୍କୁଲ ଫି ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି। ସେମାନେ ସ୍କୁଲ ଆଡମିସନ ଫି ଓ ଟ୍ୟୁସନ ଫି ଦାଖଲ କରିପାରୁନଥିବାରୁ ପିଲାଙ୍କୁ ସ୍କୁଲରେ ଆଡମିସନ କରାଇ ନାହାନ୍ତି। ଏହା ଛଡା ଘରେ ଅନଲାଇନରେ ପିଲାଙ୍କୁ ପଢା ଯାଉଥିବା ପାଠ ସେମାନଙ୍କୁ ସେଲଫ ଷ୍ଟଡି ଭଳି ଲାଗୁଛି। ଏଣୁ ସେମାନେ ଏଥିପ୍ରତି ଆଗ୍ରହୀ ହେଉ ନାହାନ୍ତି। ଏଥିରେ ଛାତ୍ରଛାତ୍ରୀ ଉଭୟ ସ୍କୁଲ ଓ ପାଠ ପଢାରୁ ଦୂରେଇବାରେ ଲାଗିଛନ୍ତି।

ସେପଟେ କରୋନାରେ ସ୍କୁଲ ବନ୍ଦ ହେବା ଯୋଗୁ ଦେଶରେ ଥିବା ଅନେକ ବଜେଟ୍ ସ୍କୁଲ ମଧ୍ୟ ଇତିମଧ୍ୟରେ ଚୁପଚାପ ବନ୍ଦ ହୋଇଯାଇଛନ୍ତି। ଘରୋଇ ସ୍କୁଲମାନେ ପାଠପଢା ନଥିବାରୁ ସେମାନଙ୍କ ଅନ୍ୟ କର୍ମଚାରୀଙ୍କ ସମେତ ୩୦ ପ୍ରତିଶତ ଶିକ୍ଷକଙ୍କୁ ମଧ୍ୟ ବାହାର କରିଦେଇଛନ୍ତି। ବଳକା ଶିକ୍ଷକ ଓ କର୍ମଚାରୀମାନେ ୫୦ ପ୍ରତିଶତ ବେତନରେ କାମ କରିବାକୁ ବାଧ୍ୟ ହେଉଛନ୍ତି।

ଏହା ଛଡା ଅନଲାଇନ କ୍ଲାସ୍‌ କଥା ଯାହା କୁହାଯାଉଛି ତାହା ସବୁ ସ୍କୁଲମାନେ କରାଉ ନାହାନ୍ତି। କିଛି ହାତଗଣତି ସ୍କୁଲ ଏପରି ପାଠ ପଢାଉଥିବା ବେଳେ ଏଥିରେ ସରକାରୀ ସ୍କୁଲମାନଙ୍କ ପାଠପଢା ପରିସ୍ଥିତି ଅତ୍ୟନ୍ତ ଜଟିଳ। ସେପଟେ ସରକାର ମଧ୍ୟ ସାର୍ବଜନିନ ଶିକ୍ଷା ବ୍ୟବସ୍ଥାର ସୁଧାର ଲାଗି କରୋନାକାଳରେ ସେପରି କୌଣସି ଯୋଜନା ହାତକୁ ନେଇ ନାହାନ୍ତି। ଏଣୁ ଛାତ୍ରଛାତ୍ରୀଙ୍କ ଏକ ବିଶାଳ ସଂଖ୍ୟା  ପାଠପଢାରୁ  ଦୂରେଇ ଯାଇଥିବା ଅଗ୍ରବାଲ କହିଛନ୍ତି।

   Related Posts