ଆସନ୍ତା କାଲିଠୁ ସରିବ ଶନିଙ୍କ ସାଢେସାତି, ଏହି ୬ଟି ରାଶିଙ୍କର ବଦଳିବ ଭାଗ୍ୟ

Published By : Prameya-News7 Bureau | November 01, 2019 IST

wp:heading {"level":4}

ଶାସ୍ତ୍ର ଅନୁସାରେ କାଲିଠୁ କିଛି ରାଶିଙ୍କର ସାଢେସାତି ସରିଯିବ। ଏହା ଦ୍ବାରା କିଛି ରାଶିର ଲୋକଙ୍କର ଭାଗ୍ୟରେ ପରିବର୍ତ୍ତନ ହେବ। କିଛି ଲୋକଙ୍କ ଜୀବନ ଉଜ୍ଜ୍ବଳ ହେବା ସହ ସୁଖମୟ ହେବ। ଏହା ସହ ତାଙ୍କର ସବୁ ସମସ୍ୟା ଦୂର ହୋଇଯିବ। ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ କେଉଁ ରାଶିର ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବ ଜାଣନ୍ତୁ।

/wp:heading wp:heading {"level":4}

 କନ୍ୟା ଓ ବୃଷ ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ କାଲିଠୁ କନ୍ୟା ଓ ବୃଷ ରାଶିର ସାଢେସାତୀ ସରିଯିବ। ଉଭୟ ରାଶିର ଲୋକଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହୋବ। ଏମାନଙ୍କ ଜୀବନରେ ଭଲ ଦିନ ଆସିବ ତଥା ଦୈନିକ ଜୀବନ ସୁଖମୟ ହେବ। । ସବୁ ସମସ୍ୟା ଦୂର ହେବା ସହ ଅନେକ ସଫଳତା ହାସଲ ହେବ। ମାନ ସମ୍ମାନରେ ବୃଦ୍ଦି ହେବ। ଶନିଦେବଙ୍କ କୃପା ସର୍ବଦା ଜୀବନରେ ରହିବ।

/wp:heading wp:heading {"level":4}

 ମିଥୁନ ଓ ତୁଳା ରାଶି- କାଲିଠୁ ଉଭୟ ରାଶିର ଲୋକଙ୍କ ଶୁଭ ଦିନ ଆରମ୍ଭ ହେବ। ଏହି ରାଶିର ଲୋକଙ୍କ ଭାଗ୍ୟରେ ଆଜିଠୁ ଅନେକ ପରିବର୍ତ୍ତନ ହେବ। ଉଭୟ ରାଶିର ଲୋକେ ସଫଳତା ହାସଲ କରିବେ। ଏମାନଙ୍କ ଖରାପ ସମୟ ସମାପ୍ତ ହୋଇ ଭଲ ସମୟ ଆରମ୍ଭ ହେବ। ଉଭୟ ରାଶିର ଲୋକଙ୍କ ପରିବାରରେ ସୁଖ, ଆର୍ଥିକ ସ୍ଥିତିବୃଦ୍ଧି ହେବ। ପ୍ରେମ ଜୀବନ ସୁଖମୟ ହେବା ସହ ସଫଳ ହେବ। ଶନିଦେବଙ୍କ ପୂଜା କଲେ ଅନେକ ଫାଇଦା ହେବ।

/wp:heading wp:heading {"level":4}

 ମକର ଓ କୁମ୍ଭ ରାଶି- ମକର ଓ କୁମ୍ଭ ରାଶିର ଲୋକଙ୍କ ଜୀବନରେ କାଲିଠୁ ଅନେକ ପରିବର୍ତ୍ତନ ହେବ। ସବୁ ସୁଖ ସୁବିଧା ଲାଭ ହେବା ସହ ଆଗାମୀ ସମୟ ଭଲ ହେବ। ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ଆର୍ଥିକ ସ୍ଥିତି ମଜବୁତ ହେବ। ପରିବାରରେ ଖୁସିର ମାହୋଲ ହେବ। ସଠିକ୍‌ ଜୀବନସାଥୀ ପାଇବାରେ ସଫଳ ହେବେ।

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.