Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ପୁଣି କମିଲା ସୁନା, ହେଲେ ବଢିଲା ରୂପା, ଜାଣନ୍ତୁ କେତେ

31/01/2020 at 5:33 PM

ନୂଆଦିଲ୍ଲୀ ୩୧।୧: ଶୁକ୍ରବାର ଦେଶର ଘରୋଇ ବଜାରରେ ସୁନାଦର ପୁଣି କମିଛି। ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟରେ ଆହୁରି ୧୩୧ ଟଙ୍କା ହ୍ରାସ ହୋଇଛି। ଗୁରୁବାର ପ୍ରତି ୧୦ ଗ୍ରାମ ସୁନା ଲାଗି ଗ୍ରାହକ ୪୧ହଜାର ୫୮୪ ଟଙ୍କା ପୈଠ କରିଥିବା ବେଳେ ଶୁକ୍ରବାର ୧୩୧ ଚଙ୍କା ହ୍ରାସ ସହ ୪୧ହଜାର ୪୫୩ ଟଙ୍କାରେ କାରବାର ହେଉଛି।

ସେପଟେ ବଜାରରେ ପୁଣି ଚମକିଛି ରୂପା। ପ୍ରତି କେଜି ରୂପା ଦରରେ ଶୁକ୍ରବାର ୮୯ ଟଙ୍କା ପର୍ଯ୍ୟନ୍ତ ବଢିଛି। ୪୭ ହଜାର ୪୬୫ ଟଙ୍କାରେ ହେଉଥିବା କାରବାର ଏବେ ୪୭ ହଜାର ୫୫୪ ଟଙ୍କାକୁ ପହଞ୍ଚିଛି। ତେବେ ହାଜିର ବଜାରରେ ୨୪ କ୍ୟାରେଟ୍ ଗୋଲ୍ଟ ରେଟ୍ ହ୍ରାସ ଲାଗି ଯେଉଁ କାରଣ କୁହାଯାଉଛି ତାହା ହେଉଛି ଡଲାର ତୁଳନାରେ ଟଙ୍କାର ମଜଭୁତି। ଗୁରୁବାର ଡଲାର ତୁଳନାରେ ଟଙ୍କା ଆହୁରି ୧୨ ପଇସା ମଜଭୁତ ହୋଇଥିଲା। ଶୁକ୍ରବାର ସକାଳେ ଟଙ୍କା ଆହୁରି ୧୭ ପଇସା ମଜଭୁତ ହେବାରୁ ସିଧା ପ୍ରଭାବ ଏବେ ସୁନା ବଜାରରେ ଦେଖାଯାଇଛି।

ତେବେ ଗ୍ଲୋବାଲ ମାର୍କେଟ କଥା କିନ୍ତୁ ଭିନ୍ନ। ଶୁକ୍ରବାର ବିଶ୍ୱବଜାରରେ ଉଭୟ ସୁନା ଓ ରୂପା ଦର ମହଙ୍ଗା ରହିଛି।  ଅନ୍ତର୍ଜାତୀୟ ବଜାରରେ ସୁନା ପ୍ରତି ଆଉନ୍ସ ୧ ହଜାର ୫୭୭ ଡଲାରରେ ବିକ୍ରି ହେଉଥିବା ବେଳେ ରୂପା ଆଉନ୍ସ ପିଛା ୧୭.୮୬ ଡଲାର ମୂଲ୍ୟରେ କାରବାର ହେଉଛି।

   Related Posts