ଧନ ବୃଦ୍ଧି ପାଇ ରାଶି ଅନୁଯାୟୀ ଆପଣାନ୍ତୁ ଏହି ଉପାୟ

Published By : Prameya-News7 Bureau | November 23, 2019 IST

ମେଷ - : ମେଷ ରାଶିର ବ୍ୟକ୍ତି ଶିବଙ୍କୁ ଆରାଧନା କରନ୍ତୁ। ସୋମବାର ଦିନ ଭଗବାନ ଶିବଙ୍କୁ ଅରଖଫୁଲ ଓ କ୍ଷୀର ଅର୍ପଣ କରନ୍ତୁ । ଘରୁ ଅଭାବ ଅନାଟନ ଦୂରେଇ ଯିବ। ବୁଧବାର ଦିନ ଗଣେଶଙ୍କୁ ଦୂବ ଓ ଅରୁଆ ଚାଉଳ ଅର୍ପଣ କରନ୍ତୁ। ଏହାଦ୍ଵାରା ଘରେ ଧନର ଅଭାବ ରହିବ ନାହିଁ | ବୃଷ : ବୃଷ ରାଶିର ବ୍ୟକ୍ତି ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଗଣେଶଙ୍କୁ ପୂଜା କରିବା ସମୟରେ ହଳଦିଆ ମାଳା ପିନ୍ଧାନ୍ତୁ। ଏହାସହ ଦକ୍ଷିଣାବର୍ତ୍ତୀ ଶଙ୍ଖ ପୂଜା କରନ୍ତୁ। ଏହାଦ୍ଵାରା ଧନ ବୃଦ୍ଧି ହେବ। ସ୍ପଟିକ ମାଳ ଜପ କଲେ ବହୁତ ଉତ୍ତମ । ମିଥୁନ - ମିଥୁନ ରାଶିର ବ୍ୟକ୍ତି ରାତିରେ ଦୁଇଟି ଘିଅ ଦୀପ ଜଳାନ୍ତୁ । ଏହାକୁ ଘରର ଏକ କୋଣରେ ତଥା ସମସ୍ତଙ୍କ ନଜର ଆଢୁଆଳରେ ରଖନ୍ତୁ। ଏହି ଦୀପ ପାଖରେ ନିଜ ମନକଥା କହନ୍ତୁ। ଏହାଦ୍ଵାରା ଶୀଘ୍ର ମନବାଞ୍ଚା ପୂରଣ ହୋଇଥାଏ । ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଦେଇ ପୂଜା କରନ୍ତୁ। ଏହାଦ୍ଵାରା ଧନ ବୃଦ୍ଧି ହୋଇଥାଏ। କର୍କଟ - ଓ କର୍କଟ ରାଶିର ବ୍ୟକ୍ତି ଏକ ଲାଲ ରୁମାଲରେ ନଡ଼ିଆ ବାନ୍ଧି ଲକର୍‌ରେ ରଖନ୍ତୁ। ଏହାଛଡ଼ା ପ୍ରତିଦିନ ସକାଳେ କୁଆକୁ ମିଠା ଭାତ ଖାଇବାକୁ ଦିଅନ୍ତୁ, ଏହାଦ୍ଵାରା ଚାକିରି ସମସ୍ୟା ଦୂର ହେବ | ସିଂହ : ଏହି ରାଶିର ବ୍ୟକ୍ତି ରାତିରେ ଘରର ମୁଖ୍ୟ ଦ୍ୱାରରେ ଗୁଆ ଘିଅରେ ଦୀପ ଦିଅନ୍ତୁ। ଏହାଦ୍ଵାରା ଆର୍ଥିକ ସମସ୍ୟା ଦୂର ହେବା ସହ ସମ୍ମାନ ବୃଦ୍ଧିହେବ। ସିଂହ ରାଶିର ବ୍ୟକ୍ତି ସ୍ପଟିକ ମାଳା ଜପ କରନ୍ତୁ । କନ୍ୟା - : କନ୍ୟା ରାଶିର ବ୍ୟକ୍ତି ଭଗବାନ ଶିବଙ୍କୁ ଆରାଧନା କରିବା ଦ୍ଵାରା ଅଭାବ ଦୂରେଇଯାଏ। ସଂକ୍ରାନ୍ତି ଦିନ ଭଗବାନ ଶିବଙ୍କୁ କ୍ଷୀର ଓ ବେଲ ପତ୍ର ଅର୍ପଣ କରନ୍ତୁ। ଏହାଦ୍ଵାରା ଶିବଙ୍କର କୃପା ଦୃଷ୍ଟି ପଡ଼ିଥାଏ। ପ୍ରତିଦିନ ମା” ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ। ମା'ଙ୍କ କୃପାରେ ଆପଣଙ୍କ ଘରୁ ଅଭାବ ଅନାଟନ ଦୂରେଲ ଯିବ । ତୁଳା ; ତୁଳା ରାଶିର ବ୍ୟକ୍ତି ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଗଣେଶଙ୍କୁ ପୂଜା କରିବା ସମୟରେ ଦୂବ ଓ ଚାଉଳ ଅର୍ପଣ କରନ୍ତୁ। ଏହାସହ ଦଷକ୍ଷିଣାବର୍ତ୍ତୀ ଶଙ୍ଖ ପୂଜା କରନ୍ତୁ । ଏହାଦ୍ଵାରା ଧନ ବୃଦ୍ଧି ହେବ। ଗଣେଣଙ୍କୁ ପୂଜା କରିବା ଦ୍ଵରା ବିଭିନ୍ନ ବିଘ୍ନ ଦୂର ହେବ ଧନର ଆଗମନ ହେବ | ବିଛା - ଓ ବିଛା ରାଶିର ବ୍ୟକ୍ତି ପ୍ରତ୍ୟହ ବୃନ୍ଦାବତୀଙ୍କୁ ପୂଜା ଜରିବା ସହିତ ଲକ୍ଷ୍ମୀଙ୍କ ପାଖରେ ଘିଅ ଦୀପ ଜଳାନ୍ତୁ । ମା'ଙ୍କ କୃପାରୁ ଧନ ବୃଦ୍ଧିରେ ବାଧକ ସାଜୁଥୁବା ସମସ୍ୟା ଗୁଡ଼ିକ ଦୂରେଇ ଯିବ। ଏହି ରାଶିର ବ୍ୟକ୍ତି ଚନ୍ଦ୍ରକୁ ପୂଜା କରିବା ଦ୍ଵାରା ବିଭିନ୍ନ ପ୍ରକାର ରୋଗ, ଶୋକରୁ ମୁକ୍ତି ମିଳେ । ଧନୁ - ଧନୁ ରାଶିର ବ୍ୟକ୍ତି ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ମୁଖ୍ୟ ଦ୍ଵାରରେ ଆମ୍ବ ପତ୍ର ଦେଇ କଳସ ବସାନ୍ତୁ। ଦ୍ଵାର ସମ୍ମୁଖରେ ସ୍ୱସ୍ତିକ ଚିହ୍ନ କରନ୍ତୁ । ଏହାଦ୍ଵାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ମା” ଲକ୍ଷ୍ମୀଙ୍କ ପାଖରେ ଘିଅ ଦୀପ ଜାଳନ୍ତୁ। ମାଆଙ୍କ କୃପାରୁ ଧନ ବୃଦ୍ଧି ହେବ। ମକର - ମକର ରାଶିର ବ୍ୟକ୍ତିମାନେ ବଢ଼ି ଭୋରୁ ସ୍ନାନ ସାରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହାଦ୍ଵାରା ଘରୁ ରୋଗ, ଶୋକ ଦୂରେଇ ଯିବ। ମା ବୃନ୍ଦାଦତୀଙ୍କ(ତୁଳସୀଙ୍କ) ପାଖରେ ସନ୍ଧ୍ୟାରେ ପ୍ରତିଦିନ ଘିଅ ଦୀପ ଦିଅନ୍ତୁ। ଏହାଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ। ଫଳରେ ଧନର ଅଭାବ ରହିବ ନାହିଁ । କୁମ୍ଭ - କୁମ୍ଭ ରାଶିର ବ୍ୟକ୍ତି ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାର ନିକଟରେ ଦୀପ ପ୍ରଜ୍ୱଳନ କରନ୍ତୁ । ଏହାକଲେ ଅର୍ଥ ସମସ୍ୟା ଦୂରେଇଯାଏ। ଲାଲ ଚନ୍ଦନ ଓ କେଶର ଘୋରି ଧଳା କପଡ଼ାରେ ଲଗାନ୍ତୁ। ରାତିରେ ଏହାକୁ ଟଙ୍କା ରଖୁଥିବା ସ୍ଥାନରେ ବିଛାଇ ଦିଅନ୍ତୁ, ଏହା ଦ୍ଵାରା ଧନ ବୃଦ୍ଧି ହେବା ସହ ଧନ ହାନୀ ହେବ ନାହିଁ। ମୀନ -ମୀନ ରାଶିର ବ୍ୟକ୍ତିମମାନେ ମା ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ। ମା'ଙ୍କୁ ପଦ୍ମଫୂଲ, ନଡ଼ିଆ ଓ ମିଠା ଭୋଗ ଅର୍ପଣ କରନ୍ତୁ। ଏହାଦ୍ଵାରା ମା'ଙ୍କର ଅଶେଷ କୃପା ପ୍ରାପ୍ତ ହେବ। ପ୍ରତିଦିନ ସକାଳୁ ଗାଈକୁ ଗୋଟିଏ ରୁଟି ଖାଇବାକୁ ଦିଅନ୍ତୁ । ଫଳରେ ଘରେ ଅଭାବ ଅନାଟନ ରହିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.