Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କାଚ ଭାଙ୍ଗିବା ସବୁବେଳେ ଅଶୁଭ ନୁହେଁ: ବେଳେବେଳେ ଦେଇଥାଏ ଶୁଭ ସଙ୍କେତ

1/12/2021 at 9:15 PM

ଭୁବନେଶ୍ୱର ୦୧/୧୨ : ଅଧିକାଂଶ ଲୋକେ ଭାବନ୍ତି ଯେ କାଚ ଭାଙ୍ଗିବା ଅଶୁଭ ହୋଇଥାଏ। କାଚ ଭାଙ୍ଗିଲେ ନିକଟ ଭବିଷ୍ୟତରେ କିଛି ଅଶୁଭ ଘଟଣା ଘଟିପାରେ ଲୋକେ ଭାବନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ କାଚ ଭାଙ୍ଗିବା ସବୁବେଳେ ଅଶୁଭ ସଂକେତ ଦେଇନଥାଏ, ବେଳେବେଳେ ଏହା ଶୁଭ ସଂକେତ ମଧ୍ୟ ଦେଇଥାଏ। ଘରେ କବାଟ କିମ୍ବା ଝରକାର କାଚ ଯଦି ହଠାତ ଭାଙ୍ଗିଯାଏ କିମ୍ବା ଫାଟିଯାଏ ତାହେଲେ ଏହା ଅଶୁଭ ନୁହେଁ। ଏହା ସଂକେତ ଦେଇଥାଏ ଯେ କିଛି ଦିନ ମଧ୍ୟରେ ଘରକୁ କୌଣସି ଖୁସି ଖବର ଆସିପାରେ। କାଚ ଭାଙ୍ଗିଲେ କଣ କଣ ସଂକେତ ଦେଇଥାଏ ଜାଣନ୍ତୁ…

ପୁରୁଣା ବିବାଦ ଶେଷ ହୁଏ – ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଯଦି ହଠାତ କାଚ ଭାଙ୍ଗିଯାଏ ତାହେଲେ ଏହାର ଅର୍ଥ ହେଲା କୌଣସି ପୁରୁଣା ବିବାଦ ସମାପ୍ତ ହୋଇପାରେ। ଘରେ ଯଦି କୌଣସି ବ୍ୟକ୍ତି କୌଣସି ରୋଗରେ ପୀଡିତ ଅଛନ୍ତି ତାହେଲେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ସଂକେତ ମଧ୍ୟ ଦେଇଥାଏ। 

ଦୁର୍ଘଟଣା ଟଳିବା – ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଥିବା ଦର୍ପଣ କିମ୍ବା କାଚ ଯଦି ହଠାତ ଭାଙ୍ଗିଯାଏ ତାହେଲେ ଘରକୁ ଆସୁଥିବା ସଙ୍କଟକୁ କାଚ ନିଜ ଉପରକୁ ନେଇଯାଇଛି ଏବଂ ବିପଦ ଟଳି ଯାଇଛି ବୋଲି କୁହାଯାଏ। ସେହି ଭଙ୍ଗା କାଚକୁ ତୁରନ୍ତ ଘରୁ ବାହାର କରିଦେବା ଉଚିତ।

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଯଦି ଘରେ କାଚ କିମ୍ବା ଦର୍ପଣ ଭାଙ୍ଗିଯାଏ ତାହେଲେ ସେଥିପାଇଁ ଅଯଥାରେ ହୋ-ହାଲ୍ଲା କିମ୍ବା ପାଟିତୁଣ୍ଡ କରିବା ଉଚିତ ନୁହେଁ। ପାଟି ନ କରି ଚୁପଚାପ ସେହି ଭଙ୍ଗା କାଚକୁ ସଫା କରି ଘରୁ ହଟାଇ ଦେବା ଉଚିତ।

ବାସ୍ତୁ ଅନୁଯାୟୀ, ଦର୍ପଣ କିମ୍ବା ଆଇନା କିଣିବା ବେଳେ କିଛି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ। ଘରେ ଗୋଲ କିମ୍ବା ଅଣ୍ଡାକାର ଆକୃତିର ଦର୍ପଣ ରଖନ୍ତୁ ନାହିଁ। ଏହିଭଳି ଦର୍ପଣ ଘରର ସକାରାତ୍ମକ ଶକ୍ତିକୁ ନକାରାତ୍ମକ ଶକ୍ତିରେ ବଦଳାଇ ଦେଇଥାଏ। ସେଥିପାଇଁ ଯେତେ ଦୂର ସମ୍ଭବ ଚାରିକୋଣିଆ ଆକୃତିର ଦର୍ପଣ ଘରେ ରଖନ୍ତୁ।

   Related Posts