ଫ୍ରିରେ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପାଇଁ ଡେଟରେ ଯାଇଥାନ୍ତି ଯୁବତୀ

Published By : Prameya-News7 Bureau | June 25, 2019 IST

ଭୁବନେଶ୍ୱର ୨୫/୬ : ଯେତେବେଳେ ବାହାଘର କଥା ପଡେ ଉଭୟ ଯୁବକ ଯୁବତୀ ପରସ୍ପରକୁ ଭଲ ଵାହବେ ଜାଣିବା ପରେ ବିବାହ ବନ୍ଧନରେ ବାନ୍ଧିହେବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ଏବେ ଏକ ସବୁଠାରୁ ଭଲ ଉପାୟ ହେଲା ଡେଟ । ଡେଟରେ ଯିବା ଅର୍ଥାତ ଯୁବକ ଯୁବତୀ ମିଶି ଖାଇବାକୁ ଯିବେ ଏବଂ ପରସ୍ପର ସହ ଭଲ ସମୟ ବିତାଇବେ । କଥାବାର୍ତ୍ତା ହୋଇ ପରସ୍ପରକୁ ଜାଣିବାକୁ ଚେଷ୍ଟା କରିବେ ।

{"id":127047}

ଆଲୋଚନା କରିବା ଦ୍ୱାରା ସେମାନେ ଜୀବନ ସାରା ପରସ୍ପର ସହ ଖାପ ଖୁଆଇ ଚଳିପାରିବେ ନା ନାହିଁ ସେନେଇ ନିଷ୍ପତ୍ତି ନେଇଥାନ୍ତି । କିନ୍ତୁ ଡେଟ ସମ୍ପର୍କରେ ଏକ ତଥ୍ୟ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଡେଟରେ ଗଲେ ଫ୍ରିରେ ଭଲ ଖାଇବାକୁ ମିଳିବ ବୋଲି ଅଧିକାଂଶ ଯୁବତୀ ଡେଟରେ ଯାଇଥାନ୍ତି ।

{"id":127043}

ଅଜୁସା ପେସିଫିକ୍ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି । ଅନେକ ମହିଳା ସ୍ୱୀକାର ମଧ୍ୟ କରିଛନ୍ତି ଯେ, ଫ୍ରିରେ ଭଲ ଖାଦ୍ୟ ଖାଇବା ପାଇଁ ସେମାନେ ଡେଟରେ ଯିବା ପାଇଁ ରାଜି ହୋଇଥାନ୍ତି । ଯଦି ନିଜ ସହରରେ କୌଣସି ନୂଆ ରେସ୍ତୋରାଁ ଖୋଲିଚି ତାହେଲେ ସେଠାକାର ସ୍ୱାଦ ଚାଖିବା ପାଇଁ ଡେଟ ଠୁ ଭଲ ଆଉ କିଛି ଉପାୟ ନାହିଁ । ଅଧିକାଂଶ କ୍ଷେତ୍ରରେ ଡେଟ ଅର୍ଥାତ ରୋମାନ୍ସ ନୁହେଁ ବୋଲି ଜଣାପଡିଛି । 

{"id":127044}

ସୋଶାଇଟି ଫର ପର୍ଶନାଲିଟି ଏଣ୍ଡ ସୋଶାଲ ସାଇକୋଲୋଜି ଜର୍ଣାଲର ଏକ ରିସର୍ଚ୍ଚ କରିବା ପାଇଁ ମହିଳାମାନଙ୍କୁ ନେଇ ଦୁଇଟି ଅଲଗା ଅଲଗା ଗ୍ରୁପ ଗଠନ କରିଥିଲେ । ପ୍ରଥମ ଗ୍ରୁପର ୮୨୦ ମହିଳାଙ୍କୁ ସମ୍ପର୍କକୁନେଇ ଅନେକ ପ୍ରକାର ପ୍ରଶ୍ନ କରାଯାଇଥିଲା ।

{"id":127049}

କିନ୍ତୁ ଯେତେବେଳେ ଡେଟରେ ଖାଇବା ଉପରେ ପ୍ରଶ୍ନ କରାଯାଇଥିଲା ୨୩ ପ୍ରତିଶତ ମହିଳା ସ୍ୱୀକାର କରିଥିଲେ ସେମାନେ ଫ୍ରି ଖାଦ୍ୟ ଖାଇବା ପାଇଁ ହିଁ ଡେଟରେ ଯାଇଥାନ୍ତି । କାରଣ ଗୋଟିଏ ସାକ୍ଷାତରେ କାହାକୁ ଜାଣିବା ସମ୍ଭବ ନୁହେଁ । ସେଥିପାଇଁ ରୋମାନ୍ସର ପ୍ରଶ୍ନ ମଧ୍ୟ ଉଠୁନାହିଁ ବୋଲି ଜବାବ ଦେଇଥିଲେ ଅନେକ ମହିଳା । 

{"id":127045,"width":579,"height":325}

ଦ୍ୱିତୀୟ ଗ୍ରୁପର ୩୫୭ ଜଣ ମହିଳାଙ୍କୁ ନେଇ କରାଯାଇଥିବା ସର୍ଭେରେ ୩୩ ପ୍ରତିଶତ ମହିଳା ସ୍ୱୀକାର କରିଥିଲେ ଯେ, ଫ୍ରିରେ ଭଲ ଖାଦ୍ୟ ଖାଇବା ପାଇଁ ସେମାନେ ଡେଟରେ ଯିବା ପାଇଁ ରାଜି ହୋଇଥାଇପାରେ । କିନ୍ତୁ ଏହା ସମ୍ପୂର୍ଣ ସତ ନୁହେଁ । ତେବେ ଏହି ମହିଳାମାନେ ସ୍ୱୀକାର କରିଥିଲେ ଯେ, ଭାବନାତ୍ମକ କାରଣରୁ ସେମାନେ ଡେଟରେ ଯାଇନଥାନ୍ତି ।

{"id":127046}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.