ପୂର୍ବରୁ ଗୁଇନ୍ଦା ସୂଚନା ଥିଲା, ସଂକ୍ଷିପ୍ତ କରାଯାଇଥିଲା ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ, ତଥାପି ଲାଲକିଲ୍ଲାରେ ପଶିଲେ ଚାଷୀ

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬।୧: କେନ୍ଦ୍ର ସରକାର ଓ ଚାଷୀଙ୍କ ଟ୍ରାକ୍ଟର ପରେଡ ନେଇ ଏକ ବଡ ଖୁଲାସା ହୋଇଛି। ପୂର୍ବରୁ ଏପରି ଘଟଣା ନେଇ ଗୁଇନ୍ଦା ଏଜେନ୍ସୀମାନେ ସରକାରଙ୍କୁ ବଳିଷ୍ଠ ରିପୋର୍ଟ ଦେଇଥିଲେ। କେନ୍ଦ୍ର ସରକାର ଗୁଇନ୍ଦା ରିପୋର୍ଟକୁ ଦୃଷ୍ଟିରେ ରଖି ଏଥର ଗଣତନ୍ତ୍ର ଦିବସ ପରେଡକୁ ସଂକ୍ଷିପ୍ତ କରିଦେଇଥିଲେ। ଗଣତନ୍ତ୍ର ଦିବସ ପରେଡର ରୁଟ ପାଖାପାଖି ୫ କିଲୋମିଟର ଛୋଟେଇ ଦିଆଯାଇଥିଲା।

{"id":398897,"width":578,"height":381,"sizeSlug":"large","linkDestination":"none"}

ଗତବର୍ଷମାନଙ୍କରେ ସାଧାରଣତନ୍ତ୍ର ଦିବସ ପରେଡର ରୁଟ ବିଜୟ ଚୌକ, ଇଣ୍ଡିଆ ଗେଟ୍‌, ତିଲମାର୍ଗ ଓ ଆଇଟିଓ ହୋଇ ପୁଣି ଲାଲକିଲ୍ଲା ଫେରୁଥିଲା। ତେବେ ଏଥର ଚାଷୀମାନେ ଟ୍ରାକ୍ଟର ପରେଡ ବାହାନାରେ ଦିଲ୍ଲୀରେ ପଶି ଲାଲକିଲ୍ଲା ପର୍ଯ୍ୟନ୍ତ ଆସିବେ ବୋଲି ଗୁଇନ୍ଦା ରିପୋର୍ଟ ମିଳିଥିଲା। ଚାଷୀଙ୍କ ଏକ ଗୋଷ୍ଠୀ ଏଥିଲାଗି ପୂର୍ବରୁ ପ୍ରସ୍ତୁତି କରିନେଇଥିଲା। ଯାହା ମଙ୍ଗଳବାର ଦିଲ୍ଲୀରେ ପ୍ରମାଣିତ ହୋଇଛି।

{"id":398899,"sizeSlug":"large","linkDestination":"none"}

ପୋଲିସ ଗୁଇନ୍ଦା ରିପୋର୍ଟରେ ଚାଷୀଙ୍କ ଏଭଳି କାଣ୍ଡକୁ ରାଜଧାନୀରେ ରୋକିବା ଲାଗି ୩୧ ଜାନୁୟାରୀ ପର୍ଯ୍ୟନ୍ତ କରୋନା ଲକଡାଉନ୍‌ ଲାଗୁ ଅଥବା ସେପରି କୌଣସି ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ଏହି ରିପୋର୍ଟକୁ ନଜରରେ ରଖି ସାଧାରଣତନ୍ତ୍ର ଦିବସ ପରେଡର ମାର୍ଗ ପ୍ରାୟ ୫ କିଲୋମିଟର ହ୍ରାସ କରାଯାଇଥିଲା।

{"id":398900,"sizeSlug":"large","linkDestination":"none"}

ଚାଷୀ ଟ୍ରାକ୍ଟରରେ ପରେଡ ରୋଡକୁ ଆସିଯିବାର ସମ୍ଭାବନା ଥିବାରୁ ଏପରି ଅନ୍ତରିଣ ପଦକ୍ଷେପ ନିଆଯାଇଥିଲେବି ଚାଷୀ ପରେଡ ବାହାନାରେ ଟ୍ରାକ୍ଟର ଦିଲ୍ଲୀ ଆଇଟିଓରେ ଉତ୍ପାତ କରିବା ସହ ଲାଲକିଲ୍ଲାରେ ପଶି ପତାକା ଉଡାଇଛନ୍ତି। ତେବେ ଉଲ୍ଲେଖନୀୟ କଥା ହେଲା ଚାଷୀଙ୍କ ଯେଉଁ ସମୂହ ଏପରି କାଣ୍ଡ କରିବାକୁ ଯୋଜନା ଚୂଡାନ୍ତ କରିଥିଲା ଏଥିଲାଗି ସମ୍ପୂର୍ଣ୍ଣ ପୂର୍ବ ପ୍ରସ୍ତୁତି ମଧ୍ୟ କରିଥିଲା।

{"id":398901,"width":579,"height":381,"sizeSlug":"large","linkDestination":"none"}

ଦିଲ୍ଲୀରେ ପଶିବା ଲାଗି ସମସ୍ତ ପ୍ରତିବନ୍ଧ ହଟାଇବାକୁ ଚାଷୀଙ୍କ ସମୂହ ନୂଆ ଟ୍ରାକ୍ଟର ମଗାଇଥିଲେ। କେବଳ ଏତିକି ନୁହେଁ ଚାଷୀଙ୍କ ପରେଡ କାର୍ଯ୍ୟସୂଚୀ ବାହାରେ ଏମାନେ କାମ କରୁଥିଲେ। ଚାଷୀ ପରେଡରୁ ବାହାରେ ରହି ପରେଡ ଆରମ୍ଭ ହେବା ପୂର୍ବରୁ ନିର୍ଦ୍ଧାରିତ ମାର୍ଗରେ ଯାଇ ଦିଲ୍ଲୀ ପଶିବା ଲାଗି ରାସ୍ତା ସଫା କରିଥିଲେ। ଯେଉଁଥିପାଇଁ ପୋଲିସ ମଧ୍ୟ ପ୍ରସ୍ତୁତ ନଥିଲା।

{"id":398905,"sizeSlug":"large","linkDestination":"none"}

ଆଇଟିଓ ଏବଂ ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚିଥିବା ସମସ୍ତ ଟ୍ରାକ୍ଟର ନୂଆଥିଲା। ଏଥିରେ ବନ୍ଦୋବସ୍ଥରେ ଥିବା ପୋଲିସ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିବା ବେଳେ ଚାଷୀ ଶହଶହ ସଂଖ୍ୟାରେ ପଶି ଆସିବା ପରିସ୍ଥିତିକୁ ଅଣାୟତ କରିଥିଲା। ଗୋଟିଏ ପଟେ ଆଇନଶୃଙ୍ଖଳା ଲାଗି ପୋଲିସ ସଂଖ୍ୟା ସୀମିତ ଥିବା ବେଳେ ଚାଷୀଙ୍କ ହାତରେ ଟ୍ରାକ୍ଟର ଥିଲା। ପୋଲିସକୁ ଗୁଳି ଚଳାଇବାର ଅନୁମତି ମଧ୍ୟ ନଥିଲା। ଏଣୁ ବିଶୃଙ୍ଖୁଳିତ ଚାଷୀ ନିଜ ଜିଦ୍‌ ପୂରଣ କରିବା ଲାଗି ସଙ୍ଗଠନକୁ ବି ଜଳାଞ୍ଜଳି ଦେଇତିବା ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.