Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

୩୭ ପ୍ରତିଶତ ଭାରତୀୟ ମହିଳା କେବେ କିଣି ନାହାନ୍ତି ସୁନା ଗହଣା : ଗହଣା ପ୍ରତି କ’ଣ ରହିଛି ଯୁବପିଢ଼ିଙ୍କ ଚିନ୍ତାଧାରା ଜାଣନ୍ତୁ

28/05/2020 at 10:48 AM

ନୂଆଦିଲ୍ଲୀ ୨୮/୦୫ : ସମସ୍ତେ ଜାଣିଛନ୍ତି ସୁନା ଗହଣା ପ୍ରତି ମହିଳାଙ୍କ ବହୁତ ଦୁର୍ବଳତା ରହିଛି | ବହୁତ କମ ମହିଳା ଥିବେ ଯାହାଙ୍କୁ ସୁନା ଗହଣା ପସନ୍ଦ ନଥିବ | ସବୁ ମହିଳାଙ୍କ ପ୍ରଥମ ପସନ୍ଦ ସୁନା ଗହଣା | ସମସ୍ତେ ଚାହିଁଥାନ୍ତି ତାଙ୍କ ପାଖରେ ବହୁତ ସୁନା ଥାଉ | କିନ୍ତୁ କିଣିବା ପାଇଁ ସମସ୍ତେ ସକ୍ଷମ ନୁହନ୍ତି | ଗୋଲ୍ଡ କାଉନସିଲିଂରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି | ରିପୋର୍ଟ ଅନୁଯାୟୀ ପାଖାପାଖି ୩୭ ପ୍ରତିଶତ ଭାରତୀୟ ମହିଳା କେବେ ସୁନା ଗହଣା କିଣି ନାହାନ୍ତି | ତେବେ ଭବିଷ୍ୟତରେ ସୁନା ଗହଣା କିଣିବା ଆଶା ତାଙ୍କର ରହିଥାଏ |

ବିଶ୍ୱ ସ୍ବର୍ଣ୍ଣ ପରିଷଦ (ଡବ୍ଲୁଜିସି) ରିପୋର୍ଟ ଅନୁଯାୟୀ, ସବୁଠାରୁ ଅଧିକ ଗ୍ରାମୀଣ ଅଞ୍ଚଳର ଲୋକ ସୁନା କିଣିଥାନ୍ତି | ରିପୋର୍ଟ ଅନୁଯାୟୀ, ୪୪ ପ୍ରତିଶତ ମହିଳା ଗ୍ରାମୀଣ ଅଞ୍ଚଳର ଏବଂ ୩୦ ପ୍ରତିଶତ ମହିଳା ସହରୀ ଅଞ୍ଚଳର | ଖୁଚୁରା ସୁନା ବ୍ୟବସାୟୀଙ୍କ ପାଇଁ ଏହା ଉଲ୍ଲେଖନୀୟ ସମ୍ଭାବନା ସୃଷ୍ଟି କରିଛି |  

ଭାରତ ଅଳଙ୍କାର ରିପୋର୍ଟରେ ଏହି ପରିଣାମ ସାମ୍ନାକୁ ଆସିଛି | ଏହି ସର୍ଭେ ବିଶ୍ୱ ଅନୁସନ୍ଧାନ ସଂସ୍ଥା ହଲ ଆଣ୍ଡ ପାର୍ଟନର୍ସଙ୍କ ସହ ମିଶି କରାଯାଇଛି | ଏଥିରେ ୬ ହଜାରରୁ ଅଧିକ ୧୮ ରୁ ୬୫ ବର୍ଷ ବୟସର ଲୋକଙ୍କ ସହ ଆଲୋଚନା କରାଯାଇଥିଲା | କେବଳ ଭାରତ ନୁହେଁ ବରଂ ଚୀନ ଓ ଆମେରିକାରେ ମଧ୍ୟ ଗ୍ରାହକଙ୍କ ସହ ଆଲୋଚନା କରାଯାଇଥିଲା |

ଭାରତୀୟ ମହିଳା ସାଧାରଣତଃ ସୁନା କିଣିଥାନ୍ତି | କୌଣସି ପର୍ବପର୍ବାଣି କିମ୍ବା କୌଣସି ସମାରୋହ ନଥିଲେ ମଧ୍ୟ ଭାରତୀୟ ମହିଳାମାନେ ସୁନା କିଣିଥାନ୍ତି | ଏହା ସ୍ଥାୟୀ ଏବଂ ଏକ ଉନ୍ନତ ଆର୍ଥିକ ବିନିଯୋଗ ସହିତ ପାରିବାରିକ ଐତିହ୍ୟ ଏବଂ ସାମାଜିକ ଭାବରେ ଗ୍ରହଣୀୟ ଉତ୍ପାଦ | ଏଥିରେ କ୍ରୟ ଏବଂ ବିକ୍ରୟ କରିବାର ଅଭିଜ୍ଞତା ମଧ୍ୟ ଭଲ ରହିଥାଏ | ତେବେ ଏହି ସର୍ଭେରୁ ଜଣାପଡିଛି ଯେ ସୁନା ବର୍ତ୍ତମାନ ଯୁବତୀଙ୍କ ସମ୍ମାନ ଏବଂ ଫ୍ୟାଶନ ଆବଶ୍ୟକତା ପୂରଣ କରୁନାହିଁ |

ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ୧୮ ରୁ ୨୪ ବର୍ଷ ବୟସର ୩୩ ପ୍ରତିଶତ ଯୁବତୀ ସମୟ ସମୟରେ ସୁନା ଅଳଙ୍କାର କିଣିଥାନ୍ତି | ଭବିଷ୍ୟତରେ ସେମାନଙ୍କର ସୁନା କିଣିବା ଇଚ୍ଛା ମଧ୍ୟ ଦୁର୍ବଳ | ବିଶେଷକରି ସହରାଞ୍ଚଳର ମହିଳାମାନେ ସୁନା କିଣିବା ନେଇ ଅଧିକ ଚିନ୍ତା କରନ୍ତି ନାହିଁ | ରିପୋର୍ଟରେ କୁହାଯାଇଛି ଯେ ଯୁବତୀମାନେ ସୁନା ଅଳଙ୍କାର ପ୍ରତି ଅଧିକ ସମ୍ବେଦନଶୀଳ ନୁହଁନ୍ତି ଏବଂ ଏହା ଭବିଷ୍ୟତରେ ସୁନା ଶିଳ୍ପ ପାଇଁ ବିପଦ ସୃଷ୍ଟି କରିପାରେ |

   Related Posts