Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

କ୍ଷୀର ସହ କେବେ ବି ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ: ଆୟୁର୍ବେଦ ଅନୁସାରେ ଏହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ

26/04/2020 at 12:59 PM

ଭୁବନେଶ୍ୱର ୨୬/୦୪ : ଆୟୁର୍ବେଦରେ କ୍ଷୀରକୁ ଅମୃତ ବୋଲି କୁହାଯାଏ | ପ୍ରାଚୀନ କାଳରୁ ହିଁ କ୍ଷୀର ସମ୍ପୂର୍ଣ ପୋଷଣ ତତ୍ୱ | ଶରୀର ପାଇଁ କ୍ଷୀର ସବୁଠାରୁ ସ୍ୱାସ୍ଥ୍ୟକର | ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ପାଇଁ କ୍ଷୀରରେ ହଳଦୀ, ଗୁଡ ଆଦି ମିଶାଇ ସେବନ କରାଯାଇଥାଏ | କ୍ଷୀରରେ ପ୍ରୋଟିନ ସହ ଭିଟାମିନ ଏ, ବି୧, ବି୨, ବି୧୨, ଭିଟାମିନ ଡି, ପୋଟାସିୟମ, ମ୍ୟାଗନେସିୟମ ଭଳି ପୋଷଣ ତତ୍ୱ ରହିଛି | ସାକାହାରୀଙ୍କ ପାଇଁ କ୍ଷୀର ପ୍ରୋଟିନର ସବୁଠାରୁ ଉତ୍ତମ ଉତ୍ସ | କ୍ଷୀର ପାଚନ କ୍ଷମତାକୁ ମଧ୍ୟ ମଜବୁତ କରିଥାଏ | ଆୟୁର୍ବେଦ ଅନୁଯାୟୀ କ୍ଷୀର ଯେକୌଣସି ସମୟରେ ପିଇବା କ୍ଷତିକାରକ | କ୍ଷୀର ପିଇବା ପାଇଁ କିଛି ନିର୍ଦ୍ଧିଷ୍ଟ ସମୟ ରହିଛି | ଏହି ସମୟରେ କ୍ଷୀର ସେବନ ଶରୀର ପକ୍ଷେ ଅତ୍ୟନ୍ତ ଶ୍ରେୟସ୍କର |

ଯଦି ଆପଣ ସୁସ୍ଥ ଏବଂ ସୁଦୃଢ ଶରୀର ଚାହୁଁଛନ୍ତି ତେବେ ସକାଳେ କିମ୍ବା ରାତିରେ ପିଇବା ଉଚିତ | କ୍ଷୀରକୁ ଅଶ୍ଵଗନ୍ଧା ସହ ମିଶାଇ ମଧ୍ୟ ପିଆଯାଇପାରିବ | ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇ ଶୋଇଲେ ଭଲ ନିଦ ହୋଇଥାଏ ଏବଂ ସ୍ମରଣ ଶକ୍ତି ମଧ୍ୟ ବଢିଥାଏ | ତ୍ରିଫଳା ସହ ମିଶାଇ ପିଏଲ ଦୃଷ୍ଟି ଶକ୍ତି ବଢିଥାଏ | ତେବେ ଆୟୁର୍ବେଦ ଅନୁସାରେ ୩ଟି ଜିନିଷ ସହିତ କେବେ ଭୁଲରେ ବି କ୍ଷୀର ପିଇବା ଉଚିତ ନୁହେଁ | ଜାଣନ୍ତୁ ସେହି ୩ଟି ଜିନିଷ କଣ କଣ |

ବର୍ତ୍ତମାନ ଫଳ ରସରେ କ୍ଷୀର ମିଶାଇ ଶେକ ତିଆରି କରିବା ଏକ ଫ୍ୟାସନ ହୋଇଗଲାଣି | ଅଧିକାଂଶ ଲୋକେ ଫଳ ସହ କ୍ଷୀର ମିଶାଇ ଶେକ ତିଆରି କରିଥାନ୍ତି | ଆୟୁର୍ବେଦ ଅନୁସାରେ କଦଳୀ, ଷ୍ଟ୍ରବେରି, ସପୁରି, କମଳା ଭଳି ଫଳ ପାଚନ ସମୟରେ ପେଟରେ ଉସ୍ମତା ବୃଦ୍ଧି କରିଥାନ୍ତି | କିନ୍ତୁ କ୍ଷୀର ଗୁଣ ଥଣ୍ଡା | କ୍ଷୀର ଓ କଦଳୀର ପ୍ରକୃତି ସମ୍ପୂର୍ଣ ଓଲଟା ହୋଇଥିବାରୁ ପାଚନ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ | ଏହାଦ୍ୱାରା ଥଣ୍ଡା, କାଶ, ଏଲର୍ଜୀ ଭଳି ଅନେକ ସମସ୍ୟା ଦେଖା ଦେଇପାରେ |

କ୍ଷୀର ସହ ମାଂସାହାରୀ ଭୋଜନ କେବେ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ | କିମ୍ବା ମାଂସାହାରୀ ଭୋଜନ ପରେ କିମ୍ବା ପୂର୍ବରୁ ମଧ୍ୟ କ୍ଷୀର ପିଇବା ଅନୁଚିତ | ଆହୁରି କିଛି ଜିନିଷ ରହିଛି ଯାହା ତିଆରି କରିବା ପାଇଁ କ୍ଷୀର ବ୍ୟବହାର କରାଯାଇଥାଏ | ହ୍ୱାଇଟ ସସ ପାସ୍ତା କ୍ଷୀରରେ ତିଆରି ହୋଇଥାଏ | ଏହି ପାସ୍ତାରେ ଚିକେନ ମଧ୍ୟ ଥାଏ | କ୍ଷୀର ହଜମ ହେବ ପାଇଁ ସମୟ ନେଇଥାଏ | କାରଣ ଏଥିରେ ଅନେକ ପୋଷଣ ତତ୍ୱ ରହିଛି | ଏହାକୁ ଅନ୍ୟ କୌଣସି ପଟୋଟିଂ ଯୁକ୍ତ ଖାଦ୍ୟ, ଯେଭଳି ମାଛ କିମ୍ବା ମାଂସ ସହ ଖାଇବା ଫଳରେ ପାଚନ ପ୍ରକ୍ରିୟା ଉପରେ ଚାପ ସୃଷ୍ଟି ହୋଇଥାଏ | ଫଳରେ ପେଟରେ ଯନ୍ତ୍ରଣା, ବାନ୍ତି ହେବା ଭଳି ସମସ୍ୟା ଦେଖା ଦେଇଥାଏ |

ଗ୍ରୀଷ୍ମ ଋତୁ ଆରମ୍ଭ ହେଲେ ବଜାରରେ ତରଭୁଜ ମିଳିବା ଆରମ୍ଭ ହୋଇଯାଇଥାଏ | ଗ୍ରୀଷ୍ମ ଋତୁରେ ଅଧିକ ଜଳୀୟ ଅଂଶ ଥିବା ଫଳ ଖାଇବା ଉଚିତ | ତରଭୁଜ ଦିନରେ ଯେକୌଣସି ସମୟରେ ଖାଇ ପାରିବେ | ତରଭୁଜ ଶରୀରକୁ ହାଇଡ୍ରେଟ ରଖିଥାଏ | ଏହାଛଡା ତରଭୁଜର ଆହୁରି ଅନେକ ଲାଭ ମଧ୍ୟ ରହିଛି | ତରଭୁଜରେ ୯୬ ପ୍ରତିଶତ ଜଳୀୟ ଅଂଶ ରହିଛି | ସେଥିପାଇଁ ଗ୍ରୀଷ୍ମ ଋତୁରେ ତରଭୁଜ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ | ତରଭୁଜରେ ପୋଟାସିୟମ, ଫାଇବର ସମେତ ଅନେକ ପୋଷାକ ତତ୍ୱ ରହିଛି | କିନ୍ତୁ ତରଭୁଜ ଭୁଲରେ ମଧ୍ୟ କ୍ଷୀର ସହିତ ସେବନ କରିବା ଉଚିତ ନୁହେଁ | କ୍ଷୀର ସହିତ ତରଭୁଜ ସେବନ ଶରୀର ପକ୍ଷେ କ୍ଷତିକାରକ | ରାତିରେ ମଧ୍ୟ ତରଭୁଜ ଖାଇବା ଉଚିତ ନୁହେଁ | କାରଣ ରାତିରେ ତରଭୁଜ ସହଜରେ ହଜମ ହୋଇନଥାଏ |

   Related Posts