Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଅଭିଷେକ କରିଥିଲେ ଏମିତି ଏକ ଭୁଲ, ରାଗିଗଲେ ଐଶ୍ବର୍ଯ୍ୟା…ବିଚରା ଦୁଇ ଦିନ ଶୋଇଥିଲେ ବେଡ୍‌ରୁମ୍‌ ବାହାରେ

6/02/2020 at 1:33 PM

ମୁମ୍ବାଇ୬|୨: ଅଭିଷେକ୍‌ ଏବଂ ଐଶ୍ୱର୍ଯ୍ୟା ୧୨ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବଲିଉଡ୍‌ର ମୋଷ୍ଟ ବ୍ୟୁଟିଫୁଲ କପଲ କୁହାଯାଏ। ଉଭୟଙ୍କ ପ୍ରେମ ଫିଲ୍ମ ‘ବଣ୍ଟି ଏବଂ ବବ୍‌ଲି’ରୁ ଆରମ୍ଭ ହୋଇଥିଲା। ‘କଜରା’ରେ ଗୀତର ଶୁଟିଂ ସମୟରେ ଦୁଇଜଣଙ୍କ ମଧ୍ୟରେ ଲୁଚାଛପା ପ୍ରେମ ଆରମ୍ଭ ହୋଇଥିଲା।ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା କହିଥିଲେ ଯେ, ହଲିଉଡ୍‌ ଷ୍ଟାଇଲ୍‌ରେ ଅଭିଷେକ ତାଙ୍କୁ ପ୍ରପୋଜ କରିଥିଲେ। ଐଶ୍ୱର୍ଯ୍ୟାଙ୍କୁ ନ୍ୟୁୟର୍କରେ ପ୍ରପୋଜ୍‌ କରିଥିଲେ ଅଭି । ପରେ ଉଭୟଙ୍କର ବିବାହ ହୋଇଥିଲା।

ତେବେ ନିକଟରେ ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏକ ଖୁଲାସା ହୋଇଛି। ଥରେ ଅଭିଷେକ୍‌ଙ୍କର ଗୋଟେ ସାମାନ୍ୟ ଭୁଲ ପାଇଁ ଐଶ୍ୱର୍ଯ୍ୟା ତାଙ୍କ ଉପରେ ରାଗିଥିଲେ। ଅଭିଷେକ୍‌ଙ୍କର କବାଡି ଟିମ୍‌ ଅଛି ଯାହା ସମସ୍ତେ ଜାଣିଛନ୍ତି। ତାଙ୍କ ଟିମ୍‌ର ନାଁ ହେଉଛି ‘ଜୟପୁର ପିଙ୍କ ପ୍ୟାନ୍ଥର୍ସ’। ୨୦୧୪ ମସିହାରେ ଏହି ଟିମ୍‌ ପ୍ରୋ କବାଡି ଲିଗ୍‌ ଟ୍ରଫି ଜିତିଥିଲା। ଥରେ ଅଭିଷେକ ନିଜ ଟିମ୍‌କୁ ନେଇ ଚେନ୍ନାଇ ଯାଇଥିଲେ। ନିଜ ଟିମ୍‌ର ଟ୍ରେନିଂ ପାଇଁ ଚେନ୍ନାଇ ସତ୍ୟଭାମା ୟୁନିଭର୍ସିଟିର ଗସ୍ତ କରିଥିଲେ।

ସେଠାରେ ଅଭିଷେକ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା କର୍ଣ୍ଣଲ ଜେପିଆରଙ୍କ ସହ ଭେଟିଥିଲେ। କର୍ଣ୍ଣଲ ଜେପିଆରଙ୍କ ଅଫିସ୍‌ରେ ୪-୫ଟି ଚେୟାର ବ୍ୟତୀତ କିଛି ନଥିଲା। ଏହା ସହ ତାଙ୍କ ଅଫିସ ରୁମ ଭିତରେ ତଳେ ଭୂମିରେ ଟ୍ରଫି ସଜାଇ ରଖିଥିଲେ। ଟ୍ରଫି ଗୁଡିକ ତଳେ ରଖିବାର କାରଣ କଣ ବୋଲି ଅଭିଷେକ କର୍ଣ୍ଣଲଙ୍କୁ ପଚାରିଥିଲେ । ଏନେଇ କର୍ଣ୍ଣଲ କହିଥିଲେ ଯେ, ‘ପୁରସ୍କାରୋଁ କୋ କଭି ଅପ୍ନେ ସର ପର ନହିଁ ଚଢନେ ଦେନା ଚାହିଏ,।

୨୦୧୬ ମସିହାରେ କର୍ଣ୍ଣଲ ଜେପିଆରଙ୍କ ମୃତ୍ୟୁ ହୋଇଥିଲା। କର୍ଣ୍ଣଲ ଜେପିଆରଙ୍କ ‘ସାଧା ଜୀବନ ଉଚ୍ଚ ୱିଚାର’ ଜୀବନଶୈଳୀରୁ ପ୍ରଭାବିତ ହୋଇଥିଲେ। ସେଥିପାଇଁ ଅଭିଷେକ ନିଜ ଅଫିସରେ ମଧ୍ୟ ଟ୍ରଫି ଗୁଡିକ ତଳେ ରଖିଥିଲେ। ଯେଉଁଥିପାଇଁ ଐଶ୍ୱର୍ଯ୍ୟା ବହୁତ ରାଗିଯାଇଥିଲେ। ଅଭିଷେକ ନିଜେ କହିଥିଲେ ଯେ, ଏହି ଭୁଲ ପାଇଁ ତାଙ୍କ ପତ୍ନୀ ତାଙ୍କୁ ଦୁଇ ଦିନ ହଲରେ ଶୋଇବାକୁ ଆଦେଶ ଦେଇଥିଲେ।

   Related Posts