ମହିଳାଙ୍କ ଉପରେ ବ୍ଲାକ୍‌ମେଲିଂ ଅଭିଯୋଗ ଆଣିଲେ ଆଇଏଏସ ଅଫିସର...

Published By : Prameya-News7 Bureau | August 06, 2019 IST

ଅହମଦାବାଦ ୬|୮: ପ୍ରଥମ ସ୍ତ୍ରୀ ଥିବା ସତ୍ବେ ଯୁବତୀଙ୍କୁ ବିବାହ କରିବା ଯାଇ ଚର୍ଚ୍ଚାରେ ଗୁଜୁରାଟର ଆଇଏଏସ ଗୌରବ ଦହିୟା।  ଗୁଜୁରାଟର ଆଇଏଏସ ଗୌରବ ଦହିୟାଙ୍କୁ ଜଣେ ଯୁବତୀ ବ୍ଲାକ୍‌ମେଲିଂ କରୁଥିବା କଥା ଗୁଜୁରାଟ ସରକାର  ତଦନ୍ତ କମିଟ ସାମ୍ନାରେ ସେ କହିଛନ୍ତି। ଅନ୍ୟପଟେ ଗୁଜୁରାଟ ପୋଲିସ ଗୌରବଙ୍କୁ ସାତ ଦିନ ଭିତରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଗୁଜୁରାଟର ଗୁରୁଗ୍ରାମରେ ଗୌରବ ଦହିୟା ରୁହନ୍ତି। ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଦେଖାଇ ତାଙ୍କୁ ବ୍ଲାକମେଲିଂ କରାଯାଉଛି ବୋଲି ସେ କହିଥିଲେ।


ଗତକାଲି ଗୁଜୁରାଟ ପୋଲିସ ଦିଲ୍ଲୀରେ ପହଞ୍ଚି ପୀଡିତା ମହିଳାଙ୍କ  ବୟାନ ରେକର୍ଡ କରିଥିଲେ। ଦହିୟାଙ୍କ ସହ ସଂପର୍କ ଥିବା ମହିଳାଙ୍କ ହ୍ବାର୍ଟସପକୁ ପ୍ରଣାମ ସ୍ବରୂପ ଦିଲ୍ଳୀ ପୀଡ଼ିତା ଫଟୋ ପଠାଇଥିଲେ।  ଏହି ଘଟଣା ପରେ ଗାନ୍ଧିନଗର ପୋଲିସ ଗୌରବ ଦହିୟାଙ୍କୁ ପଚାରଉଚାର ପାଇଁ ଡାକିଥିଲା। ହେଲେ ଦହିୟା ଗାନ୍ଧିନଗର ପୋଲିସ ପାଖରେ ପହଞ୍ଚିନଥିଲେ।

ଗତ ସୋମବାର ଦିନ ତଦନ୍ତ କମିଟି ପାଖରେ ପହଞ୍ଚି ଯୁବତୀଙ୍କ ବିରୋଧରେ ଦହିୟା ବ୍ଲାକମେଲିଂ ଅଭିଯୋଗ କରିଥିଲେ।ଗୌରବ କହିଥିଲେ, ଏହି ମହିଳାଙ୍କ ସହ ତାଙ୍କର ସଂପର୍କ ଥିଲା। ହେଲେ ଯୁବତୀଙ୍କ ସହମତିରେ ସେ ଉଭୟ ସଂପର୍କ ରଖୁଥିଲେ। ଦହିୟାଙ୍କ ପ୍ରଥମ ପତ୍ନୀ ଓ ଏହି ଯୁବତୀଙ୍କ ସହ ସାକ୍ଷାତ କଥା ବି ସେ କହିଥିଲେ। ଯାହାକି ପରବର୍ତ୍ତୀ ସମୟରେ ଏହି ଫଟୋ ଦେଖାଇ ତାଙ୍କୁ ବ୍ଲାକମେଲି କରାଯିବା କଥା ଦହିୟା କହିଥିଲେ। ଏହି ଯୁବତୀ  ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଥରେ ମଧ୍ୟ ଝଗଡ଼ା ହୋଇଥିଲା। ପୋଲିସ ଘଟଣା ସ୍ଥଳ​‌ରେ ପହଞ୍ଚି ସମାଧାନ କରିଥିଲେ। ଗୁଜୁରାଟ ତଦନ୍ତ କମିଟିର ଅଧ୍ୟକ୍ଷ,  ଟ୍ରାନ୍ସ ପୋର୍ଟ ବିଭାଗର ସଚିବ ସୁନୟନା ତୋମାର , ଇଣ୍ଡଷ୍ଟ୍ରି କମିଶନର  ମମତା ବର୍ମା ଓ ଗୁଜୁରାଟ ଷ୍ଟେଟ୍ ରୋଡ ଟ୍ରାନ୍ସପୋର୍ଟ  ନିର୍ଦେଶିକା ସୋନଲ ମିଶ୍ର ମିଳିତ ଭାବେ ଅଭିଯୁକ୍ତ ଗୌରବଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଯୁବତୀଙ୍କୁ ବିବାହ କରି​‌ବେ ବୋଲି ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏନେଇ ମଧ୍ୟ ତାଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା।

ଦିଲ୍ଳୀ ଯୁବତୀ ଜଣଙ୍କ ତଦନ୍ତ କମିଟି ଆଗରେ କହିଥିଲେ ଯେ, ୨୦୧୮ ଫ୍ରେବୃଆରି ୨୮ ତାରିଖରେ ତାଙ୍କୁ ବିବାହ କରିଥିଲେ।ଏବଂ ୨୦୧୮ ନଭେମ୍ବରରେ ତାଙ୍କର ଝିଅ ଜନ୍ମ ହୋଇଥିଲା। ତାଙ୍କ ପ୍ରଥମ ପତ୍ନୀର ଛାଡ଼ ପତ୍ର ଦସ୍ତାବିଜ ୨୦୧୯ ଜାନୁଆରି ମାସରେ ତାଙ୍କୁ ଦେଖାଇଥିଲେ। ଏଥିସହ ଆଇଏଏସ ଦହିୟା ତୃତୀୟ ମହିଳାଙ୍କ ସହ ମଧ୍ୟ ସଂପର୍କ ରଖୁଥିଲେ।ଏହି ମିହିଳା ଜଣଙ୍କ ଦିଲ୍ଳୀ ପୀଡ଼ିତା ଯୁବତୀଙ୍କ ନାଁରେ ମାନହାନି ମକଦମା କରିବା ପାଇଁ କହିଥିଲେ।ଏନେଇ ଆଇଏଏସ ଗୌରବ ଦହିୟାଙ୍କୁ ପୋଲିସ ଅଧିକ ପଚାରଉଚାର ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.