ଶହିଦ ସପ୍ତାହ ଲାଗି ନକ୍ସଲ ସକ୍ରିୟ, ସତର୍କ ରହିବାକୁ ଛତିଶଗଡ଼, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ପୋଲିସକୁ ନିର୍ଦ୍ଦେଶ

Published By : Prameya-News7 Bureau | July 25, 2021 IST

ନାଗପୁର୨୫।୭: ନକ୍ସଲମାନେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଶହିଦ ସପ୍ତାହ ପାଳନ କରିବେ। ଏଥିଲାଗି ନକ୍ସଲ ସଙ୍ଗଠନମାନେ ଘୋଷଣା କରିଥିବା ବେଳେ ଉପଦ୍ରୁତ ରାଜ୍ୟମାନଙ୍କର ପୋଲିସକୁ ଏଥିଲାଗି ସତର୍କ କରାଯାଇଛି। ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟ  ପୋଲିସକୁ ଆଲର୍ଟ ମୋଡକୁ ଆଣିଛନ୍ତି ସରକାର। ସେପଟେ ନକ୍ସଲମାନେ ବିଭିନ୍ନ ସ୍ଥାନରେ ପୋଲିସ ସହ ସଂଘର୍ଷରେ ପ୍ରାଣ ହରାଇଥିବା ସେମାନଙ୍କ ସାଥୀଙ୍କ ଲାଗି ଚେତନା ନାଟ୍ୟ ମଞ୍ଚ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିବାର ଦେଖାଯାଉଛି।

{"id":485569,"width":839,"height":437,"sizeSlug":"large","linkDestination":"none"}

ନକ୍ସଲମାନେ ଶହିଦ ସପ୍ତାହ ପାଳନ ଲାଗି ବିଭିନ୍ନ ସ୍ଥାନରେ ବ୍ୟାନର ପୋଷ୍ଟର ସବୁ ଲଗାଉଥିବାର ଦେଖା ଯାଉଛି। ଏଥିରେ ୨୦୨୧ରେ ନକ୍ସଲମାନେ ଦଣ୍ଡକାରଣ୍ୟରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାର ସୂଚିତ କରୁଛନ୍ତି।  ନକ୍ସଲମାନେ ସେମାନଙ୍କ ଗଡଚିରୋଲୀ ଡିଭିଜନାଲ କମିଟି ସଦସ୍ୟ ଋଷୀ ହେଚାମୀ ଓରଫ ଭାସ୍କର ଓରଫ ପବନର ମୃତ୍ୟୁ ସାଙ୍ଗକୁ ଟିପ୍ପାଗଡ଼ ଏରିଆ କମିଟି ସଦସ୍ୟ ରାଜୁ ନୈତାମ ଓରଫ ସୁଖଦେବ, କମଲା ଆତ୍ରାମ ଓରଫ ସୁଜାତା, ୟୋଗିତା ପଦା ଓରଫ ଅସ୍ମିତା, ମୁୟାଲ ଉଣ୍ଡାମୀ ଓରଫ ଅମର, ଉତ୍ତରବସ୍ତର ଡିଭିଜନ କମାଣ୍ଡର ଇନ ଚିଫ୍ ତଥା ଉତ୍ତର ସବଜୋନାଲ ବ୍ୟୁରୋ ସଦସ୍ୟ ମଣିରାମ ଭେଡଦା ଓରଫ ସୋମଜୀଙ୍କ ଦୁର୍ଘଟଣାରେ ମୃତ୍ୟୁ, ପୂର୍ବ ବସ୍ତର ଡିଭିଜିନାଲ କମିଟି ସଦସ୍ୟ ହୀରାସିଂ କୁମୋଟି ଓରଫ ନନ୍ଦୁ ଓରଫ ବର୍ଗେସ୍ ଏବଂ ଦକ୍ଷିଣ ବସ୍ତର ଡିଭିଜନର ସେକ୍ସନ କମାଣ୍ଡର ସୁଦ୍ଦୁର ମୃତ୍ୟୁକୁ ୨୦୨୧ରେ ସଙ୍ଗଠନର ବଡ଼ କ୍ଷତି ବୋଲି ଦର୍ଶାଉଛନ୍ତି।   

{"id":485570,"width":836,"height":1251,"sizeSlug":"large","linkDestination":"none"}

ତେବେ ନକ୍ସଲମାନେ ଘନ ଜଙ୍ଗଲ ଘେରା ଅଞ୍ଚଳ ଯେଉଁଠାକୁ ପୋଲିସର ଗତାଗତ ନାହିଁ ହୁଏତ ସେଠାରେ ଶହିଦ ସପ୍ତାହ ପାଳନ କରିପାରନ୍ତି। ଏଣୁ ରାଜ୍ୟ ସରକାରମାନେ ଏଭଳି ଅଞ୍ଚଳ ଆଖପାଖରେ ଥିବା ଥାନା ଓ ପୋଲିସ ଫାଣ୍ଡିକୁ ଏଥିଲାଗି ସତର୍କ କରାଇଛନ୍ତି। ସେପଟେ ଉତ୍ତର ଗଡ଼ଚିରୋଲୀରେ ନକ୍ସଲଙ୍କ ସଙ୍ଗଠନ ସମ୍ପୂର୍ଣ୍ଣ ଭୂଷୁଡି ସାରିଲାଣି ବୋଲି ପୋଲିସ ଅଧିକ୍ଷକ ଅଙ୍କିତ ଗୋୟଲ କହିଛନ୍ତି । ଏଠାକାର ଲିଡରମାନେ ସଙ୍ଗଠନ ଛାଡିସାରିଥିବା ବେଳେ ସଙ୍ଗଠନକୁ ଏବେ କ୍ୟାଡର ମିଳୁନଥିବା କହିଛନ୍ତି।

{"id":485571,"width":841,"height":1121,"sizeSlug":"large","linkDestination":"none"}

ପୂର୍ବ ଓ ଦକ୍ଷିଣ ଗଡଚିରୋଲୀରେ ନକ୍ସଲ ସଙ୍ଗଠନ ଏବେବି ସକ୍ରିୟ ଅଛନ୍ତି। ତେବେ ଯେଉଁମାନେ ହିଂସାର ରାସ୍ତା ଛାଡି ସାର୍ବଜନିକ ଜୀବନ ବିତାଇବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ଏବେବି ସୁଯୋଗ ଅଛି ବୋଲି ଗୋୟଲ କହିଛନ୍ତି। ଏପରି ଲୋକଙ୍କୁ ସରକାର ପୁନର୍ବାସ ସୁଯୋଗ ମଧ୍ୟ ଦେଉଛନ୍ତି। ସେମାନେ ଆତ୍ମ ସମର୍ପଣ କଲେ ସୁଯୋଗର ଫାଇଦା ନେଇପାରିବେ ବୋଲି ଗୋୟଲ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.